LSG VS DC: ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ୍ - ଦିଲ୍ଲୀ କ୍ୟାପିଟାଲସ୍ ଟକ୍କର
Advertisement
Article Detail0/zeeodisha/odisha2200574

LSG VS DC: ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ୍ - ଦିଲ୍ଲୀ କ୍ୟାପିଟାଲସ୍ ଟକ୍କର

LSG VS DC: ଲକ୍ଷ୍ନୌ ସୁପରଜାଏଣ୍ଟସ୍ (Lucknow Super Giants) ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ଯରେ ଶୁକ୍ରବାର ଆଇପିଏଲ-୧୭ର ୨୬ତମ ମ୍ୟାଚ୍ ଲକ୍ଷ୍ନୌ ଏକନା ଷ୍ଟାଡ଼ିୟମରେ ଖେଳାଯିବ । ଘରୋଇ ଗ୍ରାଉଣ୍ତରେ ବିଜୟ ନେଇ ଲକ୍ଷ୍ୟ ରଖିଛି ସୁପରଜାଏଣ୍ଟସ୍ । ସେପଟେ ୫ଟି ରୁ ୪ଟି ମ୍ୟାଚ୍ ହାରି ସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ବିଜୟ ଅତ୍ୟନ୍ତ ଜରୁରୀ ଅଟେ ।

ସୂଚନା ଅନୁଯାୟୀ, ଲକ୍ଷ୍ନୌ ସୁପରଜାଏଣ୍ଟସ୍ ୪ଟି ମ୍ୟାଚ୍ ରୁ ୩ଟିରେ ବିଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ହାରିଛି । ପ୍ରଥମ ମ୍ୟାଚ୍ ରେ ଦଳ ରାଜସ୍ଥାନ ରୟାଲସ୍ ନିକଟରୁ ପରାଜିତ ହୋଇଥିବା ବେଳେ ଶେଷ ୩ଟି ମ୍ୟାଚ୍ ରେ ଟିମ୍ ପଞ୍ଜାବ କିଙ୍ଗସ୍, ଗୁଜୁରାଟ ଟାଇଟାନସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି । ବ୍ୟାଟିଂରେ ନିକୋଲାସ ପୁରନ୍ ଚତ୍ମକାର ଫର୍ମରେ ରହିଥିବାବେଳେ କ୍ବିଣ୍ଟନ୍ ଡିକକ, ମାର୍କୋସ ଷ୍ଟୋଇନିସ, କେ.ଏଲ ରାହୁଲ, ଦେବଦତ୍ତ ପାଡ଼ିକଲ, ଆୟୁଷ ବଦାନି ଓ କ୍ରୁନାଲ ପାଣ୍ତ୍ୟା ମଧ୍ଯ ଭଲ ଫର୍ମରେ ରହିଛନ୍ତି । ସେହିପରି ବୋଲିଂ ବିଭାଗରେ ମଧ୍ୟ ଦଳ ଶକ୍ତିଶାଳୀ ରହିଛି ।  ତେବେ ଯୁବ ବୋଲର ଅଙ୍କିତ ଯାଦବ ଗୁଜୁରାଟ ବିପକ୍ଷ ମ୍ୟାଚ୍ ରେ ଆହତ ହେବା ଫଳରେ ଦଳକୁ ବଡ଼ ଝଟକା ଲାଗିଛି । ତେବେ ସେ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ରହିଛି ।

ଅନ୍ୟପଟେ, ଦିଲ୍ଲୀ କ୍ୟାପିଟାଲସ୍ ୫ଟି ମ୍ୟାଚ୍ ରୁ ୧ରେ ବିଜୟ ଓ ୪ଟି ମ୍ୟାଚ୍ ରେ ପରାଜିତ ହୋଇଛି । ଦଳ ଚେନ୍ନାଇ ସୁପରକିଙ୍ଗସକୁ ପରାସ୍ତ କରିଥିବାବେଳେ ପଞ୍ଜାବ କିଙ୍ଗସ, ରାଜସ୍ଥାନ ରୟାଲସ, କୋଲକତା ନାଇଟ ରାଇଡ଼ର୍ସ, ମୁମ୍ବାଇ ଇଣ୍ତିଆନସ ନିକଟରୁ ପରାଜିତ ହୋଇଛି । ଡ଼େଭିଡ଼ ୱାର୍ଣ୍ଣର, ପୃଥ୍ବୀ ସ’, ଅଭିଷେକ ପୋରେଲ, ତ୍ରିଣ୍ଟାନ ଷ୍ଟ୍ରବସ, ଋଷଭ ପନ୍ତ ପ୍ରମୁଖଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି । ୱାର୍ଣ୍ଣର, ଷ୍ଟ୍ରବସ ଓ ପୋରେଲ ବଡ଼ ଇନିଂସ ଖେଳିବାରେ ବିଫଳ ହେଉଛନ୍ତି । ବ୍ୟାଟିଂ ଅପେକ୍ଷା ଦଳ ବୋଲିଂକୁ ନେଇ ଚିନ୍ତାରେ ପଡ଼ିଛି । ଦୁର୍ବଳ ବୋଲିଂ ଯୋଗୁଁ ଦଳ ମୁମ୍ବାଇ ଇଣ୍ତିଆନ୍ସ , କୋଲକତା ନାଇଟ ରାଇଡ଼ର୍ସ ୨୦୦ରୁ ଅଧିକ ସ୍କୋର କରିବାରେ ସଫଳ ହୋଇଥିଲା । ଟିମ୍ କୁ ସୁପରଜାଏଣ୍ଟସ୍ ବିପକ୍ଷରେ ଜିତିବାକୁ ହେଲେ ଦଳକୁ ବୋଲିଂ ସୁଧାରିବାକୁ ପଡ଼ିବ ।