PL 2024: ବିଜୟ ଧାରା ବଜାୟ ରଖିଲା ରାଜସ୍ଥାନ; ଦମଦାର ଶତକ ସହ ବଟଲର ଦେଲେ ବିଜୟ
Advertisement

PL 2024: ବିଜୟ ଧାରା ବଜାୟ ରଖିଲା ରାଜସ୍ଥାନ; ଦମଦାର ଶତକ ସହ ବଟଲର ଦେଲେ ବିଜୟ

KKR vs RR Match Result 2024: ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ  ରାଜସ୍ଥାନ ଟିମ୍ ଆୟୋଜକ ଘରୋଇ କୋଲକାତା ଦଳକୁ ଏହା ଘରୋଇ ମଇଦାନରେ ୨ ୱିକେଟ୍ ରେ ପରାସ୍ତ କରିଛି।

 

PL 2024: ବିଜୟ ଧାରା ବଜାୟ ରଖିଲା ରାଜସ୍ଥାନ; ଦମଦାର ଶତକ ସହ ବଟଲର ଦେଲେ ବିଜୟ

KKR vs RR Match Highlights 2024: ମଙ୍ଗଳବାର (ଅପ୍ରେଲ ୧୬) କୋଲକାତା ଇଡେନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବାଜି ମାରିନେଇଛି ରାଜସ୍ଥାନ ରୟାଲ୍ସ। ମଙ୍ଗଳବାର ଖେଳାଯାଇଥିବା ୩୧ ତମ ମ୍ୟାଚ୍ ରେ ରାଜସ୍ଥାନ ଟିମ୍ ୨ ୱିକେଟରେ କୋଲକାତା ନାଇଟ ରାଇଡର୍ସ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ଧାର୍ଯ୍ୟ ୨୦ ଓଭର ରେ ୬ ୱିକେଟ ହରାଇ ୨୨୩ ରନ୍ ସଂଗ୍ରହ କରିଛି। ୨୨୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୮ ୱିକେଟ ହରାଇ ୨୨୪ ରନ୍ ସଂଗ୍ରହ କରିଥିଲା।  

ଏଥର କୋଲକାତା ଦଳକୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳୁଛି। କୋଲକାତା ନାଇଟ ରାଇଡର୍ସ ଏହାର ସାଂଘାତିକ ବ୍ୟାଟିଂ ସହିତ ବିପକ୍ଷ ଦଳରେ ଭୟ ସୃଷ୍ଟି କରିଥିଲା। କେକେଆର୍ ଟିମ୍ ମଧ୍ୟ ଟେବୁଲ୍ ଟପ୍ ରାଜସ୍ଥାନ ଦଳକୁ ଏକ ଚମତ୍କାର ଟକ୍କର ଦେଇଥିଲା। ହେଲେ ଶେଷରେ ଜୋସ୍ ବଟଲର୍ ଦମଦାର ଶତକ ହାସଲ କର ରାଜସ୍ଥାନ ଦଳର ବିଜୟ ଧାରା ବଜାୟ ରଖିଥିଲେ। ରାଜସ୍ଥାନ ରୟାଲ୍ସ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ସତ୍ତ୍ୱେ ଜୋସ୍ ବଟଲର୍ ଇଡେନ୍ ଗାର୍ଡେନ୍ ଠାରେ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। 

ସୁନୀଲ ନାରିନ୍ ମାରିଥିଲେ ଶତକ
ମଙ୍ଗଳବାର  ଇଡେନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରାଜସ୍ଥାନ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଅନ୍ୟ ପଟେ କୋଲକାତା ଟିମ୍ ପକ୍ଷରୁ ସୁନୀଲ ନାରିନ ରାଜସ୍ଥାନ ଦଳର କାଲ ଭାବେ ପଡ଼ିଆରେ ଓହ୍ଲାଇଥିଲେ। ଗୋଟିଏ ପଟୁ କୋଲକାତା ଟିମ୍ ୱିକେଟ ପତନ ହେଉଥିବାର ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ପଟେ ସୁନୀଲ ନାରିନ ପଡ଼ିଆରେ ଚୌକା ଛକା ମାରିବା ଜାରି ରଖିଥିଲା। କେକେଆର୍ ପାଇଁ ନାରିନ ତାଙ୍କ କ୍ୟାରିୟର ମଧ୍ୟର ପ୍ରଥମ ଶତକ ହାସଲ କରିଥିଲେ। ସେ ୪୯ ବଲ ଖେଳି  ୧୩ ଚୌକା ଏବଂ ୬ ଛକା ସହାୟତାରେ  ୧୦୯ ରନ୍ ସ୍କୋର କରିଥିଲେ। କୋଲକାତା ପାଇଁ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରିଂ ଇନିଂସ ଅଙ୍ଗକୃଷ୍ଣ ରଘୁବଂଶୀ ଖେଳିଥିଲା। ସେ ୩୦ ରନ୍ ସଂଗ୍ରହ କରି ଦଳୀୟ ସ୍କୋର ୨୨୩ ପର୍ଯ୍ୟନ୍ତ ନେବାରେ ସହଯୋଗ କରିଥିଲେ। ଶେଷରେ ରିଙ୍କୁ ସିଂହ ମଧ୍ୟ ୯ ବଲ ଖେଳି ୨୦ ରନ୍ ସଂଗ୍ରହ କରିଥିଲେ।

ଚମତ୍କାର ବୋଲିଂ କରିଥିଲେ ଆବେଶ-କୁଳଦୀପ 
ରାଜସ୍ଥାନ ପାଇଁ ଦ୍ରୁତ ବୋଲର ଆଭେଶ ଖାନ ଏବଂ କୁଲଦୀପ ସେନ୍ ଭଲ ବୋଲିଂ କରିଥିଲେ। ଉଭୟେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଟ୍ରେଣ୍ଟ ବୋଲ୍ଟ ଏବଂ ଯୁଜବେନ୍ଦ୍ର ଚହଲ ମଧ୍ୟ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ। ଦ୍ରୁତ ବୋଲର ତୁଳନାରେ ଯୁଜବେନ୍ଦ୍ର ଚହଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ ବହୁତ ମହଙ୍ଗା ପ୍ରମାଣିତ ହୋଇଥିଲେ। ୪ ଓଭର ବୋଲି ଚହଲ ୫୪ ରନ୍ ଏବଂ ଅଶ୍ୱିନ୍ ୪୯ ରନ୍ ବ୍ୟୟ କରିଥିଲେ। ୨୨୪ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରିବା ବେଳେ ରାଜସ୍ଥାନ ଦଳର ବ୍ୟାଟିଂ ସେପରି ଆଖିଦୃଶିଆ ନଥିଲା।

ଦଳର ସ୍ଥିତି ସମ୍ଭାଳିଥିଲେ ଜୋସ୍ ବଟଲର୍ 
୨୨୪ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଯଶସ୍ୱୀ ଜୈସୱାଲଙ୍କ ଠାରୁ ସଞ୍ଜୁ ସାମସନଙ୍କ ପର୍ଯ୍ୟନ୍ତ ସମସ୍ତେ ଫ୍ଲପ୍ ଦେଖାଯାଉଥିଲେ। ହେଲେ ଜୋସ୍ ବଟଲର ଏକାକୀ ଦଳର ସ୍ଥିତି ସମ୍ଭାଳିଥିଲେ। ସେ ୬୦ ବଲ ଖେଳି ୯ ଚୌକା ଏବଂ ୬ ଛକା ସହାୟତାରେ ୧୦୭ ରନ୍ ସ୍କୋର କରିଥିଲେ। ଚଳିତ ଆଇପିଏଲ ସଂସ୍କରଣରେ ସେ ବିଜୟ ଲକ୍ଷ୍ୟକୁ ପିଛା କରି ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ରିୟାନ୍ ପରାଗ ମଧ୍ୟ ୧୪ ବଲ ଖେଳି ୩୪ ରନ୍ ସ୍କୋର କରିଥିଲେ। ଏହି ବିଜୟ ପରେ ରାଜସ୍ଥାନ ପଏଣ୍ଟ ଟେବୁଲ ତାଲିକାରେ ନିଜର ପ୍ରାଧାନ୍ୟ ବଜାୟ ରଖିଛି। ଦଳ ୭ ମ୍ୟାଚ ଖେଳି ୬ ମ୍ୟାଚ୍ ରେ ବିଜୟ ହାସଲ କରିଛି।