Jasprit Bumrah: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, IPL 2023ରୁ ବାହାର ହେଲେ ଜସପ୍ରୀତ ବୁମ୍ରା!
Advertisement
Article Detail0/zeeodisha/odisha1590760

Jasprit Bumrah: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, IPL 2023ରୁ ବାହାର ହେଲେ ଜସପ୍ରୀତ ବୁମ୍ରା!

Jasprit Bumrah: ଗତ ବର୍ଷ ଜସପ୍ରୀତ ବୁମ୍ରା ଏସିଆ କପ୍ ୨୦୨୨ ଓ ଟି-20 ବିଶ୍ୱକପ୍ ୨୦୨୨ ମଧ୍ୟ ଖେଳିପାରିନଥିଲେ । ଇଏସପିଏନ୍ କ୍ରିକିନଫୋଙ୍କ ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମ୍ରା ଆଇପିଏଲ୍ ୨୦୨୩ ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳି ପାରିବେ ନାହିଁ ।

Jasprit Bumrah: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, IPL 2023ରୁ ବାହାର ହେଲେ ଜସପ୍ରୀତ ବୁମ୍ରା!

Jasprit Bumrah: ଭାରତୀୟ ତଥା ମୁମ୍ବାଇ ଇଣ୍ଡିଆନ (Mumbai Indians) ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ଆସିଛି । ପ୍ରକୃତରେ ଜସପ୍ରୀତ ବୁମ୍ରା (Jasprit Bumrah) ଆଇପିଏଲ ୨୦୨୩ (IPL 2023) ଅଂଶଗ୍ରହଣ କରିପାରିବେ ନାହିଁ । ଜସପ୍ରୀତ ବୁମ୍ରା (Jasprit Bumrah) ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମଧ୍ୟ ଖେଳିବାକୁ ସକ୍ଷମ ହେବେ ନାହିଁ । ଦିନିକିଆ ବିଶ୍ୱକପ ୨୦୨୩କୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଜସପ୍ରୀତ ବୁମ୍ରା (Jasprit Bumrah) ଓ ଏନସିଏ ସହ କଥା ହେବା ପରେ ତାଙ୍କ ଅସ୍ତ୍ରୋପଚାର ବିଷୟରେ ନିଷ୍ପତ୍ତି ନେଇପାରେ ।

ପ୍ରକୃତରେ ଗତ ବର୍ଷ ଅଗଷ୍ଟରେ ଜସପ୍ରୀତ ବୁମ୍ରା (Jasprit Bumrah) ଆହତ ହୋଇଥିଲେ । ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ପିଠିରେ କିଛି ଅସୁବିଧା ହୋଇଥିଲା । ଗତ ବର୍ଷ ଜସପ୍ରୀତ ବୁମ୍ରା (Jasprit Bumrah) ଏସିଆ କପ୍ ୨୦୨୨ ଓ ଟି-20 ବିଶ୍ୱକପ୍ ୨୦୨୨ ମଧ୍ୟ ଖେଳିପାରିନଥିଲେ । ଇଏସପିଏନ୍ କ୍ରିକିନଫୋଙ୍କ ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମ୍ରା (Jasprit Bumrah) ଆଇପିଏଲ୍ ୨୦୨୩ ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳି ପାରିବେ ନାହିଁ । ଭାରତୀୟ ପ୍ରଶଂସକମାନେ ଆଶା କରୁଛନ୍ତି ଯେ,  ସେ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ ଫିଟ୍ ହୋଇଯିବେ । କୁହାଯାଇଛି ଯେ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ଅସ୍ତ୍ରୋପଚାର କରିବାକୁ ପଡିପାରେ ।

ଡିସେମ୍ବରରୁ ଜସପ୍ରୀତ ବୁମ୍ରା (Jasprit Bumrah) ବୋଲିଂ ଆରମ୍ଭ କରିଥିଲେ । ସେ ସୁସ୍ଥ ହୋଇଯାଇଛନ୍ତି ବୋଲି ବିଚାର କରି ଚୟନକର୍ତ୍ତାମାନେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଧଳା ବଲ୍ ସିରିଜରେ ସାମିଲ କରିଥିଲେ । କିନ୍ତୁ ପରେ ଜସପ୍ରୀତ ବୁମ୍ରା (Jasprit Bumrah) ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି ବୋଲି କହି ତାଙ୍କ ନାମ ପ୍ରତ୍ୟାହାର କରାଯାଇଥିଲା । ଜସପ୍ରୀତ ବୁମ୍ରା (Jasprit Bumrah) ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀରେ ରିହ୍ୟାବିଲେଶନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ଏହି ପର୍ଯ୍ୟାୟ ତାଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ହୋଇଛି । ଆଜ୍ଞା ହଁ ଭାରତୀୟ ପ୍ରଶଂସକ ଓ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକଙ୍କ ପାଇଁ ଏହା ଅତ୍ୟନ୍ତ ଖରାପ ଖବର ।

ଅଧିକ ପଢ଼ନ୍ତୁ:-ଜିଓ ଦେଉଛି ୧ ମାସର ମାଗଣା ରିଚାର୍ଜ! ଡାଟା ଓ କଲିଂ ସବୁକିଛି ଫ୍ରି, ଏପରି ଉଠାନ୍ତୁ ଲାଭ

ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ରୋହିତ ଶର୍ମା, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଲାଗୁ କରିବାକୁ ନେଇ ବଡ଼ ଅପଡେଟ୍, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ଘୋଷଣା

ଆପଣଙ୍କୁ କହି ରଖୁଛୁ ଯେ, ଜସପ୍ରୀତ ବୁମ୍ରା ସେପ୍ଟେମ୍ବର ୨୦୨୨ରୁ କ୍ରିକେଟ୍ ଏକ୍ଟିଭିଟିରୁ ଦୂରେଇ ଅଛନ୍ତି । ସେତେବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳାଯାଇଥିଲା, ଯେଉଁଥିରେ ଜସପ୍ରୀତ ବୁମ୍ରା ଅଂଶଗ୍ରହଣ କରିଥିଲେ । ଏହା ପରେ ସେ ଆହତ କାରଣରୁ ଦଳରୁ ଦୂରେଇ ରହିଥିଲେ, ଜସପ୍ରୀତ ବୁମ୍ରା ଏସିଆ କପ୍ ୨୦୨୨, ଟି-20 ବିଶ୍ୱକପ ୨୦୨୨ରେ ଅଂଶଗ୍ରହଣ କରିପାରି ନଥିଲେ ।