Rohit Sharma On KL Rahul: କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ରୋହିତ ଶର୍ମା, ଜାଣନ୍ତୁ କ'ଣ କହିଲେ
Advertisement

Rohit Sharma On KL Rahul: କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ରୋହିତ ଶର୍ମା, ଜାଣନ୍ତୁ କ'ଣ କହିଲେ

Rohit Sharma On KL Rahul: ର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ୍ ହୋଇସାରିଛି । ତୃତୀୟ ଟେଷ୍ଟ ମ୍ୟାଚ୍ ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି । ବର୍ତ୍ତମାନ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତି ଏହି ସିରିଜକୁ ଦଳ ନିଜ ନାମରେ କରିନେବାକୁ ଚାହୁଁଛି । 

Rohit Sharma On KL Rahul: କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ରୋହିତ ଶର୍ମା, ଜାଣନ୍ତୁ କ'ଣ କହିଲେ

Rohit Sharma On KL Rahul: ଟିମ୍ ଇଣ୍ଡିଆ (Team India) ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ (Border-Gavaskar Trophy) ଟେଷ୍ଟ ସିରିଜ ଖେଳୁଛି । ଏହି ସିରିଜ (India vs Australia Test Series) ରେ ମୋଟ ୪ଟି ମ୍ୟାଚ୍ ଖେଳାଯିବ । ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ୍ ହୋଇସାରିଛି । ତୃତୀୟ ଟେଷ୍ଟ ମ୍ୟାଚ୍ (IND vs AUS 3rd Test Match) ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି । ବର୍ତ୍ତମାନ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତି ଏହି ସିରିଜକୁ ଦଳ ନିଜ ନାମରେ କରିନେବାକୁ ଚାହୁଁଛି । ଅନ୍ୟପଟେ କଙ୍ଗାରୁ ଦଳ ସିରିଜରେ ପ୍ରଥମ ବିଜୟର ଆଶା ରଖି ମଇଦାନକୁ ଓହ୍ଲାଇବ । ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ବିଜୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲକୁ ନେବା ସହ ଟେଷ୍ଟ ମାନ୍ୟତାରେ ଏହାକୁ ନମ୍ବର -୧ କରିବ ।

ସେପଟେ ତୃତୀୟ ଟେଷ୍ଟ ମ୍ୟାଚ୍ (India vs Australia 3rd Test Match) ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଠାରେ ରୋହିତ ଶର୍ମା କେଏଲ୍ ରାହୁଲ (KL Rahul) ଙ୍କ ଫର୍ମ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ରୋହିତ ଶର୍ମା କହିଛନ୍ତି ଯେ,  କିଏ ଉପ-ଅଧିନାୟକ ହେବା କିମ୍ୱା ନ ହେବା, ଆପଣଙ୍କୁ କୌଣସି ପ୍ରକାରର ସଂକେତ ଦେଇ ନଥାଏ । ଆପଣଙ୍କୁ କହି ରଖୁଛୁ ଯେ, କେଏଲ ରାହୁଲ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଉପ-ଅଧିନାୟକ (Indian Vice Captain) ଥିଲେ । କିନ୍ତୁ ଯେତେବେଳେ ଆଗାମୀ ଦୁଇଟି ଟେଷ୍ଟ ପାଇଁ ଦଳ ଘୋଷଣା କରାଯାଇଥିଲା, ସେତେବେଳେ ସେ ଦଳର ଉପ-ଅଧିନାୟକ ନଥିଲେ । କେ.ଏଲ୍ ରାହୁଲ କ୍ରମାଗତ ଭାବରେ ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି । ଏହି ସମୟ ମଧ୍ୟରେ ଯେତେବେଳେ ଏପରି କିଛି ଘଟେ, ତାହା ଏକ ପ୍ରକାରର ସଂକେତ କି ତାଙ୍କ ଉପରେ ଖରାପ ଫର୍ମ ଯୋଗୁଁ ତାଙ୍କୁ ଏହି ପଦରୁ ହଟାଯାଇଛି ।  

ଏଭଳି ପରିସ୍ଥିତିରେ କେଏଲ ରାହୁଲ (KL Rahul) ଙ୍କ ବିଷୟରେ ରୋହିତ ଶର୍ମା (Rohit Sharma) ଙ୍କ ଏହି ବୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୋହିତ ଶର୍ମା ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫିରେ ଏପର୍ଯ୍ୟନ୍ତ ବିଫଳ ହୋଇଥିବା ଭାରତୀୟ ଦଳର ଟପ୍ ଅର୍ଡର ବିଷୟରେ କହିଛନ୍ତି । ରୋହିତ ଶର୍ମା କହିଛନ୍ତି ଯେ, ହଁ, ଏହା ସତ ଯେ ଟପ୍ ଅର୍ଡର ଏପର୍ଯ୍ୟନ୍ତ ସେତିକି ରନ୍ କରିନାହାଁନ୍ତି, ଯେତିକି ଆଶା କରାଯାଇ ଥିଲା । କିନ୍ତୁ ଆମର ପ୍ରୟାସ ଏହା କି ଟପରେ କ୍ୱାଲିଟିକୁ ଆଣିବା, ଯାହା ନିଶ୍ଚିତ ଭାବରେ ଫଳାଫଳ ଦେବ ।

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଲାଗୁ କରିବାକୁ ନେଇ ବଡ଼ ଅପଡେଟ୍, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ଘୋଷଣା

ଅଧିକ ପଢ଼ନ୍ତୁ:-BCCI ଦେଲା ବଡ଼ ଅପଡେଟ୍, ଏହି ବିପଜ୍ଜନକ ଖେଳାଳି ଆହତ କାରଣରୁ ଦଳରୁ ହେଲେ ବାହାର

ଅଧିକ ପଢ଼ନ୍ତୁ:-ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ଅଧିକାରୀଙ୍କ ପ୍ରବେଶ ଉଦ୍ୟମ, ସତର୍କ କରାଇଥିବା ପ୍ରଟୋକଲ ଅଫିସରଙ୍କୁ ମିଳିଲା ଦଣ୍ଡ!