KL Rahul-Athiya Shetty Wedding Gifts: ରାହୁଲ- ଆଥିଆଙ୍କୁ କୋଟି କୋଟି ଟଙ୍କାର ଗିଫ୍ଟ ଦେଇ ନାହାଁନ୍ତି ଧୋନି ଓ କୋହଲି, ସୁନୀଲ ଶେଟ୍ଟିଙ୍କ ପରିବାର କହିଲା ସତ
Advertisement

KL Rahul-Athiya Shetty Wedding Gifts: ରାହୁଲ- ଆଥିଆଙ୍କୁ କୋଟି କୋଟି ଟଙ୍କାର ଗିଫ୍ଟ ଦେଇ ନାହାଁନ୍ତି ଧୋନି ଓ କୋହଲି, ସୁନୀଲ ଶେଟ୍ଟିଙ୍କ ପରିବାର କହିଲା ସତ

KL Rahul-Athiya Shetty Wedding Gifts: ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ଖେଳାଳିମାନେ ଏହି ବାହାଘରରେ ଆଥିଆ ଶେଟ୍ଟୀ ଓ କେ.ଏଲ୍ ରାହୁଲଙ୍କୁ ମହଙ୍ଗା ଉପହାର ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଦମ୍ପତିଙ୍କ ପରିବାର ସଦସ୍ୟ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ଆଥିଆ ଶେଟ୍ଟୀ ଓ କେ.ଏଲ୍ ରାହୁଲଙ୍କୁ ୨.୧୭ କୋଟି ଟଙ୍କା ମୂଲ୍ୟର ବିଏମଡବ୍ଲୁ କାର ଉପହାର ଦେଇଛନ୍ତି ।

KL Rahul-Athiya Shetty Wedding Gifts: ରାହୁଲ- ଆଥିଆଙ୍କୁ କୋଟି କୋଟି ଟଙ୍କାର ଗିଫ୍ଟ ଦେଇ ନାହାଁନ୍ତି ଧୋନି ଓ କୋହଲି, ସୁନୀଲ ଶେଟ୍ଟିଙ୍କ ପରିବାର କହିଲା ସତ

KL Rahul-Athiya Shetty Wedding Gifts: ନିକଟ ଅତୀତରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ (Athiya Shett) ଓ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ (KL Rahul) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜାନୁୟାରୀ ୨୩ରେ ଖଣ୍ଡାଲାର ସୁନୀଲ ଶେଟ୍ଟୀଙ୍କ ଫାର୍ମହାଉସରେ ଦୁହେଁ ସାତ ଜନ୍ମର ବନ୍ଧନରେ ବନ୍ଧା (KL Rahul-Athiya Shetty Wedding) ହୋଇଥିଲେ, ଯାହାର ଫଟୋ ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇଛି । ଆଥିଆ ଶେଟ୍ଟୀ ଓ କେଏଲ ରାହୁଲ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଥିଲେ, ଯେଉଁଥିରେ ପ୍ରଶଂସକମାନେ ବହୁତ ପ୍ରେମ ବର୍ଷାଇଥିଲେ ।

ସେପଟେ କୁହାଯାଉଥିଲା ଯେ, ବିରାଟ କୋହଲି (Virat Kohli) ଓ ମହେନ୍ଦ୍ର ସିଂ ଧୋନି (MS Dhoni) ଙ୍କ ଭଳି ଖେଳାଳିମାନେ ଏହି ବାହାଘରରେ ଆଥିଆ ଶେଟ୍ଟୀ ଓ କେ.ଏଲ୍ ରାହୁଲଙ୍କୁ ମହଙ୍ଗା ଉପହାର ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଦମ୍ପତିଙ୍କ ପରିବାର ସଦସ୍ୟ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ଆଥିଆ ଶେଟ୍ଟୀ ଓ କେ.ଏଲ୍ ରାହୁଲଙ୍କୁ ୨.୧୭ କୋଟି ଟଙ୍କା ମୂଲ୍ୟର ବିଏମଡବ୍ଲୁ କାର ଉପହାର ଦେଇଛନ୍ତି । ଏଥି ସହିତ ସଲମାନ ଖାନ ମଧ୍ୟ ଏହି ଦମ୍ପତିଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଇଛନ୍ତି । ତେବେ ବର୍ତ୍ତମାନ ଏହି ଦମ୍ପତିଙ୍କ ପରିବାର ସଦସ୍ୟ ଏହି ସବୁ ଜିନିଷକୁ ମିଛ ବୋଲି କହିଛନ୍ତି । 

ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପରିବାର ସଦସ୍ୟ କହିଛନ୍ତି ଯେ,  ସମସ୍ତ ରିପୋର୍ଟ ମିଛ ଅଟେ । ଏହିପରି ଭୁଲ ତଥ୍ୟ ପ୍ରକାଶ କରିବା ପୂର୍ବରୁ ଆମ ସହିତ ଯାଞ୍ଚ କରିବାକୁ ଆମେ ଗଣମାଧ୍ୟମକୁ ଅନୁରୋଧ କରୁଛୁ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ମହେନ୍ଦ୍ର ସିଂ ଧୋନି ନିଜେ କେ.ଏଲ୍ ରାହୁଲଙ୍କୁ ଏକ କାୱାସାକି ନିଞ୍ଜା ବାଇକ୍ ଉପହାର ଦେଇଛନ୍ତି । ତେବେ ବର୍ତ୍ତମାନ ଏହି ଦମ୍ପତିଙ୍କ ପରିବାର ଏହି ସବୁ କଥା ଗୁଜବ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-ନାଗା ସାଧୁଙ୍କ ପରି କୁମ୍ଭକୁ କାହିଁକି ଆସନ୍ତିନି ଅଘୋରୀ, ଜାଣନ୍ତୁ ଉଭୟଙ୍କ ରହସ୍ୟମୟ ଦୁନିଆର ସତ

ଅଧିକ ପଢ଼ନ୍ତୁ:-ଟି-20ରେ ନମ୍ବର 1, ଦିନିକିଆରେ ଫ୍ଲପ୍; ଏଣିକି ସୂର୍ଯ୍ୟକୁମାର ଯାଦବଙ୍କୁ ODI ବିଶ୍ୱକପରେ ମିଳିବନି ସ୍ଥାନ!

ଅଧିକ ପଢ଼ନ୍ତୁ:-ଏୟାରଟେଲ ଦେଲା ଜୋରଦାର ଝଟକା! ପ୍ରିପେଡ୍ ପ୍ଲାନ କଲା ମହଙ୍ଗା, ଏଠାରେ ଦେଖନ୍ତୁ ନୂଆ ପ୍ରାଇସ୍ ଲିଷ୍ଟ୍

ମିଡିଆ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି କେଏଲ ରାହୁଲ ଓ ଆଥିଆଙ୍କୁ ଏକ ଖାସ୍ କାର ଉପହାର ଦେଇଥିଲେ । ଯଦି ମିଡିଆ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି କାରଟି BMW କମ୍ପାନୀର ଅଟେ, ଯେଉଁଥିରେ କ୍ରିକେଟ୍ ଓ ଫିଲ୍ମର ମିଶ୍ରଣରୁ ନିର୍ମିତ ଗ୍ରାଫିକ୍ସ ମଧ୍ୟ ଅଛି । ଏହି ନିର୍ଦ୍ଦିଷ୍ଟ କାରର ମୂଲ୍ୟ ପ୍ରାୟ ୨.୧୭ କୋଟି ଟଙ୍କା ବୋଲି କୁହାଯାଉଥିଲା । ନିଜ ଅଧିନାୟକତ୍ୱରେ ଭାରତୀୟ ଦଳକୁ ବିଶ୍ୱକପ ଜିତାଇଥିବା ଏମଏସ ଧୋନି ରାହୁଲ ଓ ଆଥିଆଙ୍କ ବାହାଘରରେ ପହଞ୍ଚିଥିଲେ । ସେ ଘରର ଜଣେ ବୟସ୍କ ସଦସ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରି ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଏହା ବ୍ୟତୀତ ରାହୁଲଙ୍କୁ ଏକ କାୱାସାକି ନିଞ୍ଜା ବାଇକ୍ ଉପହାର ସ୍ୱରୂପ ଦେଇଛନ୍ତି ବୋଲି ଦାବି କରାଯାଇଥିଲା । ଏହି ବାଇକର ବଜାର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ।