IND vs BAN: ଦ୍ୱିତୀୟ ଟେଷ୍ଟରେ ଖେଳିବେ କି ରୋହିତ ଶର୍ମା? କେଏଲ୍ ରାହୁଲ ଦେଲେ ବଡ଼ ଅପଡେଟ୍
Advertisement

IND vs BAN: ଦ୍ୱିତୀୟ ଟେଷ୍ଟରେ ଖେଳିବେ କି ରୋହିତ ଶର୍ମା? କେଏଲ୍ ରାହୁଲ ଦେଲେ ବଡ଼ ଅପଡେଟ୍

KL Rahul On Rohit Sharma Fitness: ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୨ରୁ ଖେଳାଯିବ । ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ସେପର୍ଯ୍ୟନ୍ତ ଦଳରେ ଫେରି ପାରିବେ କି ନାହିଁ । ଦିନିକିଆ ସିରିଜରେ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ରୋହିତ ଶର୍ମା ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଥିଲେ । 

IND vs BAN: ଦ୍ୱିତୀୟ ଟେଷ୍ଟରେ ଖେଳିବେ କି ରୋହିତ ଶର୍ମା? କେଏଲ୍ ରାହୁଲ ଦେଲେ ବଡ଼ ଅପଡେଟ୍

KL Rahul On Rohit Sharma Fitness: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ (India vs Bangladesh 1st Test) ରେ ଭାରତ (Indian Team) ୧୮୮ ରନରେ ଜିତିଛି । ଚଟ୍ଟଗ୍ରାମ ଟେଷ୍ଟରେ ଆଶ୍ଚର୍ଯ୍ୟଜନକ ବିଜୟ ପରେ ଟିମ୍ ଇଣ୍ଡିଆ (Team India) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (World Test Chamionship) ର ଫାଇନାଲରେ ପ୍ରବେଶ କରିବାକୁ ରେସରେ ରହିଛି । ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ (IND vs BA 2nd Test)  ଡିସେମ୍ବର ୨୨ରୁ ଖେଳାଯିବ । ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ସେପର୍ଯ୍ୟନ୍ତ ଦଳରେ ଫେରି ପାରିବେ କି ନାହିଁ । ଦିନିକିଆ (ODI) ସିରିଜରେ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ରୋହିତ ଶର୍ମା ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଥିଲେ । ଏହି କାରଣରୁ କେଏଲ୍ ରାହୁଲ (KL Rahul) ଙ୍କୁ ପ୍ରଥମ ଟେଷ୍ଟରେ ଅଧିନାୟକତ୍ୱ କରିବାକୁ ପଡ଼ିଛି ।

ବର୍ତ୍ତମାନ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ପରେ କେଏଲ୍ ରାହୁଲ (KL Rahul) ଙ୍କୁ ରୋହିତ ଶର୍ମାଙ୍କ ଫିଟନେସ୍ ଉପରେ ପ୍ରଶ୍ନ କରାଯାଇଥିଲା । ମ୍ୟାଚ୍ ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେଏଲ୍ ରାହୁଲ କହିଛନ୍ତି ଯେ,  ଆଗାମୀ ଦୁଇ କିମ୍ବା ତିନି ଦିନ ମଧ୍ୟରେ ରୋହିତ ଶର୍ମା (Rohit Sharma) ଙ୍କ ଫିଟନେସ୍ ବିଷୟରେ ମ୍ୟାନେଜମେଣ୍ଟକୁ ସୂଚନା ମିଳିଯିବ । ବର୍ତ୍ତମାନ ସୁଦ୍ଧା ତାଙ୍କ ଫିଟନେସ୍ ବିଷୟରେ ମୋର କୌଣସି ଧାରଣା ନାହିଁ । ଏଠାରେ କହି ରଖୁଛୁ ଯେ, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୨ରୁ ବାଂଲାଦେଶର ଢାକା (Dhaka) ରେ ଖେଳାଯିବ ।

ପ୍ରଥମ ମ୍ୟାଚ୍‌ରେ ଦଳର ଅଧିନାୟକ କେଏଲ୍ ରାହୁଲ (KL Rahul) ଦଳର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । କେଏଲ ରାହୁଲ କହିଛନ୍ତି ଯେ ସମସ୍ତେ ସେମାନଙ୍କର ଭୂମିକା ନିର୍ବାହ କରିଛନ୍ତି ଓ କାର୍ଯ୍ୟ ସମାପ୍ତ କରିଛନ୍ତି । କେବଳ ବ୍ୟାଟ୍ ନୁହେଁ ଦଳ ଫିଲ୍ଡିଂରେ ମଧ୍ୟ ଦମଦାର୍ ପ୍ରଦର୍ଶନ କରିଛି । କେଏଲ ରାହୁଲ କହିଛନ୍ତି ଯେ, କୁଲଦୀପ ଯାଦବ, ମହମ୍ମଦ ସିରାଜ ପ୍ରଥମ ଇନିଂସରେ ଭଲ ବୋଲିଂ କରିଥିବାବେଳେ ଅକ୍ସର ପଟେଲ ଦ୍ୱିତୀୟ ଇନିଂସରେ ଏକ ଭଲ କାମ କରିଛନ୍ତି । 

ଏହା ବି ପଢ଼ନ୍ତୁ:-ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ମିଳିଲା ଏତେ କୋଟି ଟଙ୍କା, ଫ୍ରାନ୍ସ ବି ହେଲା ମାଲାମାଲ

ଆପଣଙ୍କୁ କହି ରଖୁଛୁ ଯେ, ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ (Team India) ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଭାରତ ୪୦୪ ରନ୍ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଇନିଂସରେ ୨୫୮ ରନରେ ଇଂନିସ ଘୋଷଣା କରିଥିଲା । ବାଂଲାଦେଶ ପ୍ରଥମ ଇନିଂସରେ ୧୫୦ ରନ୍ ଓ ଦ୍ୱିତୀୟ ଇନିଂସରେ ୩୨୪ ରନ୍ ସଂଗ୍ରହ କରିଥିଲା । ଚେତେଶ୍ୱର ପୂଜାରା, ଶୁଭମାନ ଗିଲ ମଧ୍ୟ ଟିମ୍ ଇଣ୍ଡିଆ ତରଫରୁ ଶତକ ହାସଲ କରିଥିଲେ ।