NED vs ZIM: ଜିମ୍ବାୱେର ସେମିଫାଇନାଲରେ ପ୍ରବେଶ କରିବାର ଆଶାକୁ ଲାଗିଲା ବଡ଼ ଝଟକା, ୫ ୱିକେଟରେ ପରାସ୍ତ କଲା ନେଦରଲ୍ୟାଣ୍ଡ
Advertisement

NED vs ZIM: ଜିମ୍ବାୱେର ସେମିଫାଇନାଲରେ ପ୍ରବେଶ କରିବାର ଆଶାକୁ ଲାଗିଲା ବଡ଼ ଝଟକା, ୫ ୱିକେଟରେ ପରାସ୍ତ କଲା ନେଦରଲ୍ୟାଣ୍ଡ

NED vs ZIM: ଜିମ୍ବାୱେ ଅଧିନାୟକ କ୍ରେଗ ଇରୱିନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଡିଲେଡ୍ ଓଭାଲରେ ଏହି ଗ୍ରାଉଣ୍ଡରେ ନେଦରଲ୍ୟାଣ୍ଡର ବୋଲରମାନେ ପାୱାରପ୍ଲେରେ ଜବରଦସ୍ତ ବୋଲିଂ କରି ଜିମ୍ବାୱେର ଟପ୍ ଅର୍ଡରକୁ ପାଭିଲିୟନକୁ ପଠାଇଥିଲେ । ପ୍ରଥମ ୬ ଓଭରରେ ଜିମ୍ବାୱେ ମାତ୍ର ୨୦ ରନରେ ୩ଟି ୱିକେଟ୍ ହରାଇଥିଲା..

NED vs ZIM: ଜିମ୍ବାୱେର ସେମିଫାଇନାଲରେ ପ୍ରବେଶ କରିବାର ଆଶାକୁ ଲାଗିଲା ବଡ଼ ଝଟକା, ୫ ୱିକେଟରେ ପରାସ୍ତ କଲା ନେଦରଲ୍ୟାଣ୍ଡ

Netherlands vs Zimbabwe T20 World Cup 2022: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ସୁପର-12 ରାଉଣ୍ଡର ବୁଧବାର ଖେଳାଯାଇଥିବା ଏକ ମ୍ୟାଚ (NED vs ZIM) ରେ ନେଦରଲ୍ୟାଣ୍ଡ ଜିମ୍ବାୱେକୁ ୫ ୱିକେଟରେ ପରାସ୍ତ କରିଛି । ପ୍ରଥମେ ଜିମ୍ବାୱେ ବ୍ୟାଟିଂ କରି ୧୧୭ ରନରେ ଅଲଆଉଟ ହୋଇଯାଇଥିଲା । ଏହାର ଜବାବରେ ନେଦରଲ୍ୟାଣ୍ଡ (Netherlands) ମାତ୍ର ୫ ୱିକେଟ୍ ହରାଇ ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଥିଲା । ଏହି ପରାଜୟ ପରେ ଜିମ୍ବାୱେ (Zimbabwe) ର ସେମିଫାଇନାଲରେ ପ୍ରବେଶ କରିବାର ଆଶା ମଧ୍ୟ ଶେଷ ହୋଇଯାଇଛି । ଜିମ୍ବାୱେ ଅଧିନାୟକ କ୍ରେଗ ଇରୱିନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଡିଲେଡ୍ ଓଭାଲରେ ଏହି ଗ୍ରାଉଣ୍ଡରେ ନେଦରଲ୍ୟାଣ୍ଡର ବୋଲରମାନେ ପାୱାରପ୍ଲେରେ ଜବରଦସ୍ତ ବୋଲିଂ କରି ଜିମ୍ବାୱେର ଟପ୍ ଅର୍ଡରକୁ ପାଭିଲିୟନକୁ ପଠାଇଥିଲେ । ପ୍ରଥମ ୬ ଓଭରରେ ଜିମ୍ବାୱେ ମାତ୍ର ୨୦ ରନରେ ୩ଟି ୱିକେଟ୍ ହରାଇଥିଲା । ଏଠାରୁ ସୀନ ୱିଲିୟମ୍ସ (୨୮) ଓ ସିକନ୍ଦର ରଜା (୪୦) ଇନିଂସକୁ ଆଗକୁ ନେଇଥିଲେ ।

ତେବେ ଏହି ଦୁଇ ଜଣ ଖେଳାଳିଙ୍କ ବ୍ୟତୀତ ଅନ୍ୟ କୌଣସି ଜିମ୍ବାୱେ ବ୍ୟାଟ୍ସମ୍ୟାନ୍ ଡବଲ୍ ଫିଗରକୁ ଛୁଇଁ ପାରିନଥିଲେ । ଦଳ ୧୯.୨ ଓଭରରେ ୧୧୭ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ମେକ୍ରାନ୍ ନେଦରଲ୍ୟାଣ୍ଡ ପାଇଁ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି । ବ୍ୟାସ୍ ଡି ଲିଡେ, ୱାନ୍ ବିକ୍ ଏବଂ ଗ୍ଲୋଭର ମଧ୍ୟ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଏହି ବଲିଉଡ ଅଭିନେତ୍ରୀ, ଚାଲିଲେ ରାହୁଲ ଗାନ୍ଧୀଙ୍କ ସହ

ଅଧିକ ପଢ଼ନ୍ତୁ:-୭ ଗୁଣା ବୟସ କମ୍ କରିବାର ଉପାୟ କହିଲେ ଉର୍ଫି ଜାଭେଦ୍! କେବଳ କପଲଙ୍କୁ ବେଡରୁମରେ କରିବାକୁ ପଡ଼ିବ ଏହି କାମ

ଅଧିକ ପଢ଼ନ୍ତୁ:-ଭାରତକୁ ନିଜ ଦମରେ ଟି-20 ବିଶ୍ୱକପ ଜିତାଇପାରିବେ ଏହି ଖେଳାଳି, କିନ୍ତୁ ଦଳରେ ସ୍ଥାନ ଦେବାକୁ ପ୍ରସ୍ତୁତ ନୁହଁନ୍ତି ରୋହିତ ଶର୍ମା

୧୧୮ ରନ୍ ଲକ୍ଷ୍ୟର ଜବାବରେ ନେଦରଲ୍ୟାଣ୍ଡ ଏକ ସ୍ମାର୍ଟ ଆରମ୍ଭ କରିଥିଲା ।​ ଷ୍ଟିଫେନ୍ ମାଇବର୍ଗ (୮) ଙ୍କ ପ୍ରାରମ୍ଭିକ ୱିକେଟ ପତନ ପରେ ମ୍ୟାକ୍ସ ଓ’ଡାଉଡ୍ ୪୭ ବଲରେ ୫୨ ରନ୍ ସଂଗ୍ରହ କରିଥିଲେ । ଟପ୍ କପୁର୍ ୨୯ ବଲରେ ୩୨ ରନ୍ ସ୍କୋର କରି ନେଦରଲ୍ୟାଣ୍ଡକୁ ବିଜୟର ନିକଟତର କରିଥିଲେ । ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନଶିପ୍ ହୋଇଥିଲା । କପୁରଙ୍କ ୱିକେଟ ଯିବା ପରେ ମ୍ୟାକ୍ସ ଦଳକୁ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସହ ଛୋଟ ପାର୍ଟନରଶିପ୍ କରି ବିଜୟର ଦ୍ୱାରସ୍ଥ ହୋଇଥିଲେ । ତେବେ ଶେଷରେ ନେଦରଲ୍ୟାଣ୍ଡ ଲଗାତର ୱିକେଟ୍ ହରାଇଥିଲା ଓ ଦଳ ୧୮ ତମ ଓଭରରେ ବିଜୟ ହାସଲ କରିବାରେ ସଫଳ ହୋଇଥିଲା । ନେଦରଲ୍ୟାଣ୍ଡ ଏହି ମ୍ୟାଚକୁ ୫ ୱିକେଟରେ ଜିତିଛି ।