World Cup 2023: ବିଶ୍ୱକପ ପାଇଁ ଭିସା ପାକିସ୍ତାନ ଦଳକୁ ମିଳିଗଲା ଭିସା, ଏହି ଦିନ ପହଞ୍ଚିବ ଭାରତ
Advertisement
Article Detail0/zeeodisha/odisha1887446

World Cup 2023: ବିଶ୍ୱକପ ପାଇଁ ଭିସା ପାକିସ୍ତାନ ଦଳକୁ ମିଳିଗଲା ଭିସା, ଏହି ଦିନ ପହଞ୍ଚିବ ଭାରତ

World Cup 2023: ବାବର ଆଜାମଙ୍କ ନେତୃତ୍ୱରେ ବିଶ୍ୱକପ ଖେଳିବାକୁ ପାକିସ୍ତାନ ଦଳ ଭାରତ ଆସିବ । ହାଇଦ୍ରାବାଦରେ ୨ଟି ଅଭ୍ୟାସ ମ୍ୟାଚ୍ ପରେ ପାକିସ୍ତାନୀ ଦଳ ସମାନ ସଂଖ୍ୟକ ବିଶ୍ୱକପ୍ ମ୍ୟାଚ୍ ଖେଳିବ । ଦଳକୁ ସେପ୍ଟେମ୍ବର ୨୦ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡିବ ।

 

Pakistan team (ସୌ: ସୋସିଆଲ ମିଡିଆ)

ODI World Cup 2023: ଭାରତରେ କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ଓ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ୫ ଅକ୍ଟୋବରରେ ଖେଳାଯିବ । ଏହି ସମୟରେ ପାକିସ୍ତାନ ଦଳ (Pakistan team) ଭାରତ ଆସିବାକୁ ମଞ୍ଜୁରୀ ପାଇଛି ଏବଂ ଆଇସିସି ନିଶ୍ଚିତ କରିଛି ଯେ ଭାରତ ସରକାର ପାକିସ୍ତାନୀ ଦଳକୁ ଭିସା ଦେଇଛନ୍ତି । ଏହି ଖବର ସେତେବେଳେ ଆସିଛି ଯେତେବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଭିସା ନ ପାଇ ସୋମବାର ଦିନ ଆଇସିସିକୁ ଏକ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲା ।

ବାସ୍ତବରେ ପାକିସ୍ତାନକୁ ୨୯ ସେପ୍ଟେମ୍ବରରେ ହାଇଦ୍ରାବାଦରେ ପହଞ୍ଚିବାକୁ ପଡିବ ଓ ୨୯ ସେପ୍ଟେମ୍ବରରେ ଏହାର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ପଡିବ । କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନୀ ଦଳ ଓ ଏହାର ସହାୟକ କର୍ମଚାରୀ ଭିସା ପାଇପାରିନଥିଲେ । ତେବେ ସୋମବାର ଦିନ ବିଳମ୍ବିତ ରାତିରେ ଏହି ଭିସା ଅନୁମୋଦନ କରାଯାଇଥିଲା । ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖପାତ୍ର ଓମାର ଫାରୁକଙ୍କ ଅନୁଯାୟୀ ବୋର୍ଡ ଆଇସିସିକୁ ଚିଠି ଲେଖି ବିଶ୍ୱକପ ପାଇଁ ଭିସା ପାଇବାରେ ଅସୁବିଧାକୁ ନେଇ ଉଦ୍ବେଗ ପ୍ରକାଶ କରିଛି ।

ପିସିବି ନିଜ ବୟାନରେ କହିଛି ଯେ ପାକିସ୍ତାନ ଦଳକୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ, ଏହା ମଧ୍ୟ ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ପଡିବ । PCB କହିଛି ଯେ ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ଆମ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାକୁ ପଡିବ, କାରଣ ଖେଳାଳିମାନେ ଭାରତ ଯିବାକୁ ଅନୁମତି ପାଇ ନାହାଁନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ପାକିସ୍ତାନ କ୍ରିକେଟ୍ ଦଳ ପ୍ରଥମେ ଦୁବାଇରେ କିଛି ଦିନ ରହିବାକୁ ପ୍ଲାନ କରିଥିଲା ଓ ପରେ ଭାରତ ଆସିବାର ଥିଲାନ। କିନ୍ତୁ ଭାରତରୁ ଭିସା ନ ପାଇ ପାକିସ୍ତାନକୁ ନିଜ ଦଳର ଏହି ଯୋଜନା ବାତିଲ କରିବାକୁ ପଡିଲା ଓ ପୂରା ଯୋଜନାକୁ ପୁଣିଥରେ କରିବାକୁ ପଡିଲା । କେବଳ ହାଇଦ୍ରାବାଦରେ ପାକିସ୍ତାନକୁ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଓ ଦୁଇଟି ଓପନିଂ ଲିଗ୍ ମ୍ୟାଚ୍ ଖେଳିବାକୁ ପଡିବ, ତେଣୁ ଦଳ ସିଧାସଳଖ ଏଠାକୁ ଆସିବ ।

ଏହା ବି ପଢ଼ନ୍ତୁ: Asian Games 2023: ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଦଳ, ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଜିତିଲା ସ୍ୱର୍ଣ୍ଣ ପଦକ