Prithvi Shaw: ଯନ୍ତ୍ରଣାରେ ପୃଥ୍ୱୀ ଶ'...ଟିମ୍ ଇଣ୍ଡିଆରେ ଚୟନ ନହେବା ପରେ କଲେ ଭାବପ୍ରବଣ ପୋଷ୍ଟ!
Advertisement
Article Detail0/zeeodisha/odisha1505363

Prithvi Shaw: ଯନ୍ତ୍ରଣାରେ ପୃଥ୍ୱୀ ଶ'...ଟିମ୍ ଇଣ୍ଡିଆରେ ଚୟନ ନହେବା ପରେ କଲେ ଭାବପ୍ରବଣ ପୋଷ୍ଟ!

Prithvi Shaw: ଏପରି ଜଣେ ଖେଳାଳି ହେଉଛନ୍ତି ଓପନର୍ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' (Prithvi Shaw), ଯାହାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ । ପୃଥ୍ୱୀ ଶ' ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ହେଉ ଅବା ଦିନିକିଆ ଘରୋଇ ସିରିଜରେ ସୁଯୋଗ ପାଇନାହାଁନ୍ତି । ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାର ଚାଲୁଥିବା ପୃଥ୍ୱୀ ଶ'ଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ନ ହେବା ଯୋଗୁଁ ସେ ଅତ୍ୟନ୍ତ ନିରାଶ ଅଛନ୍ତି, ଯାହାର ଝଲକ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

Prithvi Shaw: ଯନ୍ତ୍ରଣାରେ ପୃଥ୍ୱୀ ଶ'...ଟିମ୍ ଇଣ୍ଡିଆରେ ଚୟନ ନହେବା ପରେ କଲେ ଭାବପ୍ରବଣ ପୋଷ୍ଟ!

Prithvi Shaw: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-20 ଓ ଦିନିକିଆ (ODI) ସିରିଜ୍ ପାଇଁ ଟିମ୍ ଇଣ୍ଡିଆ (Team India) ଘୋଷଣା ହୋଇସାରିଛି ।  ଏହି ସିରିଜ ପାଇଁ ଏପରି ଅନେକ ଖେଳାଳି ଥିଲେ ଯେଉଁମାନଙ୍କୁ ଦଳରେ ସାମିଲ କରାଯିବା ବୋଲି ଆଶା କରାଯାଉଥିଲା । ଏପରି ଜଣେ ଖେଳାଳି ହେଉଛନ୍ତି ଓପନର୍ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' (Prithvi Shaw), ଯାହାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ । ପୃଥ୍ୱୀ ଶ' ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ହେଉ ଅବା ଦିନିକିଆ ଘରୋଇ ସିରିଜରେ ସୁଯୋଗ ପାଇନାହାଁନ୍ତି । ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାର ଚାଲୁଥିବା ପୃଥ୍ୱୀ ଶ'ଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ନ ହେବା ଯୋଗୁଁ ସେ ଅତ୍ୟନ୍ତ ନିରାଶ ଅଛନ୍ତି, ଯାହାର ଝଲକ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ପ୍ରକୃତରେ ପୃଥ୍ୱୀ ଶ' (Prithvi Shaw) ତାଙ୍କ ଇନଷ୍ଟାଗ୍ରାମ (Prithvi Shaw Instagram) ରୁ ପ୍ରୋଫାଇଲ୍ ଫଟୋ ହଟାଇ ଦେଇଛନ୍ତି । ଏହା ସହିତ ପୃଥ୍ୱୀ ଶ' (Prithvi Shaw) ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପ୍ରେରଣାଦାୟକ ଭିଡିଓ ସେୟାର କରିଛନ୍ତି । ପୃଥ୍ୱୀ ଶ' (Prithvi Shaw) ତାଙ୍କ ଷ୍ଟୋରୀରେ ସେୟାର କରିଥିବା ପ୍ରଥମ ଭିଡିଓରେ କୁହାଯାଇଛି, 'ମାଗଣାରେ ପାଇଯାଇଛି ସେହି ବ୍ୟକ୍ତିଙ୍କୁ, ଯିଏ ମୋତେ ଯେକୌଣସି ମୂଲ୍ୟରେ ଚାହୁଥିଲେ ।' ସେହିପରି ଦ୍ୱିତୀୟ ଭିଡିଓ ହେଉଛି ଏକ ପ୍ରେରଣାଦାୟକ ସ୍ୱୀଚ୍ । ଏହି ଭିଡିଓରେ କୁହାଯାଇଛି, 'ଯଦି କେହି ହସୁଛନ୍ତି, ଏହାର ଅର୍ଥ ନୁହେଁ ଯେ ଜୀବନରେ ସବୁକିଛି ଠିକ୍ ଚାଲିଛି । ସମସ୍ୟାଗୁଡ଼ିକ ସ୍ୱୟଂଚାଳିତ ହୋଇଥାଏ ।'

ଏଠାରେ କହି ରଖୁଛୁ ଯେ, ପୃଥ୍ୱୀ ଶ' (Prithvi Shaw) ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ଦଳରେ ଚୟନ ନ ହେବା ପରେ ପୋଷ୍ଟ କରିଛନ୍ତି । ୨୩ ବର୍ଷୀୟ ପୃଥ୍ୱୀ ଶ' (Prithvi Shaw) କ୍ରମାଗତ ଭାବେ ଘରୋଇ କ୍ରିକେଟରେ ନିଜ ବ୍ୟାଟରୁ ରନ୍ ବର୍ଷା କରୁଛନ୍ତି । ପୃଥ୍ୱୀ ଶ' (Prithvi Shaw) ଆଶା କରୁଥିଲେ ଯେ ସେ ଟିମ୍ ଇଣ୍ଡିଆକୁ ଫେରିବେ କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ଘଟିଲା ନାହିଁ । ପୃଥ୍ୱୀ ଶ' (Prithvi Shaw) ଶେଷ ଥର ପାଇଁ ୨୦୨୧ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ପଡ଼ିଆରେ ଓହ୍ଲାଇ ଥିଲେ । ପୃଥ୍ୱୀ ଶ' (Prithvi Shaw) ଟିମ୍ ଇଣ୍ଡିଆ ପାଇଁ ୫ଟି ଟେଷ୍ଟ, ୬ଟି ODI ଏବଂ ଗୋଟିଏ ଟି-20 ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ୩୩୯ ରନ୍ କରିଥିବାବେଳେ ODIରେ ୧୮୯ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ସେ ଟି-20 ମ୍ୟାଚରେ ଗୋଟିଏ ସୁଯୋଗ ପାଇଥିଲେ କିନ୍ତୁ ଏହି ମ୍ୟାଚରେ ସେ ପ୍ରଥମ ବଲରେ ଆଉଟ ହୋଇଯାଇଥିଲେ ।

ଅଧିକ ପଢ଼ନ୍ତୁ:-'ଆପଣଙ୍କୁ ବର୍ତ୍ତମାନ ଭାରତ ଛାଡି ଆୟର୍ଲ୍ୟାଣ୍ଡ ପାଇଁ ଖେଳିବା ଉଚିତ', ଜାଣନ୍ତୁ କାହିଁକି ପୃଥ୍ୱୀ ଶ'ଙ୍କୁ ମିଳିଲା ଏପରି ପରାମର୍ଶ

ଅଧିକ ପଢ଼ନ୍ତୁ:- ସୁନା ୧୫୦୦ ଟଙ୍କା ତ ରୁପା ୧୧୦୦୦ ଟଙ୍କା ମିଳୁଛି ଶସ୍ତା!

ଅଧିକ ପଢ଼ନ୍ତୁ:- ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର; ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!

 

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।