Rishabh Pant IND vs PAK: 'ଉର୍ବଶୀ, ଉର୍ବଶୀ, ଉର୍ବଶୀ' କହି ଋଷଭ ପନ୍ତଙ୍କୁ ବାଉଣ୍ଡ୍ରିରେ ଚିଡ଼ାଉଥିବାର ନଜରକୁ ଆସିଲେ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ
Advertisement
Article Detail0/zeeodisha/odisha1409658

Rishabh Pant IND vs PAK: 'ଉର୍ବଶୀ, ଉର୍ବଶୀ, ଉର୍ବଶୀ' କହି ଋଷଭ ପନ୍ତଙ୍କୁ ବାଉଣ୍ଡ୍ରିରେ ଚିଡ଼ାଉଥିବାର ନଜରକୁ ଆସିଲେ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ

Rishabh Pant IND vs PAK: ବିଗତ କିଛି ସମୟ ଧରି ଅଭିନେତ୍ରୀ ଉର୍ବଶୀ ରୌତେଲାଓ କ୍ରିକେଟର ଋଷଭ ପନ୍ତଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଚର୍ଚ୍ଚାର ବିଷୟ ବସ୍ତୁ ରହିଆସୁଛି । ପ୍ରାୟତଃ ଦେଖାଯାଏ ଯେ ଉର୍ବଶୀଙ୍କ ସୋସିଆଲ ମିଡିଆ ପୋଷ୍ଟ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ଏହାକୁ ସିଧାସଳଖ ପନ୍ତଙ୍କ ସହ ଯୋଡ଼ି ଦେଇଥାନ୍ତି । କିନ୍ତୁ ଏଥର ପନ୍ତଙ୍କୁ ସିଧା ସଳଖ କ୍ରିକେଟ ଷ୍ଟାଡିୟମରେ ଫ୍ୟାନ୍ସମ୍ୟାନେ ଚିଡ଼ାଉଥିବାର ଦେଖିବାକୁ ମିଳିଛି । 

Rishabh Pant IND vs PAK: 'ଉର୍ବଶୀ, ଉର୍ବଶୀ, ଉର୍ବଶୀ' କହି ଋଷଭ ପନ୍ତଙ୍କୁ ବାଉଣ୍ଡ୍ରିରେ ଚିଡ଼ାଉଥିବାର ନଜରକୁ ଆସିଲେ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ

Urvashi Rautela Rishabh Pant News: ବର୍ତ୍ତମାନ କ୍ରିକେଟର ମହାକୁମ୍ଭ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ଚାଲିଛି । ଚଳିତ ଥର ଏହି ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳା ଯାଉଛି । ଭାରତୀୟ ଟିମ୍ ସୁପର-12 ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଖେଳି ସାରିଛନ୍ତି । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ଭାରତୀୟ ଦଳରେ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ସାମିଲ ଅଛନ୍ତି । କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କୁ ଅନ୍ତିମ ଏକାଦେଶରେ ସ୍ଥାନ ମିଳି ନଥିଲା । ତଥାପି ଋଷଭ ପନ୍ତ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବିଗତ କିଛି ସମୟ ଧରି ଅଭିନେତ୍ରୀ ଉର୍ବଶୀ ରୌତେଲା ( Urvashi Rautela) ଓ କ୍ରିକେଟର ଋଷଭ ପନ୍ତ (Rishabh Pant) ଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଚର୍ଚ୍ଚାର ବିଷୟ ବସ୍ତୁ ରହିଆସୁଛି । ଏହା ଉପରେ କ୍ରମାଗତ ଭାବରେ ବିଭିନ୍ନ ଖବରର ସାମ୍ନାକୁ ଆସୁଛି । 

ପ୍ରାୟତଃ ଦେଖାଯାଏ ଯେ ଉର୍ବଶୀ ରୌତେଲାଙ୍କ ସୋସିଆଲ ମିଡିଆ ପୋଷ୍ଟ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ଏହାକୁ ସିଧାସଳଖ ଋଷଭ ପନ୍ତଙ୍କ ସହ ଯୋଡ଼ି ଦେଇଥାନ୍ତି । କିନ୍ତୁ ଏଥର ଋଷଭ ପନ୍ତଙ୍କୁ ସିଧା ସଳଖ କ୍ରିକେଟ ଷ୍ଟାଡିୟମରେ ଫ୍ୟାନ୍ସମ୍ୟାନେ ଚିଡ଼ାଉଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ବିଶ୍ୱକପ ୨୦୨୨ ସୁପର-୧୨ର ମ୍ୟାଚରେ ଋଷଭ ପନ୍ତ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶର ଅଂଶ  ନଥିଲେ । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଋଷଭ ପନ୍ତଙ୍କ ସ୍ଥାନରେ ୱିକେଟ୍ କିପର ଭାବରେ ଚୂଡ଼ାନ୍ତ ଏକାଦଶରେ ଦୀନେଶ କାର୍ତ୍ତିକଙ୍କୁ ସାମିଲ କରିଥିଲେ । ଋଷଭ ପନ୍ତ ଖେଳୁଥିବା ଏକାଦଶର ଅଂଶ ହୋଇ ନଥାଇ ପାରନ୍ତି, କିନ୍ତୁ ସେ କ୍ରମାଗତ ଭାବରେ ବାଉଣ୍ଡ୍ରି ଲାଇନ୍ ନିକଟରେ ନଜର ଆସି ଟିମ୍ ଇଣ୍ଡିଆର ଖେଳାଳିଙ୍କ ମନୋବଳ ବଢ଼ାଉଥିଲେ ।

ଅଧିକ ପଢ଼ନ୍ତୁ:-ବାବର ଆଜମ କହିଲେ ବିରାଟ କୋହଲିଙ୍କୁ ଆଉଟ କରିବା ପାଇଁ କେମିତି ତିଆରି କରିଥିଲେ ଚକ୍ରବ୍ୟୁହ, କିନ୍ତୁ କାମ ଦେଲାଣି ତାଙ୍କର ପ୍ଲାନ୍

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟ ପରାଗରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କ'ଣ ହୋଇଥାଏ ସୂତକ

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟ ପରାଗ ପରେ ଦାନ କରିବା ଅତ୍ୟନ୍ତ ଲାଭକାରୀ, ଜାଣନ୍ତୁ ରାଶି ଅନୁଯାୟୀ ପୂଣ୍ୟ ଫଳ

ଋଷଭ ପନ୍ତଙ୍କ ସହ ଜଡିତ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ଚିଡ଼ାଉଛନ୍ତି । ଋଷଭ ପନ୍ତ ବାଉଣ୍ଡ୍ରି ଲାଇନରେ ଅର୍ଶଦୀପ ସିଂଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ସେପଟେ ବାଉଣ୍ଡ୍ରି ଲାଇନ ବାହାରେ ପ୍ରଶଂସକମାନେ 'ଉର୍ବଶୀ, ଉର୍ବଶୀ, ଉର୍ବଶୀ' ଚିତ୍କାର କରୁଥିବାର ଶୁଣିବାକୁ ମିଳୁଛି । ଫ୍ୟାନ୍ସମାନେ ଏପରି କରି ଋଷଭ ପନ୍ତଙ୍କୁ ଚିଡ଼ାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଯେତେବେଳେ ଋଷଭ ପନ୍ତ ଲାଇମଲାଇଟରେ ଆସନ୍ତି, ସେତେବେଳେ ପ୍ରଶଂସକମାନେ ଉର୍ବଶୀଙ୍କ ନାମ ନେବା ଆରମ୍ଭ କରନ୍ତି ।

https://twitter.com/sportBlooded/status/1584096061672476672?ref_src=twsr...

ସୂଚନାଯୋଗ୍ୟ ଯେ, ବିଗତ ଦିନରେ ମଧ୍ୟ ଉର୍ବଶୀ ରୌତେଲା କିଛି ପୋଷ୍ଟ କରିଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟି ଥିଲା । ଆଜ୍ଞା ହଁ, ରବିବାର ଉର୍ବଶୀ ରୌତେଲା ୨ଟି ପୋଷ୍ଟରେ ଫ୍ଲାଇଟରେ ନଜର ଆସିଛନ୍ତି, ୨ଟି ପୋଷ୍ଟରେ ଶାୟାରୀ ସହ ଏକ ଫଟୋ ସେୟାର କରିଛନ୍ତି । ଏହାସହ ଉର୍ବଶୀ ରୌତେଲା ମଧ୍ୟ ୨ଟି ଭିଡିଓ ସେୟାର କରିଛନ୍ତି । ଏସବୁ ପୋଷ୍ଟ ମାଧ୍ୟମରେ ଉର୍ବଶୀ ରୌତେଲା ଅଷ୍ଟ୍ରେଲିଆ ଯାଉଛନ୍ତି ବୋଲି ଖୁଲାସା କରିଥିଲେ । ଏହା ପରେ ଲୋକମାନେ କହିଥିଲେ ଯେ, ସେ ଋଷଭ ପନ୍ତଙ୍କ ପାଇଁ ଅଷ୍ଟ୍ରେଲିଆ ଯାଉଛନ୍ତି ।