Rohit Sharma: ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ନିଜ ନାଁରେ କଲେ ଏହି ବିଶ୍ୱ ରେକର୍ଡ
Advertisement
Article Detail0/zeeodisha/odisha1364819

Rohit Sharma: ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ନିଜ ନାଁରେ କଲେ ଏହି ବିଶ୍ୱ ରେକର୍ଡ

Rohit Sharma: ଟି-୨୦ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ବର୍ତ୍ତମାନ ଏକ ନମ୍ବରରେ ଅଛନ୍ତି । ତାଙ୍କ ପରେ ମାର୍ଟିନ ଗପ୍ଟିଲ ଦ୍ୱିତୀୟ ଏବଂ କ୍ରିସ ଗେଲ ତୃତୀୟ ସ୍ଥାନରେ ଅଛନ୍ତି । ଗେଲ ୭୯ଟି ମ୍ୟାଚରେ ୧୨୪ ଛକା ମାରିଛନ୍ତି ।  ଏଥି ସହିତ ଯଦି ଆମେ ଏହି ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବା, ତେବେ ରୋହିତ ଶର୍ମା ମଧ୍ୟ ଏହି ପ୍ରସଙ୍ଗରେ ଆଗରେ ରହିଛନ୍ତି । 

Rohit Sharma: ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ନିଜ ନାଁରେ କଲେ ଏହି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: Rohit Sharma: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିନେଇଛନ୍ତି । ହିଟମ୍ୟାନ୍ ରୋହିତ ଶର୍ମା (Rohit Sharma) ଟି-20 କ୍ରିକେଟରେ ସିକ୍ସର୍ କିଙ୍ଗ ବନିଯାଇଛନ୍ତି । ନାଗପୁରରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ସେ ଏହି ବଡ଼ ସଫଳତା ହାସଲ କରିଛନ୍ତି । ଗ୍ରାଉଣ୍ଡ ଓଦା ହେବା ଯୋଗୁଁ ଏହି ମ୍ୟାଚ୍ ମାତ୍ର ୮-୮ ଓଭରର ହୋଇଥିଲା । କିନ୍ତୁ ରୋହିତ ଶର୍ମା ପ୍ରଥମ ଛକା ମାରିବା ମାତ୍ରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଓଭରର ତୃତୀୟ ବଲରେ ପ୍ରଥମ ଛକା ମାରିବା ମାତ୍ରେ ହିଁ ସେ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ସର୍ବାଧିକ ଛକା ମାରିବାର ବ୍ୟାଟ୍ସମ୍ୟାନ୍ ହୋଇଯାଇଛନ୍ତି । ସେ ଏହି ପ୍ରସଙ୍ଗରେ ନ୍ୟୁଜିଲାଣ୍ଡ ଓପନର୍ ମାର୍ଟିନ ଗପ୍ଟିଲଙ୍କୁ ପଛରେ ପକାଇ ଦେଇଛନ୍ତି । ମାର୍ଟିନ ଗପ୍ଟିଲଙ୍କ ନାମରେ ୧୭୨ଟି ଛକା ଥିବାବେଳେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଛକା ମାରି ଟି-୨୦ କ୍ରିକେଟରେ ୧୭୩ଟି ଛକା ହାସଲ କରିଛନ୍ତି ।

ଟି-୨୦ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ବର୍ତ୍ତମାନ ଏକ ନମ୍ବରରେ ଅଛନ୍ତି । ତାଙ୍କ ପରେ ମାର୍ଟିନ ଗପ୍ଟିଲ ଦ୍ୱିତୀୟ ଏବଂ କ୍ରିସ ଗେଲ ତୃତୀୟ ସ୍ଥାନରେ ଅଛନ୍ତି । ଗେଲ ୭୯ଟି ମ୍ୟାଚରେ ୧୨୪ ଛକା ମାରିଛନ୍ତି । ଏଥି ସହିତ ଚତୁର୍ଥ ନମ୍ବରରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଏନ୍ ମୋର୍ଗାନଙ୍କ ନାମ ରହିଛି, ଯିଏ ଏହି ଫର୍ମାଟରେ ୧୨୦ଟି ଛକା ମାରିଛନ୍ତି । ଏମାନଙ୍କ ବ୍ୟତୀତ ଅଷ୍ଟ୍ରେଲୀୟ ଦଳର ଅଧିନାୟକ ଆରୋନ ଫିଞ୍ଚ ୧୧୮ ଛକା ସହ ପଞ୍ଚମ ସ୍ଥାନରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-କାଙ୍ଗାଳ ପାକିସ୍ତାନକୁ ଏବେ ପଶିଲା ଚେତା, ଜାତିସଂଘରେ କାଶ୍ମୀରକୁ ନେଇ ନୂଆ ଫର୍ମୂଲା ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ରହିଛି ଜମା

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!

 

ଏଥି ସହିତ ଯଦି ଆମେ ଏହି ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବା, ତେବେ ରୋହିତ ଶର୍ମା ମଧ୍ୟ ଏହି ପ୍ରସଙ୍ଗରେ ଆଗରେ ରହିଛନ୍ତି । ସେ ଟି-20 କ୍ରିକେଟରେ ୩,୬୦୦ରୁ ଅଧିକ ରନ୍ କରିଛନ୍ତି । ପୁରୁଷ କ୍ରିକେଟରେ କୌଣସି କ୍ରିକେଟର ଏପର୍ଯ୍ୟନ୍ତ ୩,୬୦୦ରୁ ଅଧିକ ରନ୍ କରିବାରେ ସକ୍ଷମ ହୋଇ ନାହାଁନ୍ତି । ବିରାଟ କୋହଲି ଏପର୍ଯ୍ୟନ୍ତ ୩,୫୮୬ ରନ୍ ସଂଗ୍ରହ କରିଛନ୍ତି । ଦୀର୍ଘ ଦିନ ଧରି ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଏକ ରେସ୍ ଚାଲି ଆସିଛି, ଯେଉଁଥିରେ ମାର୍ଟିନ୍ ଗପ୍ଟିଲଙ୍କ ନାମ ମଧ୍ୟ ରହିଛି । ଗପ୍ଟିଲ ବର୍ତ୍ତମାନ ପର୍ଯ୍ୟନ୍ତ ୩,୪୯୭ ରନ କରିବାରେ ସକ୍ଷମ ହୋଇପାରିଛନ୍ତି ।

ଏଠାରେ କହି ରଖୁଛୁ ଯେ, ରୋହିତ ଶର୍ମା ୨୩୩ ODI ରେ ୯,୩୭୬ ରନ୍ ସ୍କୋର କରିଛନ୍ତି । ଏଥି ସହିତ ସେ ଟେଷ୍ଟ କ୍ରିକେଟରେ ୩,୧୩୭ ରନ୍ ସଂଗ୍ରହ କରିଛନ୍ତି । ସେ ତିନୋଟି ଫର୍ମାଟରେ ଭାରତ ପାଇଁ ଅତ୍ୟନ୍ତ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ଭାବେ ଜଣାଶୁଣା ।