Sidharth Sharma Passes Away: ଭାରତୀୟ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଖେଳାଳିଙ୍କ ନିଧନ
Advertisement

Sidharth Sharma Passes Away: ଭାରତୀୟ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଖେଳାଳିଙ୍କ ନିଧନ

Sidharth Sharma Passes Away: ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନର ଜଣେ ବରିଷ୍ଠ ଅଧିକାରୀ ସିଦ୍ଧାର୍ଥ ଶର୍ମାଙ୍କ ନିଧନ ଖବରକୁ ନିଶ୍ଚିତ କରିଛନ୍ତି । ୨୮ ବର୍ଷୀୟ ସିଦ୍ଧାର୍ଥ ଶର୍ମା ହିମାଚଳ ଦଳର ସଦସ୍ୟ ଥିଲେ । ସିଦ୍ଧାର୍ଥ ଶର୍ମା ୨୦୨୧-୨୨ ମସିହାରେ ବିଜୟ ହଜାରେ ଟ୍ରଫି ଜିତିଥିବା ହିମାଚଳ ଦଳର ସଦସ୍ୟ ଥିଲେ ।

Sidharth Sharma Passes Away: ଭାରତୀୟ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଖେଳାଳିଙ୍କ ନିଧନ

Sidharth Sharma Passes Away: ଭାରତୀୟ କ୍ରିକେଟରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହିମାଚଳ ପ୍ରଦେଶର ଯୁବ ଦ୍ରୁତ ବୋଲର (Himachal Pradesh Cricketer Fast Bowler) ସିଦ୍ଧାର୍ଥ ଶର୍ମା (Sidharth Sharma) ବରୋଦରା ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (HPCA) ର ଜଣେ ବରିଷ୍ଠ ଅଧିକାରୀ ସିଦ୍ଧାର୍ଥ ଶର୍ମାଙ୍କ ନିଧନ ଖବରକୁ ନିଶ୍ଚିତ କରିଛନ୍ତି । ୨୮ ବର୍ଷୀୟ ସିଦ୍ଧାର୍ଥ ଶର୍ମା ହିମାଚଳ ଦଳର ସଦସ୍ୟ ଥିଲେ । ସିଦ୍ଧାର୍ଥ ଶର୍ମା ୨୦୨୧-୨୨ ମସିହାରେ ବିଜୟ ହଜାରେ ଟ୍ରଫି ଜିତିଥିବା ହିମାଚଳ ଦଳର ସଦସ୍ୟ ଥିଲେ ।

ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (HPCA) ର ସଚିବ ଅବନୀଶ ପରମାର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, "ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନର ସମସ୍ତେ ଶୋକରେ ବୁଡି ରହିଛନ୍ତି । ଗୁରୁବାର ଦିନ ସିଦ୍ଧାର୍ଥ (Sidharth Sharma) ଆମକୁ ଛାଡି ଚାଲିଗଲେ । ସେ ଗତ କିଛି ଦିନ ଧରି ଭେଣ୍ଟିଲେଟରରେ ଥିଲେ । ବରୋଦରା ବିପକ୍ଷ ଶେଷ ମ୍ୟାଚରେ ସେ ଆମ ଦଳରେ ଥିଲେ । ମ୍ୟାଚ୍ ପୂର୍ବରୁ ତାଙ୍କୁ ବାନ୍ତି ହେବା ଆରମ୍ଭ ହେଲା ଓ ପରିସ୍ରା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତାଙ୍କ ଅବସ୍ଥା ବିଗିଡି ଯିବାରୁ ଡାକ୍ତରଖାନା ନିଆଯାଇଥିଲା ।"

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଧାରକଙ୍କ ପାଇଁ ବଡ଼ ଖୁସି ଖବର; ସରକାର କଲେ ନିୟମରେ ପରିବର୍ତ୍ତନ, ଏଣିକି ପ୍ରତି ମାସରେ ମିଳିବ ଅତିରିକ୍ତ ଶସ୍ୟ!

ଅଧିକ ପଢ଼ନ୍ତୁ:-ଭାରତରେ ଆୟୋଜିତ ହକି ବିଶ୍ୱକପରେ କାହିଁକି ଖେଳୁନି ପାକିସ୍ତାନ? ଜାଣନ୍ତୁ କାରଣ

ଅଧିକ ପଢ଼ନ୍ତୁ:-ନିତିନ ଗଡକରୀ କଲେ ପୁଣି ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ

ସିଦ୍ଧାର୍ଥଙ୍କ ପରିବାରରେ ବାପାମା' ଓ ଭାଇ ଅଛନ୍ତି । ଭାଇ କାନାଡାରେ ରୁହନ୍ତି, ଯେଉଁଠାରୁ ତାଙ୍କ ଘରକୁ ଫେରିବା ପରେ ସିଦ୍ଧାର୍ଥ ଶର୍ମା (Sidharth Sharma) ଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତ ବର୍ଷ ଡିସେମ୍ବରରେ ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ବଙ୍ଗଳା ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ସିଦ୍ଧାର୍ଥ ଶର୍ମା (Sidharth Sharma) ମୋଟ ୭ଟି ୱିକେଟ୍ ନେଇଥିଲେ । ସିଦ୍ଧାର୍ଥ ଶର୍ମା ହିମାଚଳ ପ୍ରଦେଶ ପାଇଁ ୬ଟି ପ୍ରଥମ ଶ୍ରେଣୀ, ୬ଟି  ଲିଷ୍ଟ ଏ ଏବଂ ଗୋଟିଏ ଟି-20 ମ୍ୟାଚ୍ ଖେଳିଥିଲେ ।

ପ୍ରଥମ ଶ୍ରେଣୀ ମ୍ୟାଚରେ ସିଦ୍ଧାର୍ଥ ଶର୍ମା (Sidharth Sharma) ୨୨.୨୦ ଏଭେରେଜରେ ୨୫ ୱିକେଟ୍ ନେଇଥିଲେ । ଏହି ସମୟରେ ଇନିଂସରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୬୯ ରନ୍ ଦେଇ ୫ ୱିକେଟ୍ ହାସଲ କରିବା ଥିଲା । ଲିଷ୍ଟ-ଏ ମ୍ୟାଚ୍‌ରେ ସିଦ୍ଧାର୍ଥ ଶର୍ମା ୨୭.୭୫ ଏଭେରେଜରେ ୮ଟି ୱିକେଟ୍ ନେଇଥିଲେ । ଏହି ସମୟ ମଧ୍ୟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୬ ରନ୍ ଦେଇ ୨ଟି ୱିକେଟ୍ ଥିଲା । ସିଦ୍ଧାର୍ଥ ଶର୍ମା ଟି-20ରେ କୌଣସି ୱିକେଟ୍ ନେଇପାରିନଥିଲେ ।