Free Ration: ରାସନ କାର୍ଡ ଧାରକଙ୍କ ପାଇଁ ବଡ଼ ଖୁସି ଖବର; ସରକାର କଲେ ନିୟମରେ ପରିବର୍ତ୍ତନ, ଏଣିକି ପ୍ରତି ମାସରେ ମିଳିବ ଅତିରିକ୍ତ ଶସ୍ୟ!
Advertisement

Free Ration: ରାସନ କାର୍ଡ ଧାରକଙ୍କ ପାଇଁ ବଡ଼ ଖୁସି ଖବର; ସରକାର କଲେ ନିୟମରେ ପରିବର୍ତ୍ତନ, ଏଣିକି ପ୍ରତି ମାସରେ ମିଳିବ ଅତିରିକ୍ତ ଶସ୍ୟ!

Free Ration: ନୂଆ ବର୍ଷରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ସମସ୍ତ ରାଜ୍ୟକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜାନୁଆରୀ ୧ରୁ ୮୦ କୋଟିରୁ ଅଧିକ ଲୋକ ମାଗଣା ଖାଦ୍ୟ ଶସ୍ୟର ସୁବିଧା ପାଇବେ । ବିଶେଷ କଥା ହେଉଛି ଆପଣ ବର୍ଷସାରା ମାଗଣା ଶସ୍ୟର ଲାଭ ପାଇବେ । ଆପଣଙ୍କୁ କହି ରଖୁଛୁ ଯେ, କେଉଁ ଲୋକମାନେ ପ୍ରତି ମାସରେ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ପାଇବେ ।

Free Ration: ରାସନ କାର୍ଡ ଧାରକଙ୍କ ପାଇଁ ବଡ଼ ଖୁସି ଖବର; ସରକାର କଲେ ନିୟମରେ ପରିବର୍ତ୍ତନ, ଏଣିକି ପ୍ରତି ମାସରେ ମିଳିବ ଅତିରିକ୍ତ ଶସ୍ୟ!

Free Ration Scheme: ମାଗଣା ରାସନ (Free Ration) ର ସୁବିଧା ନେଉଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି । ଯଦି ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKAY) ର ଲାଭ ଉଠାଉଛନ୍ତି, ତେବେ ଆଜିଠାରୁ ଆପଣ ପ୍ରତି ମାସରେ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ପାଇବେ । ନୂଆ ବର୍ଷରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ସମସ୍ତ ରାଜ୍ୟକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜାନୁଆରୀ ୧ରୁ ୮୦ କୋଟିରୁ ଅଧିକ ଲୋକ ମାଗଣା ଖାଦ୍ୟ ଶସ୍ୟର ସୁବିଧା ପାଇବେ । ବିଶେଷ କଥା ହେଉଛି ଆପଣ ବର୍ଷସାରା ମାଗଣା ଶସ୍ୟର ଲାଭ ପାଇବେ । ଆପଣଙ୍କୁ କହି ରଖୁଛୁ ଯେ, କେଉଁ ଲୋକମାନେ ପ୍ରତି ମାସରେ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣା (Free Food Grains) ରେ ପାଇବେ ।

ଖାଦ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (Pradhan Mantri Garib Kalyan Yojana-PMGKAY) ଅଧୀନରେ ହିତାଧିକାରୀଙ୍କୁ ମାଗଣା ରାସନ (Free Ration) ସୁବିଧା ଦିଆଯାଉଛି । ୨୦୨୩ ମସିହାରେ ହିତାଧିକାରୀଙ୍କୁ ରାସନ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର (Central Govt) ସ୍ପଷ୍ଟ କହିଛନ୍ତି । ୨୦୨୩ ମସିହାରେ ସରକାର ମାଗଣା ରାସନ (Free Ration) ସୁବିଧା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ଅଧୀନରେ ଆପଣ ମାଗଣା ଖାଦ୍ୟ ଶସ୍ୟ (Free Food Grains) ପାଇବେ ।

କେନ୍ଦ୍ର ସରକାର (Central Govt) ଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, NFSA ଅଧୀନରେ ଥିବା ପ୍ରାଥମିକତା ଥିବା ପରିବାରଗୁଡିକ ପ୍ରତି ବ୍ୟକ୍ତି ଓ ପ୍ରତି ମାସରେ ମାଗଣା ରାସନର ସୁବିଧା ପାଇବେ । କେନ୍ଦ୍ରର ମୋଦି ସରକାର କହିଛନ୍ତି ଯେ, ପ୍ରତ୍ୟେକ ହିତାଧିକାରୀଙ୍କୁ ୫ କିଲୋଗ୍ରାମ ମାଗଣା ରାସନ (Free Food Grains) ମିଳିବ । ଏଥି ସହିତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (Antyodaya Anna Yojana) ଅଧୀନରେ ଆସୁଥିବା ପରିବାର ପ୍ରତି ମାସରେ ୩୫ କିଲୋଗ୍ରାମ ରାସନ ପାଇବେ ।

ଅଧିକ ପଢ଼ନ୍ତୁ:-ଭାରତରେ ଆୟୋଜିତ ହକି ବିଶ୍ୱକପରେ କାହିଁକି ଖେଳୁନି ପାକିସ୍ତାନ? ଜାଣନ୍ତୁ କାରଣ

ଅଧିକ ପଢ଼ନ୍ତୁ:-ନିତିନ ଗଡକରୀ କଲେ ପୁଣି ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ

ଅଧିକ ପଢ଼ନ୍ତୁ:-ତୃତୀୟ ଦିନିକିଆରେ ଖେଳିବେ ସୁର୍ଯ୍ୟକୁମାର ଯାଦବ! ଟିମ୍ ଇଣ୍ଡିଆରୁ ଏହି ଫ୍ଲପ୍ ବ୍ୟାଟ୍ସମ୍ୟାନଙ୍କ କଟିବ ପତା

 

ଏହା ସହିତ ଡିସେମ୍ବର ୨୦୨୩ ସୁଦ୍ଧା NFSA ର ହିତାଧିକାରୀଙ୍କୁ ଗହମ ଓ ଚାଉଳ ପରି ମୋଟା ଶସ୍ୟ ପାଇଁ କେଜି ପିଛା ମାତ୍ର ୧ ଓ ୨ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ଲୋକମାନେ ରାସନ ଉପରେ ସବସିଡିର ଲାଭ ପାଉଥିଲେ, କିନ୍ତୁ ଏହି ବର୍ଷ ଏହି ଲୋକମାନେ ମାଗଣା ରାସନ (Free Ration) ପାଇବେ । ଗରିବ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିଛନ୍ତି । ଖାଦ୍ୟ ସବସିଡି ଆକାରରେ ସରକାର ଚଳିତ ବର୍ଷ ଅର୍ଥାତ ୨୦୨୩ରେ ୨ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ କରିବେ, ଯାହା ଦ୍ୱାରା ଦେଶର ଗରିବ ତଥା ଅନ୍ୟାନ୍ୟ ବର୍ଗଙ୍କୁ ଖାଦ୍ୟ ପାଇଁ ଚିନ୍ତା କରିବାକୁ ନ ପଡ଼ୁ ।