South Africa New T20 Captain: ଟେଷ୍ଟ ସିରିଜ୍ ମଝିରେ ନୂଆ ଟି-20 ଅଧିନାୟକଙ୍କ ନାମର ହେଲା ଘୋଷଣା, ଏହି ଖେଳାଳିଙ୍କୁ ହଠାତ୍ ମିଳିଲା ବଡ଼ ଦାୟିତ୍ୱ
Advertisement

South Africa New T20 Captain: ଟେଷ୍ଟ ସିରିଜ୍ ମଝିରେ ନୂଆ ଟି-20 ଅଧିନାୟକଙ୍କ ନାମର ହେଲା ଘୋଷଣା, ଏହି ଖେଳାଳିଙ୍କୁ ହଠାତ୍ ମିଳିଲା ବଡ଼ ଦାୟିତ୍ୱ

South Africa New T20 Captain: ଦକ୍ଷିଣ ଆଫ୍ରିକା ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ମଧ୍ୟ ଖେଳୁଛି । ଏହି ସିରିଜ୍ ମଧ୍ୟରେ ଦକ୍ଷିଣ ଆଫ୍ରିକା ଏହାର ଟି-20 ଦଳର ନୂତନ ଅଧିନାୟକ ଘୋଷଣା କରିଛି । ଜଣେ ୨୮ ବର୍ଷୀୟ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକାର ଟି-20 ଦଳର କମାଣ ଦିଆଯାଇଛି । ଏହି ଖେଳାଳିଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ରେ ଅଧିନାୟକତ୍ୱ କରୁଥିବାର ମଧ୍ୟ ଦେଖିବାକୁ ମିଳିବ ।

South Africa New T20 Captain: ଟେଷ୍ଟ ସିରିଜ୍ ମଝିରେ ନୂଆ ଟି-20 ଅଧିନାୟକଙ୍କ ନାମର ହେଲା ଘୋଷଣା, ଏହି ଖେଳାଳିଙ୍କୁ ହଠାତ୍ ମିଳିଲା ବଡ଼ ଦାୟିତ୍ୱ

South Africa New T20 Captain: ଟିମ୍ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (India vs Australia Test Series) ଖେଳୁଛି । ସେହିପରି ଦକ୍ଷିଣ ଆଫ୍ରିକା ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ (South Africa vs West Indies Test Series) ମଧ୍ୟ ଖେଳୁଛି । ଏହି ସିରିଜ୍ ମଧ୍ୟରେ ଦକ୍ଷିଣ ଆଫ୍ରିକା ଏହାର ଟି-20 ଦଳର ନୂତନ ଅଧିନାୟକ ଘୋଷଣା କରିଛି । ଜଣେ ୨୮ ବର୍ଷୀୟ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକାର ଟି-20 ଦଳ (South Africa New T20 Captain) ର କମାଣ ଦିଆଯାଇଛି । ଏହି ଖେଳାଳିଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ (IPL 2023) ରେ ଅଧିନାୟକତ୍ୱ କରୁଥିବାର ମଧ୍ୟ ଦେଖିବାକୁ ମିଳିବ ।

ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ (South Africa Cricket Team) ଟେମ୍ବା ବାଭୁମା (Temba Bavuma) ଙ୍କ ସ୍ଥାନରେ ୨୮ ବର୍ଷୀୟ ଆଡେନ ମାର୍କ୍ରାମ (Aiden Markram) ଙ୍କୁ ଟି-20 ଦଳର ଅଧିନାୟକ (South Africa T20 Captain) ଭାବରେ ମନୋନୀତ କରିଛି । ଗତ ମାସରେ ଟେମ୍ବା ବାଭୁମା ନିଜ ପଦରୁ ଇସ୍ତଫା ଦେଇଥିଲେ । ୨୦୧୪ରେ ଆଇସିସି U19 ବିଶ୍ୱ କ୍ରିକେଟ୍ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା U19 ଦଳକୁ ଟାଇଟଲ୍ ବିଜୟରେ ନେତୃତ୍ୱ ନେଇଥିବା ଆଡେନ ମାର୍କ୍ରାମ (Aiden Markram) ବର୍ତ୍ତମାନ ସିନିୟର ଦଳର ଦାୟିତ୍ୱ ଗ୍ରହଣ କରିବେ । ନିକଟ ଅତୀତରେ ସାଉଥ ଆଫ୍ରିକା ଟି-20  ଲିଗ (SA 20) ରେ ଆଡେନ ମାର୍କ୍ରାମ ସନରାଇଜର୍ସ ଇଷ୍ଟର୍ଣ୍ଣ କେପର କମାଣ ସମ୍ଭାଳିଥିଲେ । ଏହାସହ ଏହି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ମଧ୍ୟ ଜିତିଥିଲେ । 

ଆଇପିଏଲ୍ ୨୦୨୩ (Indian Premier League 2023) ପାଇଁ ସନରାଇଜର୍ସ ହାଇଦ୍ରାବାଦ ଦଳ (Sunrisers Hyderabad) ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମଙ୍କୁ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି । ପୂର୍ବତନ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ଅତ୍ୟନ୍ତ ଖରାପ ଫର୍ମରେ ଚାଲୁଥିଲେ, ଏହି କାରଣରୁ ଫ୍ରାଞ୍ଚାଇଜ୍ କେନ୍ ୱିଲିୟମସନଙ୍କୁ ଚଳିତ ବର୍ଷ ଦଳରୁ ରିଲିଜ କରିଥିଲା । ଆଇପିଏଲ୍ ୨୦୨୨ ନିଲାମରେ ଆଡେନ ମାର୍କ୍ରାମ (Aiden Markram) କିଣିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ୨.୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ସେହି ଆଇପିଏଲ୍ ୨୦୨୨ ସିଜନରେ ଆଡେନ ମାର୍କ୍ରାମ ୧୩୯.୦୫ ଷ୍ଟ୍ରାଇକ୍ ରେଟରେ ୧୨ ଇନିଂସରେ ୩୮୧ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ତାଙ୍କର ଏଭେରେଜ ୪୭.୬୨ ରହିଥିଲା ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ଏୟାରଟେଲର ବଡ଼ ଧମାକା! ଏକାସାଙ୍ଗରେ ୧୨୫ଟି ସହରରେ ଆରମ୍ଭ ହେଲା 5G ସେବା, ଏଠାରେ ଚେକ୍ କରନ୍ତୁ ନିଜ ସହରର ନାମ

ଅଧିକ ପଢ଼ନ୍ତୁ:-ଏହି ଭାରତୀୟ ଖେଳାଳି ପୁଣି ଥରେ ପଡ଼ିଆରେ ଆସିବେ ନଜର, ସାଥୀ ଖେଳାଳିଙ୍କ ପତ୍ନୀଙ୍କୁ କରିଥିଲେ ଗର୍ଭବତୀ!

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକାଥରେ ମିଳିବ ୨-୨ଟି ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ବଢ଼ିବା ସହ ବେସିକ୍ ଦରମାରେ ହେବ ବୃଦ୍ଧି!

ଦକ୍ଷିଣ ଆଫ୍ରିକାର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମ (Aiden Markram)  ଆଇପିଏଲରେ ଏପର୍ଯ୍ୟନ୍ତ ମୋଟ ୨୦ଟି ମ୍ୟାଚ୍ ଖେଳିଛନ୍ତି । ଆଇପିଏଲରେ ଆଡେନ ମାର୍କ୍ରାମ (Aiden Markram) ୩ଟି ଅର୍ଦ୍ଧଶତକ ସହାୟତାରେ ୫୨୭ ରନ୍ ସଂଗ୍ରହ କରିଛନ୍ତି । ଆଡେନ ମାର୍କ୍ରାମ (Aiden Markram) ଙ୍କ ଏଭେରେଜ ୪୦.୫୪ ଥିବାବେଳେ ଷ୍ଟ୍ରାଇକ୍ ରେଟ୍ ୧୩୪.୧୦ ରହିଛି । ଆଡେନ ମାର୍କ୍ରାମ ମଧ୍ୟ ଗୋଟିଏ ୱିକେଟ୍ ନେଇଛନ୍ତି । ଆଇଡେନ ମାର୍କ୍ରାମଙ୍କ ଆଇପିଏଲ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଆଇପିଏଲରେ ଦୁଇଟି ସିଜିନ ଖେଳିଛନ୍ତି । ଆଇଡେନ ମାର୍କ୍ରାମ ଆଇପିଏଲ ୨୦୨୧ରେ ୬ଟି ମ୍ୟାଚରେ ୧୪୬ ରନ ସ୍କୋର କରିଥିଲେ ।