Rishabh Pant: ପନ୍ତଙ୍କ ଦୁର୍ଘଟଣାକୁ ପୂରିବ ବର୍ଷେ, IPL ପୂର୍ବରୁ ଦେଲେ ଖୁସି ଖବର...
Advertisement
Article Detail0/zeeodisha/odisha2006214

Rishabh Pant: ପନ୍ତଙ୍କ ଦୁର୍ଘଟଣାକୁ ପୂରିବ ବର୍ଷେ, IPL ପୂର୍ବରୁ ଦେଲେ ଖୁସି ଖବର...

Rishabh Pant: ଦୁର୍ଘଟଣାର ଶୀକାର ହେବା ପରେ ଟିମ୍‌ ଇଣ୍ଡିଆର ୱିକେଟ କିପର- ବ୍ୟାଟର ଋଷଭ ପନ୍ତ କ୍ରିକେଟ୍ (Rishabh Pant) ଦୁନିଆଠୁ କିଛି ମାସ ପାଇଁ ଦୂରେଇ ଯାଇଥିଲେ। ଗତବର୍ଷ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଏହି ଷ୍ଟାର୍ ଖେଳାଳୀ ଋଷଭ ପନ୍ତ ଖୁବଶିଘ୍ର କ୍ରିକେଟ୍ ଗ୍ରାଉଣ୍ତକୁ ଓହ୍ଲାଇବାକୁ ଯାଉଛନ୍ତି।  ଆସନ୍ତାବର୍ଷ ହେବାକୁ ଥିବା  ଆଇପିଏଲ-୧୭ରେ ସେ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଛି (Rishabh Pant to play in IPL 2024) ।  

Rishabh Pant: ପନ୍ତଙ୍କ ଦୁର୍ଘଟଣାକୁ ପୂରିବ ବର୍ଷେ, IPL ପୂର୍ବରୁ ଦେଲେ ଖୁସି ଖବର...

Rishabh Pant: ଦୁର୍ଘଟଣାର ଶୀକାର ହେବା ପରେ ଟିମ୍‌ ଇଣ୍ଡିଆର ୱିକେଟ କିପର- ବ୍ୟାଟର ଋଷଭ ପନ୍ତ କ୍ରିକେଟ୍ (Rishabh Pant) ଦୁନିଆଠୁ କିଛି ମାସ ପାଇଁ ଦୂରେଇ ଯାଇଥିଲେ। ଗତବର୍ଷ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଏହି ଷ୍ଟାର୍ ଖେଳାଳୀ ଋଷଭ ପନ୍ତ ଖୁବଶିଘ୍ର କ୍ରିକେଟ୍ ଗ୍ରାଉଣ୍ତକୁ ଓହ୍ଲାଇବାକୁ ଯାଉଛନ୍ତି।  ଆସନ୍ତାବର୍ଷ ହେବାକୁ ଥିବା  ଆଇପିଏଲ-୧୭ରେ ସେ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଛି (Rishabh Pant to play in IPL 2024) ।  ମାତ୍ର ତାଙ୍କୁ କେବଳ  ବ୍ୟାଟର ଭାବେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ଖେଳାଇବ।  ସେ ବିସିସିଆଇରୁ (Board of Control for Cricket in India) ଅନୁମତି ନ ପାଇବା ପର୍ଯ୍ୟନ୍ତ  ଓ୍ବିକେଟ୍ କିପିଙ୍ଗ୍ କରିବେ ନାହିଁ।  ଦିଲ୍ଲୀ କ୍ୟାପିଟାଲ୍ସ  (Delhi Capitals) ତାଙ୍କୁ ଅଧିକାଂଶ ମ୍ୟାଚରେ ଇମ୍ପାକ୍ଟ ଖେଳାଳୀ ଭାବେ ପ୍ରୟୋଗ କରିବା ସମ୍ଭାବନା ରହିଛି । 

Also Read: ଆସିଗଲା IPL Auction ତାଲିକା, ଏହି ୩୩ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ

 

 
 
 
 

 
 
 
 
 
 
 
 
 
 
 

A post shared by Rishabh Pant (@rishabpant)

ସୂଚନା ଯୋଗ୍ୟ ଯେ, ଗତ ବର୍ଷ  ୩୦ ଡିସେମ୍ବର ଦିନ, ସେ ନିଜେ କାର୍ ଚଳାଇ ଦିଲ୍ଲୀରୁ ଘରକୁ ଫେରୁଥିବା ବେଳେ ରୁଡ଼କୀ ଠାରେ ତାଙ୍କର ଦୁର୍ଘଟଣା ହୋଇଥିଲା। ଆଖି ଲାଗିଯିବାରୁ ତାଙ୍କର ମର୍ସିଜିଡ୍ କାର୍ ଡିଭାଇଡର ପିଟି ହୋଇ କାର୍‌ ଟି ସମ୍ପୁର୍ଣ୍ଣ ଜଳିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ପନ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ଏହି ଭୟଙ୍କର ଦୁର୍ଘଟଣାରେ ତାଙ୍କର ଡାହାଣ ଗୋଡ଼ର ଲିଗାମେଣ୍ଟ ଛିଡ଼ିବା ସହ କପାଳ ଓ ପିଠିରେ ଗଭୀର ଆଘାତ ଲାଗିଥିଲା। 

ଦୁର୍ଘଟଣା ପରେ ଡେରାଡୁନର ଏକ ଘରୋଇ ହସପିଟାଲ୍‌ରେ ଚିକିତ୍ସିତ ହେଉଥିବା ପନ୍ତଙ୍କୁ ଏୟାର ଲିଫ୍ଟ ଯୋଗେ ମୁମ୍ବାଇ ଆଣି କୋକିଲାବେନ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲା ବିସିସିଆଇ। ପରେ ସେଠାରେ ତାଙ୍କର ସର୍ଜରି ହୋଇଥିଲା। ପରେ ସ୍ବାସ୍ଥ୍ୟ ଖରାପ ଥିବାରୁ ଡାକ୍ତର ତାଙ୍କୁ ବିଶ୍ରାମ କରିବା ସହ ମ୍ୟାଚ୍ ନ ଖଳିବା ପାଇଁ କହିଥିଲେ।  ଇତି ମଧ୍ୟରେ ସେ ଫିଟ୍ ହୋଇ  ଅଭ୍ୟାସ୍ ଆରମ୍ଭ କରିଛନ୍ତି। ଜିମରେ ବ୍ୟାୟମ୍ ସହ ସେ ନେଟ୍ସରେ କେବଳ ବ୍ୟାଟିଂ ଅଭ୍ୟାସ କରୁଛନ୍ତି। କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଓ୍ବିକେଟ୍ କିପିଙ୍ଗ୍ କରାଯାଇ ନାହଁ।