ଆସିଗଲା IPL Auction ତାଲିକା, ଏହି ୩୩ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ
Advertisement
Article Detail0/zeeodisha/odisha2005942

ଆସିଗଲା IPL Auction ତାଲିକା, ଏହି ୩୩ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ

IPL Auction 2024: ଆଇପିଏଲ୍ ୨୦୨୪ ପାଇଁ ହେବାକୁ ଥିବା ନିଲାମରେ ୩୦୦ ରୁ ଅଧିକ ଖେଳାଳିଙ୍କ ଉପରେ ବିଡିଂ କରାଯିବ । ଦଳଗୁଡିକ ପାଖରେ ୭୭ ଖେଳାଳିଙ୍କ ପାଇଁ ସ୍ଥାନ ଅଛି, ଅର୍ଥାତ୍ ଏହି ସମସ୍ତ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାର ଆଶା କରାଯାଏ ।

 

IPL 2024 Player Auction list

IPL 2024 Player Auction list: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ପୂର୍ବରୁ ହେବାକୁ ଥିବା ନିଲାମ ପାଇଁ ସମସ୍ତ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି । ଏଥର ୧୯ ଡିସେମ୍ବରରେ ଦୁବାଇରେ ଆଇପିଏଲ୍ ନିଲାମ ଅନୁଷ୍ଠିତ ହେବ, ଯେଉଁଥି ପାଇଁ ସମସ୍ତ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିସିସିଆଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଏଥର ମୋଟ ୩୩୩ ଖେଳାଳିଙ୍କ ଉପରେ ବିଡିଂ କରାଯିବ, ସେଥିମଧ୍ୟରୁ ୨୧୪ ଜଣ ଭାରତୀୟ ଖେଳାଳି ହୋଇଥିବାବେଳେ, ୧୧୯ ଜଣ ବିଦେଶୀ ଖେଳାଳି ରହିଛନ୍ତି ।

ଏଥର ଦୁଇ ସହଯୋଗୀ ଦେଶର ଖେଳାଳି ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ମୋଟ ୩୩୩ ଖେଳାଳିଙ୍କ ମଧ୍ୟରୁ ୧୧୧ ଜଣ କ୍ୟାପଡ୍ ଖେଳାଳି ହୋଇଥିବାବେଳେ ୨୧୫ ଜଣ ଅନକ୍ୟାପଡ୍ ଖେଳାଳି । କହିରଖୁଛୁ ଯେ ଦଳଗୁଡିକରେ ମୋଟ ୭୭ ଖେଳାଳି ଅଛନ୍ତି, ଅର୍ଥାତ୍ ୩୩୩ ଖେଳାଳିଙ୍କ ମଧ୍ୟରୁ କେବଳ ୭୭ ଖେଳାଳି ବିକ୍ରି ହେବେ । ଆଇପିଏଲ୍ ନିଲାମ ଡିସେମ୍ବର ୧୯ ରେ ଭାରତୀୟ ସମୟ ଅପରାହ୍ନ ୨.୩୦ ରେ ଆରମ୍ଭ ହେବ ।

ଏଠାରେ କ୍ଲିକ୍ କରି ଦେଖନ୍ତୁ ଲିଷ୍ଟ...

ଏହି ତାଲିକାରେ ୨୩ ଜଣ ଖେଳାଳି ଏପରି ଅଛନ୍ତି, ଯାହାର ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଛି । ଯେତେବେଳେ କି ୧୩ ଜଣ ଖେଳାଳିଙ୍କ ମୂଳ ମୂଲ୍ୟ ୧.୫ କୋଟି ଟଙ୍କା ରହିଛି । ବାକି ଖେଳାଳିଙ୍କ ମୂଳ ମୂଲ୍ୟ ହେଉଛି ୧ କୋଟି, ୫୦ ଲକ୍ଷ, ୩୦ ଲକ୍ଷ ଓ ୧୦ ଲକ୍ଷ ରିହିଛି । ଆପଣଙ୍କୁ କହିଖୁଛୁ ଯେ ନିଲାମର କିଛି ସମୟ ପୂର୍ବରୁ ସମସ୍ତ ଦଳ ସେମାନଙ୍କର ରିଲିଜ୍ ଓ ରଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରିଥିଲେ, ଯେଉଁଥିରେ ଅନେକ ବଡ଼ ଖେଳାଳିଙ୍କୁ ରିଲିଜ କରାଯାଇଥିଲା ।

କହିରଖୁଛୁ ଯେ IPL 2024 ପୂର୍ବରୁ ଏଥର ଅନେକ ବଡ ପରିବର୍ତ୍ତନ ମଧ୍ୟ ଘଟିଛି । ଏଥିମଧ୍ୟରୁ ଗୁଜୁରାଟ ଟାଇଟାନ୍ସର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଦଳ ଛାଡି ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିବାବେଳେ, ଗୁଜୁରାଟ ଟାଇଟାନ୍ସ ଯୁବ ଶୁବମାନ ଗିଲଙ୍କୁ ଏହାର ଅଧିନାୟକ କରିଛି । ଆହୁରି ମଧ୍ୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ୨୦୨୪ ରେ କ୍ରିକେଟ୍ ଗ୍ରାଉଣ୍ଡ ଫେରିପାରନ୍ତି, ଯାହାଙ୍କୁ କାର ଦୁର୍ଘଟଣା ପରେ ପ୍ରଥମ ଥର ପଡ଼ିଆ ଦେଖିବାକୁ ମିଳିବ।