World Cup 2023 Qualifier: ବିଶ୍ୱକପରୁ ରେସରୁ ବାଦ ପଡିଲେ ୬ଟି ଦଳ, ଚୂରମାର ହେଲା ୱେଷ୍ଟଇଣ୍ଡିଜ୍ ସ୍ୱପ୍ନ, ଆମ ପଡୋଶୀ ସ୍ଥିତି ସବୁଠୁ ଖରାପ
Advertisement
Article Detail0/zeeodisha/odisha1765201

World Cup 2023 Qualifier: ବିଶ୍ୱକପରୁ ରେସରୁ ବାଦ ପଡିଲେ ୬ଟି ଦଳ, ଚୂରମାର ହେଲା ୱେଷ୍ଟଇଣ୍ଡିଜ୍ ସ୍ୱପ୍ନ, ଆମ ପଡୋଶୀ ସ୍ଥିତି ସବୁଠୁ ଖରାପ

ICC Cricket World Cup 2023 Qualifier: ବିଶ୍ୱକପ ବିଷୟରେ କହିବାକୁ ଗଲେ ସମୁଦାୟ ୧୦ ଟି ଦଳ ଏଥିରେ ସୁଯୋଗ ପାଇବେ । ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟ ଜିମ୍ବାୱେରେ ଖେଳାଯାଉଛି । ଏଥିରେ ମୋଟ ୧୦ ଟି ଦଳ ଅଂଶଗ୍ରହଣ କରିଥିଲେ ଓ ୬ଟି ଦଳ ବିଶ୍ୱକପରୁ ରେସରୁ ବାଦ ପଡିଛନ୍ତି । ଅନ୍ୟପକ୍ଷରେ ଶ୍ରୀଲଙ୍କା ଯୋଗ୍ୟତା ଅର୍ଜନ କରିଛି ।

ସାଙ୍କେତିକ ଫଟୋ

ICC Cricket World Cup 2023: ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପର (World Cup 2023) ୧୩ ତମ ସିଜନ୍ ପାଇଁ ନିକଟରେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏହି ଟୁର୍ଣ୍ଣାମେଣ୍ଟ ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ୧୦ ଟି ଭିନ୍ନ ଭିନ୍ନ ସ୍ଥାନରେ ଖେଳାଯିବ । ଏପର୍ଯ୍ୟନ୍ତ ୯ଟି ଦଳ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ତିମ ଦଳ ଯୋଗ୍ୟତା ପର୍ଯ୍ୟାୟରୁ ନିଷ୍ପତ୍ତି ହେବ । ବର୍ତ୍ତମାନ ଜିମ୍ବାୱେରେ (Zimbabwe) ଯୋଗ୍ୟତା ପର୍ଯ୍ୟାୟ ଖେଳାଯାଉଛି । କାଲିର ମ୍ୟାଚରେ ନେଦରଲ୍ୟାଣ୍ଡ ଓମାନକୁ ୭୪ ରନରେ ପରାସ୍ତ କରିଛି । ଏହା ସହିତ ୱେଷ୍ଟଇଣ୍ଡିଜ୍ ସୁପର-୬ ଟେବୁଲରେ ନମ୍ବର-୩ ରେ ପହଞ୍ଚିବାର ଆଶା ଶେଷ ହୋଇଛି । ଅର୍ଥାତ୍ ସୁରକ୍ଷା କାରଣରୁ ପାକିସ୍ତାନ ଦଳ ବିଶ୍ୱକପ୍ ଖେଳିବାକୁ ମନା କରିଦେଲେ ମଧ୍ୟ ୱେଷ୍ଟୱିଣ୍ଡିଜ୍ ଖେଳିବାକୁ ସୁଯୋଗ ପାଇବ ନାହିଁ ।

ବିଶ୍ୱକପରୁ ରେସରୁ ବାଦ ପଡିଲେ ୬ଟି ଦଳ
ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ବିଷୟରେ କହିବାକୁ ଗଲେ ସମୁଦାୟ ୧୦ ଟି ଦଳ ଏଥିରେ ଭାଗ ନେଇଛନ୍ତି । କେବଳ ୨ଟି ଦଳ ଟିକେଟ୍ ପାଇବାକୁ ଥିବାବେଳେ ୮ଟି ଟିମ୍ ବାଦ ପଡ଼ିବେ । ଯଦି ଆମେ ଏପର୍ଯ୍ୟନ୍ତ ଅନୁଷ୍ଠିତ ମ୍ୟାଚ୍ ଗୁଡିକୁ ଦେଖିବା, ତେବେ ୬ଟି ଦଳ ବାଦ ପଡି ସାରିଛି । ୱେଷ୍ଟଇଣ୍ଡିଜ୍ ବ୍ୟତୀତ ଏଥିରେ ଓମାନ, ନେପାଳ, ଆମେରିକା, ଆୟର୍ଲାଣ୍ଡ ଓ ୟୁଏଇ ଅନ୍ତର୍ଭୁକ୍ତ । ଭାରତର ପଡୋଶୀ ଦେଶ ନେପାଳର ପ୍ରଦର୍ଶନ ଖରାପ ଥିଲା । ଦଳ ଗ୍ରୁପ୍ ରାଉଣ୍ଡରେ ଥିବା ୪ ଟି ମ୍ୟାଚରୁ ମାତ୍ର ଗୋଟିଏରେ ଜିତିଥିବା ବେଳେ ୩ଟି ରେ ହାରିଛି । ୫ ଟିମ ବିଶିଷ୍ଟ ଟେବୁଲରେ ଦଳ ଚତୁର୍ଥ ସ୍ଥାନରେ ରହିଛି ।

ଆଜି ସ୍ଥିର ହୋଇପାରେ ଫାଇନାଲ ଦଳ 
ସୁପର- ୬ ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଜିମ୍ବାୱେ ଆଜି ସ୍କଟଲାଣ୍ଡ ସହିତ ମୁକାବିଲା କରିବ । ଶ୍ରୀଲଙ୍କା ଦଳ ୮ ପଏଣ୍ଟ ସହ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଜିମ୍ବାୱେରେ ୬ ପଏଣ୍ଟ ରହିଛି । ଯଦି ଦଳ ଆଜିର ମ୍ୟାଚ୍ ଜିତେ ତେବେ ସେ ବିଶ୍ୱକପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିବ । ଏଭଳି ପରିସ୍ଥିତିରେ ଅନ୍ୟ ଦଳର ଆଶା ଶେଷ ହେବ । ଜିମ୍ବାୱେ ହାରିଗଲେ ମଧ୍ୟ ଏହାର ଆଶା ରହିବ । ଅନ୍ୟପକ୍ଷରେ, ସ୍କଟଲ୍ୟାଣ୍ଡ ଏହି ମ୍ୟାଚ୍ ଜିତି ନିଜର ଆଶା ଉଜ୍ଜୀବିତ ରଖିବାକୁ ଚାହୁଁଛି ।

୬ ଜୁଲାଇରେ ସୁପର-୬ ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ ଓ ନେଦରଲ୍ୟାଣ୍ଡ ମୁକାବିଲା କରିବେ । ଯଦି ଜିମ୍ବାୱେ ଦଳ ଆଜି ହାରିଯାଏ ତେବେ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଶ୍ରୀଲଙ୍କା ୭ ଜୁଲାଇରେ ଶେଷ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ସହ ଖେଳିବ । ଯୋଗ୍ୟତା ପର୍ଯ୍ୟାୟର ଫାଇନାଲ୍ ୯ ଜୁଲାଇରେ ଖେଳାଯିବ । ଶ୍ରୀଲଙ୍କା ଦଳ ଟାଇଟଲ ରାଉଣ୍ଡରେ ପହଞ୍ଚି ସାରିଛି । ବିପକ୍ଷ ଦଳର ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ ।

ଏହା ବି ପଢ଼ନ୍ତୁ: India Vs Pakistan: 'ଭାରତୀୟ ବୋଲିଂ ଆଟାକ୍ ଦୁର୍ବଳ, ଆମେ ୨୦୨୩ ବିଶ୍ୱକପ୍ ଜତିବା ପାଇଁ ଦାବିଦାର'

ଏହା ବି ପଢନ୍ତୁ: Women's CPL 2023: ଶ୍ରେୟଙ୍କା ପାଟିଲ ରଚିଲେ ଇତିହାସ, WCPL ରେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଖେଳିବେ