Women's CPL 2023: ଶ୍ରେୟଙ୍କା ପାଟିଲ ରଚିଲେ ଇତିହାସ, WCPL ରେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଖେଳିବେ
Advertisement
Article Detail0/zeeodisha/odisha1761554

Women's CPL 2023: ଶ୍ରେୟଙ୍କା ପାଟିଲ ରଚିଲେ ଇତିହାସ, WCPL ରେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଖେଳିବେ

Women's CPL 2023: ମହିଳା କ୍ରିକେଟର ଶ୍ରେୟଙ୍କା ପାଟିଲ ବର୍ତ୍ତମାନ ଭାରତର ପ୍ରଥମ ଖେଳାଳି ଭାବେ ମହିଳା କାରିବିଆନ୍ ପ୍ରିମିୟର ଲିଗରେ ଖେଳିବେ । ଗୁୟାନା ଆମାଜନ ୱାରିୟର୍ସ ଦ୍ୱାରା ଶ୍ରେୟଙ୍କାଙ୍କୁ ସେମାନଙ୍କ ଦଳରେ ସାମିଲ କରାଯାଇଛି ।

ସୌ: ସୋସିଆଲ ମିଡିଆ

Shreyanka Patil Play WCPL 2023: ଭାରତୀୟ ଦଳର ପୁରୁଷ ଖେଳାଳିଙ୍କ ସହିତ ତାଳ ଦେଇ ଗତ ୧୦ ବର୍ଷ ମଧ୍ୟରେ ମହିଳା କ୍ରିକେଟ୍ ଖେଳାଳିମାନେ ମଧ୍ୟ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି । ଗୋଟିଏ ପଟେ ପୁରୁଷ ଦଳର ଖେଳାଳିମାନେ ବୋର୍ଡ ତରଫରୁ ବିଦେଶୀ ଟି-୨୦ ଲିଗରେ ଖେଳିବାକୁ ଅନୁମତି ପାଇ ନାହାଁନ୍ତି କିନ୍ତୁ ଅନ୍ୟପଟେ ବୋର୍ଡ ଏଥିପାଇଁ ମହିଳା ଖେଳାଳିଙ୍କୁ ରିହାତି ଦେଇଛି । ବର୍ତ୍ତମାନ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଥିବା ମହିଳା କାରିବିଆନ୍ ପ୍ରିମିୟର ଲିଗ୍ (ଡବ୍ଲୁସିପିଏଲ୍) ରେ ୨୧ ବର୍ଷୀୟା ଭାରତୀୟ ମହିଳା ଖେଳାଳି ଶ୍ରେୟଙ୍କା ପାଟିଲ୍ ପ୍ରଥମ ଥର ପାଇଁ ଖେଳୁଥିବାର ନଜର ଆସିବେ ।

ମହିଳା କାରିବିଆନ୍ ପ୍ରିମିୟର ଲିଗରେ ଗୁୟାନା ଆମାଜନ ୱାରିୟର୍ସ ଦଳ ଦ୍ୱାରା ଯୁବ ଅଫ୍ ସ୍ପିନର ଶ୍ରେୟଙ୍କା ପାଟିଲ୍ ଚୟନ କରାଯାଇଛି । WCPL ର ଆଗାମୀ ସଂସ୍କରଣ ୩୧ ଅଗଷ୍ଟରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବ । ଭାରତୀୟ ମହିଳା ଦଳର ଅନେକ ଖେଳାଳି ଏହା ପୂର୍ବରୁ ବିଦେଶ ଟି-୨୦ ଲିଗରେ ସ୍ଥାନ ପାଇ ସାରିଛନ୍ତି ।

ମହିଳା ଦଳର ବର୍ତ୍ତମାନର ଅଧିନାୟକ ହରମାନପ୍ରୀତ କୌ ର, ଉପ-ଅଧିନାୟକ ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗୁସ୍, ଶେଫାଲୀ ଭର୍ମା ଓ ରିଚା ଘୋଷଙ୍କ ବ୍ୟତୀତ ଇଂଲଣ୍ଡର ଦି ହଣ୍ଡରେ ଓ ଅଷ୍ଟ୍ରେଲିଆର ମହିଳା ମଧ୍ୟ ବିଗ୍ ବାସ୍ ଲିଗ୍ ମଧ୍ୟ ସ୍ଥାନ ପାଇଛନ୍ତି।

ଏମର୍ଜିଙ୍ଗ ଏସିଆ କପରେ କରିଥିଲେ ଚମତ୍କାର ପ୍ରଦର୍ଶନ
ଗତ ମାସରେ ହଂକଂ ଦ୍ୱାରା ଆୟୋଜିତ ଏମର୍ଜିଂ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ବଲ୍ ସହିତ ଶ୍ରେୟଙ୍କାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଶ୍ରେୟଙ୍କା ୨ଟି ମ୍ୟାଚରେ ୭ ଓଭର ବୋଲିଂ କରିଥିଲେ, ଯେଉଁଥିରେ ସେ ୧୫ ରନ୍ ଦେଇ ୯ ୱିକେଟ୍ ନେଇଥିଲେ । ଫାଇନାଲ ମ୍ୟାଚ୍‌ରେ ଶ୍ରେୟଙ୍କା ୪ ୱିକେଟ୍ ନେଇ ଦଳର ବିଜୟରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ତାଙ୍କ ପ୍ରଦର୍ଶନ ପାଇଁ ଶ୍ରେୟଙ୍କାଙ୍କୁ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଆୱାର୍ଡ ମଧ୍ୟ ଦିଆଯାଇଥିଲା ।

ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ଶ୍ରେୟଙ୍କା ପାଟିଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ଦଳ ପାଇଁ ଖେଳୁଥିବାର ନଜର ଆସିଥିଲେ । ଏହି ସମୟ ମଧ୍ୟରେ ସେ ୭ଟି ମ୍ୟାଚ ଖେଳି ୬ଟି ୱିକେଟ୍ ନେଇଥିଲେ ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହେବାର ୧୫ ବର୍ଷ ପରେ ବିସିସିଆଇ ଦ୍ୱାରା ମହିଳା ଟି-୨୦ ଲିଗ୍ ମଧ୍ୟ ଏକ ବଡ଼ ଢ଼ଙ୍ଗରେ ଆୟୋଜିତ ହୋଇଥିଲା । ଆଇପିଏଲର ତିନି ଦଳ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଗ୍ରାଣ୍ଡ ଲୁକ୍ ଦିଆଯାଇଥିଲା । ଫ୍ରାଞ୍ଚାଇଜ୍ ଦଳ ପାଇଁ ଟେଣ୍ଡର ବାହାର କରାଯାଇଥିଲା ଓ ଖେଳାଳିମାନଙ୍କୁ ନିଲାମ କରାଯାଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ମହିଳା ପ୍ରିମିୟର ଲିଗରେ ଖେଳୁଥିବା ଶ୍ରେୟଙ୍କା ପ୍ରଥମ ମହିଳା ଖେଳାଳି ହେବେ ଯିଏକି ତାଙ୍କ ସିନିୟର ଆନ୍ତର୍ଜାତୀୟ ଡେବ୍ୟୁ କରିବା ପୂର୍ବରୁ ଏକ ବିଦେଶୀ ଲିଗରୁ ଚୁକ୍ତି କରିବେ ।

ଏହା ବି ପଢ଼ନ୍ତୁ: Diamond League 2023: ଇତିହାସ ରଚିଲେ ନୀରଜ ଚୋପ୍ରା: ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଡାଇମଣ୍ଡ ଲିଗରେ ଜିତିଲେ ସ୍ୱର୍ଣ୍ଣ ପଦକ

ଏହା ବି ପଢନ୍ତୁ: World Cup Golden Bat Winners List: ବିରାଟ କରିବେ ନୂଆ ରେକର୍ଡ ନା ସଚିନଙ୍କ ସମକକ୍ଷ ହେବେ ରୋହିତ; ଦେଖନ୍ତୁ ଗୋଲଡେନ୍ ବ୍ୟାଟ୍ ବିଜେତାଙ୍କ ପୂରା ଲିଷ୍ଟ