ICC Awards: ସୂର୍ଯ୍ୟକୁମାର ଯାଦବଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର, ICC ଦେଲା ଏହି ବଡ଼ ଉପହାର
Advertisement
Article Detail0/zeeodisha/odisha1544123

ICC Awards: ସୂର୍ଯ୍ୟକୁମାର ଯାଦବଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର, ICC ଦେଲା ଏହି ବଡ଼ ଉପହାର

Suryakumar Yadav: ଗତ ବର୍ଷ ଟି-20 ଫର୍ମାଟକୁ ଧମାକା ସୃଷ୍ଟି କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ବଡ଼ ସମ୍ମାନ ମିଳିଛି । ଏହି ରେସରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଇଂଲଣ୍ଡର ସାମ କରେନ, ଜିମ୍ବାୱେର ସିକନ୍ଦର ରଜା ଏବଂ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ମାତ୍ ଦେଇଛନ୍ତି ।

ICC Awards: ସୂର୍ଯ୍ୟକୁମାର ଯାଦବଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର, ICC ଦେଲା ଏହି ବଡ଼ ଉପହାର

Suryakumar Yadav ICC Awards: ଆଇସିସି ବାର୍ଷିକ ପୁରସ୍କାର (ICC Awards) ରେ ଭାରତୀୟ ଖେଳାଳିମାନ ((Indian Cricketers) ଙ୍କୁ ଅଧିକ ସଫଳତା ମିଳିଛି । ବୁଧବାର ଅର୍ଥାତ ଜାନୁଆରୀ ୨୫ରେ ଆଇସିସି ଦ୍ୱାରା ଟି-20 କ୍ରିକେଟର ଅଫ୍ ଦି ଇୟର ଘୋଷଣା କରାଯାଇଛି ଓ ଏହି ପୁରସ୍କାର ସୁର୍ଯ୍ୟକୁମାର ଯାଦବ ଜିତିଛନ୍ତି । ଗତ ବର୍ଷ ଟି-20 ଫର୍ମାଟକୁ ଧମାକା ସୃଷ୍ଟି କରିଥିବା ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ଏହି ବଡ଼ ସମ୍ମାନ ମିଳିଛି । ଏହି ରେସରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଇଂଲଣ୍ଡର ସାମ କରେନ, ଜିମ୍ବାୱେର ସିକନ୍ଦର ରଜା ଏବଂ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ମାତ୍ ଦେଇଛନ୍ତି ।

ସୂର୍ଯ୍ୟକୁମାର ଯାଦବ ମଧ୍ୟ ଟି-20 ଫର୍ମାଟରେ ନମ୍ବର-1 ବ୍ୟାଟ୍ସମ୍ୟାନ୍ ଓ ବର୍ତ୍ତମାନ ସେ ଟି-20 ଫର୍ମାଟରେ କ୍ରିକେଟର ଅଫ୍ ଦି ଇୟର ମଧ୍ୟ ହୋଇଛନ୍ତି । ୨୦୨୨ ବର୍ଷ ବିଷୟରେ କହିବାକୁ ଗଲେ ସୂର୍ଯ୍ୟକୁମାର ଯାଦବ ୩୧ଟି ମ୍ୟାଚରେ ୧୧୬୪ ରନ୍ ସ୍କୋର କରିଥିଲେ, ଯାହା ୪୭ ଏଭେରେଜରେ ଆସିଥିଲା । ଏହି ସମୟରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୭.୪୩ ଥିଲା । ଯାହା କୌଣସି ଖେଳାଳିଙ୍କ ଅପେକ୍ଷା ଅଧିକ ଥିଲା । ଯେକୌଣସି କ୍ୟାଲେଣ୍ଡର ବର୍ଷରେ ଟି-20 କ୍ରିକେଟରେ ୧୦୦୦ କିମ୍ବା ଅଧିକ ରନ୍ ସ୍କୋର କରିଥିବା ସୂର୍ଯ୍ୟକୁମାର ଯାଦବ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି ।

୨୦୨୨ ବର୍ଷ ସଂପୂର୍ଣ୍ଣ ରୂପେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ନାମରେ ଥିଲା । ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏହି ସମୟ ମଧ୍ୟରେ ୬୮ ଛକା ମାରିଥିଲେ । ଏକ କ୍ୟାଲେଣ୍ଡର ବର୍ଷରେ ଟି-20 ଫର୍ମାଟରେ ଯେକୌଣସି ଖେଳାଳିଙ୍କ ଦ୍ୱାରା ଏହା ସର୍ବାଧିକ ଛକା ଥିଲା । ଅନେକ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ନିଜ ଦମରେ ଟିମ୍ ଇଣ୍ଡିଆ ପାଇଁ ପୂରା ଗେମକୁ ପଲଟାଇ ଦେଇଥିଲେ ।

ଅଧିକ ପଢ଼ନ୍ତୁ:-ଟି-20ରେ ନମ୍ବର 1, ଦିନିକିଆରେ ଫ୍ଲପ୍; ଏଣିକି ସୂର୍ଯ୍ୟକୁମାର ଯାଦବଙ୍କୁ ODI ବିଶ୍ୱକପରେ ମିଳିବନି ସ୍ଥାନ!

ଅଧିକ ପଢ଼ନ୍ତୁ:-ଏୟାରଟେଲ ଦେଲା ଜୋରଦାର ଝଟକା! ପ୍ରିପେଡ୍ ପ୍ଲାନ କଲା ମହଙ୍ଗା, ଏଠାରେ ଦେଖନ୍ତୁ ନୂଆ ପ୍ରାଇସ୍ ଲିଷ୍ଟ୍

ଅଧିକ ପଢ଼ନ୍ତୁ:-ଆଇସିସି ର଼୍ୟାଙ୍କିଙ୍ଗରେ ମହମ୍ମଦ ସିରାଜଙ୍କ ଝଡ଼, ସମସ୍ତଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ୱର 

ସୁର୍ଯ୍ୟକୁମାର ଯାଦବଙ୍କ ଟି-20 ରେକର୍ଡ 

୪୫ଟି ମ୍ୟାଚ୍, ୪୩ ଇନିଂସ, ୧୫୭୮ ରନ୍, ୪୬.୪୧ ଏଭେରେଜ୍ , ୧୮୦.୩୪ ଷ୍ଟ୍ରାଇକ୍ ରେଟ୍, ୩ ଶତକ, ୧୪୨ ଚୌକା, ୯୨ଟି ଛକା

ସୂର୍ଯ୍ୟକୁମାର ଯାଦବଙ୍କ ଶ୍ରେଷ୍ଠ ସ୍କୋର 

 ୧୧୭ ବନାମ ଇଂଲଣ୍ଡ, ୨୦୨୨

୧୧୨* ବନାମ ଶ୍ରୀଲଙ୍କା, ୨୦୨୩ 

୧୧୧ * ବନାମ ନ୍ୟୁଜିଲ୍ୟାଣ୍ଡ, ୨୦୨୩

ନିକଟ ଅତୀତରେ ଆଇସିସି ମଧ୍ୟ ଟି-20 ଅଫ୍ ଟିମ୍ ଅଫ୍ ଦି ଇୟର ଘୋଷଣା କରିଥିଲା, ଯେଉଁଥିରେ ଭାରତର ୩ ଖେଳାଳି ସାମିଲ ଥିଲେ । ଭାରତରୁ ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଦଳର ଅଂଶ ଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆ ବର୍ତ୍ତମାନ ଆଇସିସି ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଦଳ ଅଟେ । ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିବା ପରେ ଭାରତ ମଧ୍ୟ ODI ର଼୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଛି ।