T20 World Cup 2022: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା, ଟି-20 ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି
Advertisement

T20 World Cup 2022: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା, ଟି-20 ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି

ଟି-20 ବିଶ୍ୱକପ ୨୦୨୨ରେ ପାକିସ୍ତାନ ଦଳ  ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ପୂର୍ବରୁ ପାକିସ୍ତାନ ଦଳ ପାଇଁ ସେମିଫାଇନାଲକୁ ଯିବା ରାସ୍ତା ବହୁତ କଠିନ ହୋଇପଡ଼ିଛି । ଏହି ସମୟରେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଫଖର ଜମାନଙ୍କ ରୂପରେ ଦଳକୁ ଆଉ ଏକ ବଡ଼ ଲାଗିଛି । ଦଳରେ ସାମିଲ ଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ଫଖର ଜମାନ ଆହତ କାରଣରୁ ଟି-20

T20 World Cup 2022: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା, ଟି-20 ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି

T20 World Cup 2022: ଟି-20 ବିଶ୍ୱକପ ୨୦୨୨ରେ ପାକିସ୍ତାନ ଦଳ  ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ପୂର୍ବରୁ ପାକିସ୍ତାନ ଦଳ ପାଇଁ ସେମିଫାଇନାଲକୁ ଯିବା ରାସ୍ତା ବହୁତ କଠିନ ହୋଇପଡ଼ିଛି । ଏହି ସମୟରେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଫଖର ଜମାନଙ୍କ ରୂପରେ ଦଳକୁ ଆଉ ଏକ ବଡ଼ ଲାଗିଛି । ଦଳରେ ସାମିଲ ଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ଫଖର ଜମାନ ଆହତ କାରଣରୁ ଟି-20 ବିଶ୍ୱକପରୁ ବାଦ୍ ପଡିଛନ୍ତି । ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଫଖର ଆହତ ହୋଇଥିଲେ । ତାଙ୍କ ଆଘାତ ପରେ ପରବର୍ତ୍ତୀ ମ୍ୟାଚ୍ ପର୍ଯ୍ୟନ୍ତ ସେ ଭଲ ହୋଇଯିବେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ ।

ନେଦରଲ୍ୟାଣ୍ଡ ବିପକ୍ଷରେ ପାକିସ୍ତାନ ଶେଷ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚରେ ଦଳ ୬ ୱିକେଟରେ ଜିତିଥିଲା । ଟି-20 ବିଶ୍ୱକପରେ ଏହା ପାକିସ୍ତାନ ଦଳର ପ୍ରଥମ ବିଜୟ ଥିଲା । ଏହି ମ୍ୟାଚ୍‌ରେ ଖେଳିଥିବା ଫଖର ଜମାନ ଆଣ୍ଠୁରେ ଆଘାତ ପାଇଥିଲେ । ଫଖର ଜମାନଙ୍କ ଆଣ୍ଠୁ ମୋଡ଼ି ଯାଇଥିଲା । ଫଖର ଜମାନ ନେଦରଲ୍ୟାଣ୍ଡ ବିପକ୍ଷରେ ୧୬ଟି ବଲରେ ୨୯ ରନର ଇନିଂସ ଖେଳିଥିଲେ । ଫଖର ଜମାନଙ୍କ ଇନିଂସରେ ମୋଟ ୩ ଚୌକା ସାମିଲ ଥିଲା । ଫଖର ଜମାନଙ୍କ ଆଘାତ ସମ୍ପର୍କରେ ଦଳର ପୂର୍ବତନ ଅଧିନାୟକ ରସିଦ ଲତିଫ କହିଛନ୍ତି ଯେ, ତାଙ୍କ ଆଘାତ ଶାହିନ୍ ଆଫ୍ରିଦିଙ୍କ ଆଘାତ ସହ ସମାନ । ଏବେ ଏହା ସ୍ପଷ୍ଟ ହୋଇଛି ଯେ, ସେ ଟି-20 ବିଶ୍ୱକପରୁ ବାହାର ହୋଇଯାଇଛନ୍ତି ।

ଫାଖର ଜମାନଙ୍କ ଏହି ଆଘାତ ପରେ ପାକିସ୍ତାନ ଦଳର ସମସ୍ୟା ଆହୁରି ବଢ଼ିଯାଇଛି । ଦଳ ଏପର୍ଯ୍ୟନ୍ତ ଟି-20 ବିଶ୍ୱକପରେ କେବଳ ଗୋଟିଏ ବିଜୟ ହାସଲ କରିଛି । ପାକିସ୍ତାନ ପାଇଁ ସେମିଫାଇନାଲକୁ ଯିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ପାକିସ୍ତାନ ଦଳ ଗ୍ରୁପରେ ୨ ପଏଣ୍ଟ ସହ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି । ସେମିଫାଇନାଲରେ ପ୍ରବେଶ କରିବାକୁ ଦଳକୁ ଉଭୟ ମ୍ୟାଚ୍ ଜିତିବାକୁ ପଡିବ । ଏହା ପରେ ମଧ୍ୟ ଦଳ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ:-ଜିମ୍ବାୱେର ସେମିଫାଇନାଲରେ ପ୍ରବେଶ କରିବାର ଆଶାକୁ ଲାଗିଲା ବଡ଼ ଝଟକା, ୫ ୱିକେଟରେ ପରାସ୍ତ କଲା ନେଦରଲ୍ୟାଣ୍ଡ

ଅଧିକ ପଢ଼ନ୍ତୁ:-ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଏହି ବଲିଉଡ ଅଭିନେତ୍ରୀ, ଚାଲିଲେ ରାହୁଲ ଗାନ୍ଧୀଙ୍କ ସହ

ଅଧିକ ପଢ଼ନ୍ତୁ:-୭ ଗୁଣା ବୟସ କମ୍ କରିବାର ଉପାୟ କହିଲେ ଉର୍ଫି ଜାଭେଦ୍! କେବଳ କପଲଙ୍କୁ ବେଡରୁମରେ କରିବାକୁ ପଡ଼ିବ ଏହି କାମ

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ ୨୦୨୨ରେ ଏବେ ସୁପର-12 ରାଉଣ୍ଡର ମ୍ୟାଚ୍ ଚାଲିଛି । ଏହି ପର୍ଯ୍ୟାୟରେ ପାକିସ୍ତାନ ଦଳ ଲଗାତର ୨ଟି ମ୍ୟାଚ୍ ହାରିଛି । ଯାହା ପରେ ଦଳକୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ପାକିସ୍ତାନକୁ ଜିମ୍ବାୱେ ବିପକ୍ଷ ମ୍ୟାଚରେ ୧ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହା ପରେ ପାକିସ୍ତାନ ଦଳକୁ ଆହୁରି ଅଧିକ ଚାରିଆଡୁ ସମାଲୋଚନା କରାଯାଉଛି । ପାକିସ୍ତାନ ପ୍ରଥମ ମ୍ୟାଚରେ ୪ ୱିକେଟରେ ଭାରତ ଠାରୁ ପରାଜିତ ହୋଇଥିଲା ।