T20 World Cup 2022: ଥମିବାର ନା ନେଉନି ଖେଳାଳିଙ୍କ ଆହତ ହେବା ଘଟଣା, ବର୍ତ୍ତମାନ ଏହି ଘାତକ କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର
Advertisement

T20 World Cup 2022: ଥମିବାର ନା ନେଉନି ଖେଳାଳିଙ୍କ ଆହତ ହେବା ଘଟଣା, ବର୍ତ୍ତମାନ ଏହି ଘାତକ କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

T20 World Cup 2022: ବିଗତ ଦିନରେ ଆୟର୍ଲାଣ୍ଡ ଦଳ  (Ireland Team) କୁ ଜୋରଦାର ଝଟକା ଲାଗିଥିଲା । ଏହି ଟିମର ଜଣେ ଷ୍ଟାର୍ ଖେଳାଳି ଆହତ ହୋଇଛନ୍ତି । କ୍ରେଗ୍ ୟଙ୍ଗ୍ (Craig Young) ଆହତ କାରଣରୁ ତାଙ୍କୁ ଟି-20 ବିଶ୍ୱକପରୁ ବାଦ୍ ଦିଆଯାଇଛି । ସେ ଚିକିତ୍ସା ପାଇଁ ଆୟର୍ଲାଣ୍ଡକୁ ଫେରିବେ । ଆହତ କ୍ରେଗ ୟଙ୍ଗଙ୍କ ସ୍ଥାନରେ ୩୧ ବର୍ଷୀୟ ଗ୍ରାହମ ହୁମ (Graham Hume) ଙ୍କୁ ସ୍ଥାନ ମିଳିଛି ।

T20 World Cup 2022: ଥମିବାର ନା ନେଉନି ଖେଳାଳିଙ୍କ ଆହତ ହେବା ଘଟଣା, ବର୍ତ୍ତମାନ ଏହି ଘାତକ କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

ନୂଆଦିଲ୍ଲୀ: Dilshan Madushanka, T20 World Cup 2022: ଟି-20 ବିଶ୍ୱକପ ୨୦୨୨ର ବିଗୁଲ ବାଜି ସାରିଛି । ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ନାମିବିଆ ଶ୍ରୀଲଙ୍କା ଟିମକୁ ୫୫ ରନରେ ପରାସ୍ତ କରିଛି । ଏହା ଶ୍ରୀଲଙ୍କା ପାଇଁ ଯୋଗ୍ୟତା ପର୍ଯ୍ୟାୟ ରାସ୍ତାକୁ କଷ୍ଟକର କରିଦେଇଛି । ସେପଟେ ବର୍ତ୍ତମାନ ଶ୍ରୀଲଙ୍କାର ଦିଲଶନ ମଧୁଶଙ୍କା (Dilshan Madushanka) ଆହତ କାରଣରୁ ଟି-20 ବିଶ୍ୱକପରୁ ବାଦ ପଡିଛନ୍ତି । ଏହି କାରଣରୁ ଦଳର ସମସ୍ୟା ଆହୁରି ବଢ଼ି ଯାଇଛି । ଦିଲଶାନଙ୍କ ସ୍ଥାନରେ ଜଣେ ଷ୍ଟାର ଖେଳାଳି ଦଳରେ ସୁଯୋଗ ପାଇଛନ୍ତି । ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଶ୍ରୀଲଙ୍କା ଦଳ (Sri Lanka Team) ର ଆରମ୍ଭ ଆଦୌ ଭଲ ହୋଇ ନଥିଲା । ଟି-20 ବିଶ୍ୱକପ ପାଇଁ ଦଳ ଆହତ ଦିଲଶାନ ମଧୁଶଙ୍କା (Dilshan Madushanka) ଙ୍କ ସ୍ଥାନରେ ବିନୁରା ଫର୍ନାଣ୍ଡୋ  (Binura Fernando) ଙ୍କୁ ସାମିଲ କରିଛି । 

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଏକ ବୟାନରେ କହିଛି ଯେ, "ଆଇସିସି ପୁରୁଷ ଟି-20 ବିଶ୍ୱକପ୍‌ର ପ୍ରତିଯୋଗିତା ବୈଷୟିକ କମିଟି ଆହତ ଦ୍ରୁତ ବୋଲର ମଧୁଶଙ୍କାଙ୍କ ସ୍ଥାନରେ ଶ୍ରୀଲଙ୍କା ଦଳରେ ଫର୍ନାଣ୍ଡୋଙ୍କୁ ସାମିଲ କରିବାକୁ ଅନୁମୋଦନ କରିଛି ।" ଦିଲଶାନ ମଧୁସଙ୍କାଙ୍କୁ ଏକ ମାଂସପେଶୀ ଚାପ ସମସ୍ୟା ଆସିଯାଇଥିଲା, ଯେଉଁଥିପାଇଁ ତାଙ୍କୁ ଦଳରୁ ବାହାରକୁ ଯିବାକୁ ପଡ଼ିଲା । ତାଙ୍କ ସ୍ଥାନରେ ଶ୍ରୀଲଙ୍କା ଦଳରେ ବିନୁରା ଫର୍ନାଣ୍ଡୋଙ୍କୁ ସାମିଲ କରାଯାଇଛି, ଯିଏ ଏପର୍ଯ୍ୟନ୍ତ ୯ ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି । ଯେଉଁଥିରେ ସେ ୧୦ ୱିକେଟ୍ ନେଇଛନ୍ତି । 

ଫର୍ନାଣ୍ଡୋ ଶ୍ରୀଲଙ୍କାରୁ ଯାତ୍ରା କରି ଅଷ୍ଟ୍ରେଲିଆରେ ପହଞ୍ଚି ଦଳରେ ଯୋଗଦେବେ । କୌଣସି ଖେଳାଳିଙ୍କ ସ୍ଥାନରେ ଅନ୍ୟ ଖେଳାଳୀଙ୍କୁ ସାମିଲ କରାଇବାକୁ ହେଲେ ପ୍ରତିଯୋଗିତାର ବୈଷୟିକ କମିଟିର ଅନୁମୋଦନ ଆବଶ୍ୟକ ହୋଇଥାଏ । ଏଠାରେ କହି ରଖୁଛୁ ଯେ, ଏସିଆ କପ୍ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କା ଟାଇଟଲ୍ ଜିତିଥିଲା । ଏସିଆ କପରେ ଶ୍ରୀଲଙ୍କା ଭାରତ ଓ ପାକିସ୍ତାନ ଭଳି ବଡ଼ ଦଳକୁ ପରାସ୍ତ କରିଥିଲା । କିନ୍ତୁ ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ନାମିବିଆ ଭଳି ଏକ ଛୋଟ ଦଳଠାରୁ ମଧ୍ୟ ୫୫ ରନରେ ହାରିବାକୁ ପଡ଼ିଛି । ଆଗାମୀ ରାସ୍ତା ଶ୍ରୀଲଙ୍କା ଦଳ ପାଇଁ ବହୁତ କଷ୍ଟସାଧ୍ୟ ହୋଇପଡିଛି । ନାମିବିଆ ବିପକ୍ଷରେ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଦମଦାର୍ ପ୍ରଦର୍ଶନ କରିପାରିନଥିଲେ । ଏହି କାରଣରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ଅଧିକ ପଢ଼ନ୍ତୁ:-ପାଇଲଟଙ୍କ ଉପରେ ନାହିଁ ଭରସା, ଗେହଲୋତ ବି ଭାଙ୍ଗିଲେ ଆଶା; RAJ ଉପରେ କଂଗ୍ରେସର ଫୋକସ୍

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ଶକ୍ତି ହିଁ ଦଳ ପାଇଁ ପାଲଟିଲା ଦୁର୍ବଳତା, ୱାର୍ମ ଅପ୍ ମ୍ୟାଚରେ ପୁଣି ହେଲେ ଫ୍ଲପ୍

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କ ପାଇଁ ଟି-20 ବିଶ୍ୱକପ ୨୦୨୨ ହେଉଛି ଶେଷ ୱାର୍ଲ୍ଡ କପ୍? ପିଲାଦିନର କୋଚ୍ ଦେଲେ ବଡ଼ ଅପଡେଟ୍

 

ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତୀୟ ଷ୍ଟାର କ୍ରିକେଟର ଜସପ୍ରୀତ ବୁମ୍ରା  (Jasprit Bumrah) ଆହତ ଟି-20 ବିଶ୍ୱକପରୁ ବାହାର ହୋଇଛନ୍ତି ।  ଆହତ କାରଣରୁ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି (Shaheen Afridi) ମଧ୍ୟ ଟି-20 ବିଶ୍ୱକପ ୨୦୨୨ରୁ (T20 World Cup 2022) ଆଉଟ୍ ହୋଇଛନ୍ତି । ଏଥି ସହିତ  ଇଂଲଣ୍ଡର ଜୋଫ୍ରା ଆର୍ଚର (Jofra Archer) ଓ ଜନି ବେୟାରଷ୍ଟୋ (Jonny Bairstow) ଓ ଦକ୍ଷିଣ ଆଫ୍ରିକାର ଡୱେନ ପ୍ରିଟୋରିୟସ (Dwayne Pretorius) ମଧ୍ୟ ଆହତ କାରଣରୁ ଟି -20 ବିଶ୍ୱକପରେ ଖେଳି ପାରିବେ ନାହିଁ । ସେହିପରି ବିଗତ ଦିନରେ ଆୟର୍ଲାଣ୍ଡ ଦଳ  (Ireland Team) କୁ ଜୋରଦାର ଝଟକା ଲାଗିଥିଲା । ଏହି ଟିମର ଜଣେ ଷ୍ଟାର୍ ଖେଳାଳି ଆହତ ହୋଇଛନ୍ତି । କ୍ରେଗ୍ ୟଙ୍ଗ୍ (Craig Young) ଆହତ କାରଣରୁ ତାଙ୍କୁ ଟି-20 ବିଶ୍ୱକପରୁ ବାଦ୍ ଦିଆଯାଇଛି । ସେ ଚିକିତ୍ସା ପାଇଁ ଆୟର୍ଲାଣ୍ଡକୁ ଫେରିବେ । ଆହତ କ୍ରେଗ ୟଙ୍ଗଙ୍କ ସ୍ଥାନରେ ୩୧ ବର୍ଷୀୟ ଗ୍ରାହମ ହୁମ (Graham Hume) ଙ୍କୁ ସ୍ଥାନ ମିଳିଛି ।