T20 World Cup 2022: ସଚିନ ତେନ୍ଦୁଲକରଙ୍କ ବଡ଼ ଦାବି, ଟି-20 ବିଶ୍ୱକପରେ ଜସପ୍ରୀତ ବୁମ୍ରାଙ୍କ କମି ଅନୁଭବ ହେବାକୁ ଦେବେନି ଏହି ଖେଳାଳି
Advertisement
Article Detail0/zeeodisha/odisha1399973

T20 World Cup 2022: ସଚିନ ତେନ୍ଦୁଲକରଙ୍କ ବଡ଼ ଦାବି, ଟି-20 ବିଶ୍ୱକପରେ ଜସପ୍ରୀତ ବୁମ୍ରାଙ୍କ କମି ଅନୁଭବ ହେବାକୁ ଦେବେନି ଏହି ଖେଳାଳି

T20 World Cup 2022: ଆହତ କାରଣରୁ ଭାରତର ଷ୍ଟାର୍ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଟି-20 ବିଶ୍ୱକପରୁ ବାଦ୍ ପଡିଛନ୍ତି । ବର୍ତ୍ତମାନ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର (Sachin Tendulkar) ଦାବି କରିଛନ୍ତି ଯେ, ଟିମ୍ ଇଣ୍ଡିଆର ଜଣେ ଷ୍ଟାର ବୋଲରଙ୍କ ଦ୍ୱାରା ବୁମରାଙ୍କ ଅନୁପସ୍ଥିତିର ଅଭାବ ପୂରଣ ହୋଇପାରିବ । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ... 

T20 World Cup 2022: ସଚିନ ତେନ୍ଦୁଲକରଙ୍କ ବଡ଼ ଦାବି, ଟି-20 ବିଶ୍ୱକପରେ ଜସପ୍ରୀତ ବୁମ୍ରାଙ୍କ କମି ଅନୁଭବ ହେବାକୁ ଦେବେନି ଏହି ଖେଳାଳି

ନୂଆଦିଲ୍ଲୀ: T20 World Cup 2022: ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ ୨୦୨୨ ଆରମ୍ଭ ହୋଇସାରିଛି । ଦର୍ଶକମାନେ ପ୍ରତିଦିନ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ପାଉଛନ୍ତି । ଅକ୍ଟୋବର ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-20 ବିଶ୍ୱକପ (T20 World Cup) ଖେଳାଯିବ । ଟିମ୍ ଇଣ୍ଡିଆ (Team India) ଏଥିପାଇଁ ପ୍ରସ୍ତୁତ ଅଛି । ଆହତ କାରଣରୁ ଭାରତର ଷ୍ଟାର୍ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଟି-20 ବିଶ୍ୱକପରୁ ବାଦ୍ ପଡିଛନ୍ତି । ବର୍ତ୍ତମାନ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର (Sachin Tendulkar) ଦାବି କରିଛନ୍ତି ଯେ, ଟିମ୍ ଇଣ୍ଡିଆର ଜଣେ ଷ୍ଟାର ବୋଲରଙ୍କ ଦ୍ୱାରା ବୁମରାଙ୍କ ଅନୁପସ୍ଥିତିର ଅଭାବ ପୂରଣ ହୋଇପାରିବ । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ... ସଚିନ ତେନ୍ଦୁଲକର ପିଟିଆଇକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ, "ବୁମରାଙ୍କ ଅନୁପସ୍ଥିତି ଏକ ବଡ଼ କ୍ଷତି । କାରଣ ଆମକୁ ନିଶ୍ଚିତ ଭାବେ ଷ୍ଟ୍ରାଇକ୍ ବୋଲର ଦରକାର । ଜଣେ ପ୍ରକୃତ ଦ୍ରୁତ ବୋଲର ଯିଏ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରାଧାନ୍ୟ ବଜାୟ ରଖି ୱିକେଟ୍ ନେଇପାରିବେ । ମହମ୍ମଦ ଶାମି (Mohammed Shami) ଏହାକୁ ପ୍ରମାଣ କରିଛନ୍ତି ଓ ସେ ଆଦର୍ଶ ପସନ୍ଦ ବୋଲି ମନେହୁଏ ।"

ସଚିନ ତେନ୍ଦୁଲକର ମନେ କରୁଛନ୍ତି ଯେ, ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତି ଟି-20 ବିଶ୍ୱକପରେ ଭାରତ ପାଇଁ ଏକ ବଡ଼ ଝଟକା କିନ୍ତୁ ମହମ୍ମଦ ଶାମି ତାଙ୍କ ଗତି ଓ ଦକ୍ଷତା ସହିତ ତାଙ୍କର ଅଭାବ ପୂରଣ କରିପାରନ୍ତି । ଏଠାରେ କହି ରଖୁଛୁ ଯେ, ମହମ୍ମଦ ଶାମି ଜୋରଦାର ଫର୍ମରେ ଚାଲୁଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ମ୍ୟାଚ୍‌ରେ ସେ ଗୋଟିଏ ଓଭରରେ ମାତ୍ର ୪ ରନ ଦେଇ ୩ଟି ୱିକେଟ୍ ହାସଲ କରିଛନ୍ତି । ଇନିଂସ ଆରମ୍ଭରେ ଘାତକ ବୋଲିଂ କରିବାରେ ଶାମି ଜଣେ ଦକ୍ଷ ଖେଳାଳି ।

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ଏନସିପି ଓ ଉଦ୍ଧବ ଶିବସେନାର ବୃହତ ବିଜୟ, ବିଜେପି-ଏକନାଥଙ୍କୁ ଲାଗିଲା ଜୋରଦାର ଝଟକା!

ଅଧିକ ପଢ଼ନ୍ତୁ:-ୱାର୍ମ ଅପ୍ ମ୍ୟାଚରୁ ହେଲା ସ୍ପଷ୍ଟ, ପୂରା ଟି-20 ବିଶ୍ୱକପରେ ବେଞ୍ଚରେ ବସିଥିବାର ନଜର ଆସିବେ ଟିମ୍ ଇଣ୍ଡିଆର ଏହି ବଡ଼ ମ୍ୟାଚ୍ ୱିନର!

ଅଧିକ ପଢ଼ନ୍ତୁ:-ଥମିବାର ନା ନେଉନି ଖେଳାଳିଙ୍କ ଆହତ ହେବା ଘଟଣା, ବର୍ତ୍ତମାନ ଏହି ଘାତକ କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଯୁବ ଅର୍ଶଦୀପ ସିଂଙ୍କ ବୋଲିଂରେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି । ସେ କହିଛନ୍ତି ଯେ, ଅର୍ଶଦୀପ ଅଧିକ ଆଶା ବଢ଼ାଇଛନ୍ତି ଓ ସେ ଜଣେ ସନ୍ତୁଳିତ ବୋଲର ବୋଲି ଜଣାପଡିଛି । ମୁଁ ତାଙ୍କ ଭିତରେ ଯାହା କିଛି ଦେଖିଲି, ମୁଁ ପ୍ରତିବଦ୍ଧ ଖେଳାଳି ଅନୁଭବ କଲି । କାରଣ ଯେତେବେଳେ ଆପଣ ଜଣେ ଖେଳାଳିଙ୍କୁ ଦେଖନ୍ତି ଆପଣ ତାଙ୍କର ମାନସିକତା ଦେଖନ୍ତି । ସେ ଆଗକୁ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ରଣନୀତି ପ୍ରତି ପ୍ରତିବଦ୍ଧ ହେବା ସେତେଟା ମହତ୍ୱପୂର୍ଣ୍ଣ ଯେତେଟା ତାହାକୁ ପ୍ରସ୍ତୁତ କରିବା । ସଚିନ ତେନ୍ଦୁଲକର ଆହୁରି କହିଛନ୍ତି ଯେ, ମୁଁ ସବୁଠାରୁ ଭଲ ଜିନିଷକୁ ପସନ୍ଦ କରେ ଯେ ଯଦି ଅର୍ଶଦୀପ ସିଂଙ୍କର ରଣନୀତି ଅଛି, ତେବେ ସେ ଏହା ପାଇଁ ପ୍ରତିବଦ୍ଧ ଅଟନ୍ତି ଓ ଏହି ଫର୍ମାଟରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ବ୍ୟାଟ୍ସମ୍ୟାନମାନେ ମୁକ୍ତ ଓ କିଛି ନୂଆ ପ୍ରକାରର ଶଟ୍‌ ଖେଳନ୍ତି । ତେଣୁ ଯଦି ଆପଣଙ୍କର କୌଣସି ରଣନୀତି ଅଛି । ତେବେ ଏହାକୁ ସଂପୂର୍ଣ୍ଣ ଅନୁସରଣ କରନ୍ତୁ ।