T20 World Cup 2022: ଟି-୨୦ ବିଶ୍ୱକପରେ ରବିନ୍ଦ୍ର ଜାଡେଜାଙ୍କ ଅଭାବ ପୂରଣ କରିପାରିବେ ଏହି ବୋଲର, ଚହଲ କହିଲେ ନାମ
Advertisement
Article Detail0/zeeodisha/odisha1389563

T20 World Cup 2022: ଟି-୨୦ ବିଶ୍ୱକପରେ ରବିନ୍ଦ୍ର ଜାଡେଜାଙ୍କ ଅଭାବ ପୂରଣ କରିପାରିବେ ଏହି ବୋଲର, ଚହଲ କହିଲେ ନାମ

T20 World Cup 2022: ଆଶା କରାଯାଉଛି ଯେ ମହମ୍ମଦ ଶାମି ୧୫ତମ ଖେଳାଳି ଭାବରେ ଅଷ୍ଟ୍ରେଲିଆ ଯିବେ । ସେ ବୁମରାଙ୍କ ସ୍ଥାନ ନେବେ । ଏହି ସମୟରେ ଏହି ମେଗା ଇଭେଣ୍ଟରେ ଜାଡେଜାଙ୍କ ଅଭାବ ପୂରଣ କରିପାରୁଥିବା ଖେଳାଳିଙ୍କ ନାମ କହିଛନ୍ତି ଯୁଜଭେନ୍ଦ୍ର ଚହଲ...

T20 World Cup 2022: ଟି-୨୦ ବିଶ୍ୱକପରେ ରବିନ୍ଦ୍ର ଜାଡେଜାଙ୍କ ଅଭାବ ପୂରଣ କରିପାରିବେ ଏହି ବୋଲର, ଚହଲ କହିଲେ ନାମ

ନୂଆଦିଲ୍ଲୀ: T20 World Cup 2022: ଭାରତୀୟ ଦଳ ଟି-20 ବିଶ୍ୱକପ ପାଇଁ ୧୪ ଖେଳାଳିଙ୍କ ସହ ଅଷ୍ଟ୍ରେଲିଆରେ ପହଞ୍ଚିଛି । ଅକ୍ଟୋବର ୨୩ରେ ଭାରତକୁ ନିଜର ପ୍ରଥମ ମୁକାବିଲା ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବାକୁ ପଡ଼ିବ । ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆ ମୁଖ୍ୟ ଖେଳାଳିଙ୍କ ଆହତ ହେବା ଯୋଗୁଁ ଅସୁବିଧାରେ ପଡ଼ିଛି । ଏସିଆ କପରେ ରବିନ୍ଦ୍ର ଜାଡେଜା ଆହତ ହୋଇଥିଲେ । ସେହିପରି ଜସପ୍ରୀତ ବୁମ୍ରାଙ୍କୁ ମଧ୍ୟ ଟି-20 ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ସମୟରେ ଆହତ ହେବାକୁ ଯୋଗୁଁ ବାହାରକୁ ଯିବାକୁ ପଡିଥିଲା । 

ଏହି ତାଲିକାରେ ଅନ୍ୟ ଜଣେ ଖେଳାଳିଙ୍କ ନାମ ମଧ୍ୟ ଯୋଡ଼ି ଯାଇଛି, ସେ ହେଉଛନ୍ତି ଦୀପକ ଚହର । ଅଷ୍ଟ୍ରେଲିଆ ବିପକ୍ଷରେ ଗତ ଟି-20 ସମୟରେ ଚହର ମଧ୍ୟ ଆହତ ହୋଇଥିଲେ । ଯେଉଁଥିପାଇଁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-20 ଖେଳି ପାରିନଥିଲେ ଓ ଆହତ କାରଣ ଅନ୍ୟ ଦୁଇଟି ମ୍ୟାଚରୁ ବାଦ ପଡିଥିଲେ । ଚହର ଟି-20 ବିଶ୍ୱକପ ଷ୍ଟାଣ୍ଡବାଇର ଏକ ଅଂଶ |।ଯଦିଓ ସେ ବିଶ୍ୱକପରୁ ସମ୍ପୂର୍ଣ୍ଣ ବାହାରେ ନାହାଁନ୍ତି କାରଣ ବିସିସିଆଇ ଏହା ଉପରେ କୌଣସି ଆଧିକାରୀକ ବୟାନ ଦେଇନାହିଁ ।

ଜାଡେଜା ଓ ବୁମରାଙ୍କ ପରି ଦୁଇ ମୁଖ୍ୟ ଖେଳାଳି ଆହତ ହେବା ପରେ ଭାରତ ବିଶ୍ୱକପ ପୂର୍ବରୁ ସେମାନଙ୍କ ସ୍ଥାନ ପୂରଣ ପାଇଁ ଖେଳାଳି ଖୋଜିବା ଜାରି ରଖିଛି । ଆଶା କରାଯାଉଛି ଯେ ମହମ୍ମଦ ଶାମି ୧୫ତମ ଖେଳାଳି ଭାବରେ ଅଷ୍ଟ୍ରେଲିଆ ଯିବେ । ସେ ବୁମରାଙ୍କ ସ୍ଥାନ ନେବେ । ଏହି ସମୟରେ ଏହି ମେଗା ଇଭେଣ୍ଟରେ ଜାଡେଜାଙ୍କ ଅଭାବ ପୂରଣ କରିପାରୁଥିବା ଖେଳାଳିଙ୍କ ନାମ କହିଛନ୍ତି ଯୁଜଭେନ୍ଦ୍ର ଚହଲ । ଚହଲ କହିଛନ୍ତି ଯେ ରବିନ୍ଦ୍ର ଜାଡେଜା ଜଣେ ବିଶ୍ୱ ସ୍ତରୀୟ ବୋଲର ତଥା ଜଣେ ମହାନ ବ୍ୟାଟ୍ସମ୍ୟାନ୍ । ତାଙ୍କ ସ୍ଥାନ ନେବା କଷ୍ଟକର, କିନ୍ତୁ ଅକ୍ସର ପଟେଲ ତାଙ୍କ ସ୍ଥାନ ପୂରଣ କରିପାରିବେ । ଅକ୍ଷର ଟି-20 ବିଶ୍ୱକପରେ ଭାରତୀୟ ଦଳର ଏକ ଅଂଶ ଓ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସେ ନିଜ ଖେଳାଳ ଦ୍ୱାରା ପ୍ରଭାବିତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପ୍ରବଳ ବର୍ଷାରେ ବି ଚାଲୁଛନ୍ତି ରାହୁଲ ଗାନ୍ଧୀ, ଡିକେ ଶିବକୁମାରଙ୍କ ସହ ଦୌଡ଼ିଲେ କଂଗ୍ରେସ ନେତା

ଏକ ହିନ୍ଦୀ ଖବର କାଗଜ ସହ ସାକ୍ଷାତକାର ଦେବା ସମୟରେ ଯୁଜଭେନ୍ଦ୍ର ଚହଲ କହିଛନ୍ତି ଯେ, ରବିନ୍ଦ୍ର ଜାଡେଜା ଜଣେ ବିଶ୍ୱ ସ୍ତରୀୟ ବୋଲର ଓ ବର୍ତ୍ତମାନ ସେ ମଧ୍ୟ ଭଲ ବ୍ୟାଟିଂ କରୁଥିଲେ । ଆହତ ହେବା ଚାଲିଥାଏ । କିନ୍ତୁ ଅକ୍ସର ପଟେଲ ଯେପରି ବୋଲିଂ କରୁଛନ୍ତି, ସେଥିରୁ ଏକ ବିକଳ୍ପ ମିଳିଛି । ରିବନ୍ଦ୍ର ଜାଡେଜାଙ୍କ ସ୍ଥାନ ଅନ୍ୟ କେହି ନେଇ ପାରିବେ ନାହିଁ, କିନ୍ତୁ ଅକ୍ସର ଦେଖାଇଛନ୍ତି ଯେ ସେ କରିପାରିବେ ।