India vs Ireland T20 Series: ଦ୍ୱିତୀୟ ମ୍ୟାଚ ଜିତି ଟି୨୦ ସିରିଜ ହାତେଇଲା ଟିମ ଇଣ୍ଡିଆ
Advertisement
Article Detail0/zeeodisha/odisha1833601

India vs Ireland T20 Series: ଦ୍ୱିତୀୟ ମ୍ୟାଚ ଜିତି ଟି୨୦ ସିରିଜ ହାତେଇଲା ଟିମ ଇଣ୍ଡିଆ

India vs Ireland 2nd T20 Match Result: ଦ୍ୱିତୀୟ ଟି-୨୦ ମୁକବିଲାରେ ଘରୋଇ ଆୟର୍ଲାଣ୍ଡ ଦଳକୁ ପରାସ୍ତ କରିବା ସିରିଜ ହାତେଇଛି ଟିମ ଇଣ୍ଡିଆ।

India vs Ireland T20 Series: ଦ୍ୱିତୀୟ ମ୍ୟାଚ ଜିତି ଟି୨୦ ସିରିଜ ହାତେଇଲା ଟିମ ଇଣ୍ଡିଆ

India vs Ireland 2nd T20 Highlights: ଅଗଷ୍ଟ ୧୯ ତାରିଖ ରବିବାର ରାଜଧାନୀ ଡବଲିନ୍ ଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମୁକବିଲାରେ ଘରୋଇ ଆୟର୍ଲାଣ୍ଡ ଦଳକୁ ୩୩ ରନ୍ ବ୍ୟବଧାନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଦ୍ୱିତୀୟ ଟି୨୦ ମ୍ୟାଚ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ବିପକ୍ଷ ସିରିଜ ହାତେଇ ନେଇଛି। ପେସର ଜସପ୍ରୀତ ବୁମରାଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ଦ୍ୱିତୀୟ ଟି-୨୦ ମୁକବିଲାରେ ଆୟର୍ଲାଣ୍ଡ ଲାଣ୍ଡ ସାମ୍ନାରେ ୧୮୬ ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ହେଲେ ଏହାର ଜବାବ ଘରୋଇ ଦଳ ୮ ୱିକେଟ୍ ହରାଇ ୧୫୨ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା।

ମାଲାହାଇଡ ଠାରେ ଆୟୋଜିତ ହୋଇଥିବା ଦ୍ୱିତୀୟ ଟି୨୦ ମୁକାବିଲାରେ (India vs Ireland 2nd T20 Match) ଆୟର୍ଲାଣ୍ଡ ଅଧିନାୟକ ପଲ୍ ଷ୍ଟିର୍ଲିଂ (Ireland captain Paul Stirling) ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ଲାଗି ଭାରତୀୟ ଦଳକୁ (Team India) ଆମନ୍ତ୍ରଣ କରିଥିଲେ। ଧାର୍ଯ୍ୟ ୨୦ ଓଭରରେ ୫ ୱିକେଟ୍ ହରାଇ ଭାରତୀୟ ଦଳ ୧୮୫ ରନ୍ ସ୍କୋର କରିଥିଲା। ଓପନର୍ ଋତୁରାଜ ଗାଇକୱାଡ (Ruturaj Gaikwad) ଦଳ ପକ୍ଷରୁ ସର୍ବାଧିକ ୫୮ ରନ ସ୍କୋର କରିଥିଲେ। ଋତୁରାଜ ୪୩ ବଲ ଖେଳି ୬ ଚୌକା ଏବଂ ୧ ଛକା ମାରିଥିଲେ। ୱିକେଟ୍ କିପର ସଞ୍ଜୁ ସାମସନ୍ (Sanju Samson) ୨୬ ବଲ ଖେଳି ୫ ଚୌକା ଏବଂ ୧ ଛକା ସହାୟତାରେ ୪୦ ରନ୍ ସ୍କୋର କରିଥିଲେ। ସେହି ରିଙ୍କୁ ସିଂହ (Rinku Singh) ୨୧ ବଲ ଖେଳି ୨ ଚୌକା ଏବଂ ୩ ଛକା ସହାୟତାରେ ୩୮ ରନ୍ ସଂଗ୍ରହ କରିଥିଲେ। ୨୨ ରନ୍ ସ୍କୋର କରିବା ପରେ ଶିବମ୍ ଦୁବେ (Shivam Dube) ଅପରାଜିତ ଫେରିଥିଲେ। ଯିଏ ୧୬ ବଲ ଖେଳି ୨ ଛକା ମାରିଥିଲେ। ଆୟର୍ଲାଣ୍ଡ ପକ୍ଷରୁ ବାରି ମ୍ୟାକ୍ୟାର୍ଥି (Barry Mccarthy) ୩୬ ରନ୍ ବ୍ୟୟ କରି ୨ ୱିକେଟ ନେଇଥିଲେ। ଅନ୍ୟପଟେ ମାର୍କ ଏଡ଼ାୟର (Mark Adair), କ୍ରେଗ ୟଙ୍ଗ (Craig Young) ଏବଂ ବେଞ୍ଜାମିନ୍ ହ୍ୱାଇଟ (Benjamin White) ଗୋଟିଏ ଗୋଟିଏ ୱିକେଟ୍ ନେଇଥିଲେ।

ଭାରତୀୟ ଦଳ ପକ୍ଷରୁ ଦିଆଯାଇଥିବା ୧୮୬ ରନ୍‌ ବିଜୟ ଲକ୍ଷ୍ୟ ପିଛା କରୁଥିବା ଆୟର୍ଲାଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବାରେ ଲାଗିଥିଲା। ପ୍ରସିଦ୍ଧ ପେସର କୃଷ୍ଣାଙ୍କୁ (Prasidh Krishna) ପାଳିର ତୃତୀୟ ଓଭର ସମୟରେ ବୋଲିଂ କରିବାକୁ ଦେଇଥିଲେ ଅଧିନାୟକ ବୁମ୍ରା (Jasprit Bumrah)। ତୃତୀୟ ଓଭର ବୋଲି କରିଂ ଦୁଇଟି ୱିକେଟ୍ ନେଇଥିଲେ କୃଷ୍ଣା। ଏହି ଓଭରର ତୃତୀୟ ବଲରେ ପଲ୍ ଷ୍ଟିରଲିଂ (୦) ଏବଂ ଶେଷ ବଲରେ ଲୋର୍କନ୍ ଟକର୍ (Lorcan Tucker) ଙ୍କୁ ଶିକାର କରିଥିଲେ କୃଷ୍ଣା। ସ୍ପିନର ରବି ବିଷ୍ଣୋୟା (Ravi Bishnoi) ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ। କ୍ୟାପଟେନ ଜସପ୍ରୀତ ବୁମରା ମଧ୍ୟ ଦୁଇଟି ୱିକେଟ୍ ଦଖଲ କରିଥିଲେ। ପେସର୍ ଅର୍ଶଦୀପ ସିଂହ (Arshdeep Singh) ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ।

ଆୟର୍ଲାଣ୍ଡ ଟିମ ଓପନର୍ ଆଣ୍ଡ୍ରିୟୁ ବାଲବର୍ନି (Andrew Balbirnie) ଦ୍ୱିତୀୟ ଟି୨୦ ମୁକାବିଲାରେ ସର୍ବାଧିକ ୭୨ ରନ୍ ସଂଗ୍ରହ କରିଥିଲେ। ସେ ୫୧ ବଲ ଖେଳି ୫ ଚୌକା ଏବଂ ୪ ଛକା ମାରିଥିଲେ। ମାର୍କ ଏଡାୟର (Mark Adair) ୨୩ ରନ୍ ଯୋଡିଥିଲେ। କାର୍ଟିସ୍ କ୍ୟାମ୍ପର୍ (Curtis Campher) ୧୭ ବଲ ଖେଳି ଗୋଟିଏ ଛକା ସହାୟତାରେ ୧୮ ରନ୍ ସଂଗ୍ରହ କରିଥିଲେ। ଜର୍ଜ ଡକରେଲ୍ (George Dockrell) ୧୩ ରନ୍ ସ୍କୋର କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ।