Umesh Yadav Father Death: ଟେଷ୍ଟ ସିରିଜ ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବାପାଙ୍କ ଦେହାନ୍ତ, ଫଟୋ ସେୟାର କରି ହେଲେ ଭାବୁକ
Advertisement
Article Detail0/zeeodisha/odisha1583525

Umesh Yadav Father Death: ଟେଷ୍ଟ ସିରିଜ ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବାପାଙ୍କ ଦେହାନ୍ତ, ଫଟୋ ସେୟାର କରି ହେଲେ ଭାବୁକ

Umesh Yadav Father Death: ଦ୍ରୁତ ବୋଲର ଉମେଶ ଯାଦବ ମଧ୍ୟ ଭାରତୀୟ ଦଳର ଏକ ଅଂଶ । କିନ୍ତୁ ତାଙ୍କୁ ପ୍ରଥମ ଦୁଇଟି ମ୍ୟାଚରେ ଖେଳିବାର ସୁଯୋଗ ମିଳି ନଥିଲା । ବର୍ତ୍ତମାନ ଉମେଶ ଯାଦବଙ୍କ ସହ ଜଡିତ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଉମେଶ ଯାଦବଙ୍କ ବାପା ତିଲକ ଯାଦବଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି । 

Umesh Yadav Father Death: ଟେଷ୍ଟ ସିରିଜ ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବାପାଙ୍କ ଦେହାନ୍ତ, ଫଟୋ ସେୟାର କରି ହେଲେ ଭାବୁକ

Umesh Yadav Father Death: ଭାରତୀୟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ରେ ବ୍ୟସ୍ତ ଅଛି । ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଇନିଂସ ଓ ୧୩୨ ରନରେ କଙ୍ଗାରୁ ଦଳକୁ ପରାସ୍ତ କରିଥିଲା । ଏଥି ସହ ଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୬ ୱିକେଟରେ ଜିତିଥିଲା । ଦ୍ରୁତ ବୋଲର (Indian Fast Bowler) ଉମେଶ ଯାଦବ (Umesh Yadav) ମଧ୍ୟ ଭାରତୀୟ ଦଳର ଏକ ଅଂଶ । କିନ୍ତୁ ତାଙ୍କୁ ପ୍ରଥମ ଦୁଇଟି ମ୍ୟାଚରେ ଖେଳିବାର ସୁଯୋଗ ମିଳି ନଥିଲା । ବର୍ତ୍ତମାନ ଉମେଶ ଯାଦବଙ୍କ ସହ ଜଡିତ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଉମେଶ ଯାଦବଙ୍କ ବାପା (Umesh Yadav Father Death) ତିଲକ ଯାଦବ (Tikal Yadav) ଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି । 

ଏଠାରେ କହି ରଖୁଛୁ ଯେ, ତିଲକ ଯାଦବ (Tikal Yadav) ଗତ କିଛି ମାସ ଧରି ଅସୁସ୍ଥ ଥିଲେ । ଏହି କାରଣରୁ ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ଯେତେବେଳେ ଅବସ୍ଥା ସୁଧୁରି ନଥିଲା, ତାଙ୍କୁ ଘରକୁ ଅଣାଯାଇଥିଲା, ଯେଉଁଠାରେ ବୁଧବାର ସନ୍ଧ୍ୟାରେ ତାଙ୍କର ନିଧନ ହୋଇଛି । ତିଲକ ଯାଦବ (Tikal Yadav) ଯୁବାବସ୍ଥାରେ ଜଣେ ପ୍ରସିଦ୍ଧ କୁସ୍ତି ଖେଳାଳି ଥିଲେ । ତିଲକ ଯାଦବ ଉତ୍ତର ପ୍ରଦେଶର ପଡରୌନା ଜିଲ୍ଲାର ପୋକରଭିଣ୍ଡା ଗାଁର ବାସିନ୍ଦା ଥିଲେ । ୱେଷ୍ଟର୍ଣ୍ଣ କୋଲ୍ ଫିଲ୍ଡରେ ଚାକିରି ଯୋଗୁଁ ସେ ନିଜ ପରିବାର ସହିତ ନାଗପୁର ଜିଲ୍ଲାର ଖାପରଖଡାଠାରେ ଅବସ୍ଥିତ ଭାଲ୍ନି ଖଣିରେ ରହୁଥିଲେ। ତିଲକ ଯାଦବ ତାଙ୍କ ପଛରେ ଏକ ବଡ ପରିବାର ଛାଡ଼ି ଯାଇଛନ୍ତି । ତିଲକ ଯାଦବଙ୍କର ତିନି ପୁଅ କମଲେଶ, କ୍ରିକେଟର ଉମେଶ, ରମେଶ ଏବଂ ଗୋଟିଏ ଝିଅ ଅଛନ୍ତି । ନାଗପୁର ଜିଲ୍ଲାର କୋଲାର ନଦୀ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

 
 
 
 

 
 
 
 
 
 
 
 
 
 
 

A post shared by Umesh Yaadav (@umeshyaadav)

ଉମେଶ ଯାଦବ ନିଜ ବାପାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋରେ ସେ ନିଜ ବାପାଙ୍କ ସହ ନଜର ଆସିଛନ୍ତି । ଫଟୋ ସେୟାର କରି ଉମେଶ ଯାଦବ ଲେଖିଛନ୍ତି ଯେ, "ପାପା, ମୋ କାନ୍ଧରେ ଆପଣଙ୍କର ମାର୍ଗଦର୍ଶକ ସର୍ବଦା ମୋ ପାଖରେ ରହିବ । ଭଗବାନ ଶିବ ଆପଣଙ୍କର ଆତ୍ମାକୁ ଅନନ୍ତ ଶାନ୍ତି ପ୍ରଦାନ କରନ୍ତୁ ।" ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଉମେଶ ଯାଦବ ଟିମ୍ ଇଣ୍ଡିଆର ଏକ ଅଂଶ > କିନ୍ତୁ ସେ ଏପର୍ଯ୍ୟନ୍ତ ଏହି ସିରିଜରେ ଖେଳିବାର ସୁଯୋଗ ପାଇନାହାଁନ୍ତି ।

ଏହା ବି ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଦଳ, ଏହି ଖତରନାକ୍ ବୋଲରଙ୍କୁ କରାଗଲା ଅଧିନାୟକ

ଏହା ବି ପଢ଼ନ୍ତୁ:-IPL ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ମିଳିଲା ନୂଆ ଅଧିନାୟକ, ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନ୍ ନେବେ ଦଳର ନେତୃତ୍ୱ

ଏହା ବି ପଢ଼ନ୍ତୁ:-ବର୍ତ୍ତମାନ ମିଳିବ ଅଧିକ ପେନସନ; ଶୀଘ୍ର କରନ୍ତୁ ଆବେଦନ, ଆପଣଙ୍କ ପାଖରେ ଅଛି କେବଳ ୯ ଦିନର ସୁଯୋଗ

ସୂଚନାଯୋଗ୍ୟ, ୩୫ ବର୍ଷାୟ ଉମେଶ ଯାଦବ (Umesh Yadav) ଭାରତୀୟ ଟେଷ୍ଟ ଦଳର ନିୟମିତ ଅଂଶ ହୋଇଛନ୍ତି । କିନ୍ତୁ ସାମ୍ପ୍ରତିକ ସମୟରେ ତାଙ୍କୁ ଅନେକ ସୁଯୋଗ ମିଳିନଥିଲା । ଉମେଶ ଯାଦବ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ୫୪ଟି ଟେଷ୍ଟ, ୭୫ଟି ODI ଏବଂ ୭ଟି ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ଉମେଶ ୩୦.୨୦ ଏଭେରେଜରେ ୧୬୫ ୱିକେଟ୍ ନେଇଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୮୮ ରନ୍ ଦେଇ ୬ଟି ୱିକେଟ୍ ହାସଲ କରିବା । ଏହା ବ୍ୟତୀତ ଉମେଶ ଯାଦବ ODIରେ ୧୦୬ ୱିକେଟ୍ ଓ ଟି-20 ଇଣ୍ଟରନ୍ୟାସନାଲରେ ୯ଟି ୱିକେଟ୍ ନେଇଛନ୍ତି । ଗତ ବର୍ଷ ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଉମେଶ ଯାଦବ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ ।