Virat Kohli News: 'ବିରାଟ କୋହଲିଙ୍କୁ ଗିରଫ କର', ଜଣେ ବ୍ୟକ୍ତିଙ୍କ ହତ୍ୟା ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଗିରଫ କରିବାକୁ ଦାବି
Advertisement
Article Detail0/zeeodisha/odisha1396552

Virat Kohli News: 'ବିରାଟ କୋହଲିଙ୍କୁ ଗିରଫ କର', ଜଣେ ବ୍ୟକ୍ତିଙ୍କ ହତ୍ୟା ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଗିରଫ କରିବାକୁ ଦାବି

Virat Kohli News: ବିରାଟ କୋହଲି ତାଙ୍କ ବିସ୍ଫୋରକ ବ୍ୟାଟିଂରେ ପାରଦର୍ଶୀ ଅଟନ୍ତି । ସେ ଭାରତୀୟ ଦଳ ପାଇଁ ତିନୋଟି ଫର୍ମାଟରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି । ସେ ଟିମ୍ ଇଣ୍ଡିଆ ପାଇଁ ତିନି ନମ୍ବରରେ ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ଅଟନ୍ତି । ଯେତେବେଳେ ସେ ତାଙ୍କ ଫର୍ମରେ ଥାଆନ୍ତି, ସେ ଯେକୌଣସି ବୋଲିଂ ଆକ୍ରମଣକୁ ସାମ୍ନା କରିପାରନ୍ତି । 

Virat Kohli News: 'ବିରାଟ କୋହଲିଙ୍କୁ ଗିରଫ କର', ଜଣେ ବ୍ୟକ୍ତିଙ୍କ ହତ୍ୟା ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଗିରଫ କରିବାକୁ ଦାବି

ନୂଆଦିଲ୍ଲୀ: Virat Kohli News: ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ନିଜର ଦମଦାର୍ ବ୍ୟାଟିଂ ପାଇଁ ପ୍ରସିଦ୍ଧ । ସେ ଟିମ୍ ଇଣ୍ଡିଆ (Team India) କୁ ଅନେକ ମ୍ୟାଚ୍ ଜିତାଇଛନ୍ତି । ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ 2022 (T20 World Cup 2022) ରେ ଭାରତୀୟ ଦଳର ଅଂଶ ଅଛନ୍ତି । ଏହି ସମୟରେ ଲୋକମାନେ ବିରାଟ କୋହଲିଙ୍କୁ ଗିରଫ କରିବା ଦାବି କରି ସୋସିଆଲ ମିଡିଆରେ #ArrestKohli ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ଆସନ୍ତୁ ଜାଣିବା କ’ଣ ରହିଛି ପୂରା ମାମଲା । ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରରେ ହଠାତ୍ #ArrestKohli ଟ୍ରେଣ୍ଡ କରିବା ଆରମ୍ଭ କରିଛି ।

ପ୍ରକୃତରେ ତାମିଲନାଡୁର ଦୁଇ ବନ୍ଧୁ ପି ଭିଗ୍ନେଶ ଓ ଏସ ଧର୍ମରାଜଙ୍କ ମଧ୍ୟରେ ଏହି ବିବାଦ ଘଟିଥିଲା । ପି ଭିଗ୍ନେଶ ରୋହିତ ଶର୍ମା ଓ ମୁମ୍ବାଇ ଇଣ୍ଡିଆନ୍ସ (MI) ର ଜଣେ ପ୍ରଶଂସକ ଥିଲେ । ଅଭିଯୁକ୍ତ ଏସ୍ ଧର୍ମରାଜ ବିରାଟ କୋହଲିଙ୍କ ଜଣେ ପ୍ରଶଂସକ ଥିଲେ । ଭିଗ୍ନେଶ RCB ର ନିନ୍ଦା କରିଥିଲେ । ଏଥିରେ କ୍ରୋଧିତ ହୋଇ ବିରାଟ କୋହଲିଙ୍କ ପ୍ରଶଂସକ ଧର୍ମରାଜ ଭିଗ୍ନେଶଙ୍କ ମୁଣ୍ଡରେ ଏକ ବ୍ୟାଟ୍ ସାହାଯ୍ୟରେ ଆଘାତ କରିଥିଲା । ଯାହା ପରେ ଭିଗ୍ନେଶଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ସବୁଠାରୁ ଖତରନାକ୍ ହେବ ଏହି ଦଳ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ବହୁତ ସତର୍କ

ଅଧିକ ପଢ଼ନ୍ତୁ:-'ଯେମିତି କର୍ମ ସେମିତି ଫଳ', ବିରାଟ କୋହଲିଙ୍କୁ ନେଇ ସୌରଭ ଗାଙ୍ଗୁଲିଙ୍କ ଉପରେ ବର୍ଷିଲେ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ଋଷ ଯଦି କରେ ପରମାଣୁ ଆକ୍ରମଣ ତ ୟୁକ୍ରେନବାସୀ କରିବେ ସେକ୍ସ ପାର୍ଟି, ୧୫୦୦୦ରୁ ଉର୍ଦ୍ଧ୍ୱ ଲୋକ କରିସାରିଛନ୍ତି 'ବିନାଶରେ ଉତ୍ସବ'ର ରେଜିଷ୍ଟ୍ରେସନ୍

 

ତାମିଲନାଡୁରେ ଏହି ଘଟଣା ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି । ଏହି କାରଣରୁ ଟ୍ୱିଟରରେ ବିରାଟ କୋହଲିଙ୍କ ବିରୋଧରେ #ArrestKohli ଟ୍ରେଣ୍ଡ କରାଯାଇଛି । ଏଥି ସହିତ ପ୍ରଶଂସକମାନେ କୋହଲିଙ୍କ ଆକ୍ରାମକ ଓ ଏଗ୍ରେଶନ ଶୈଳୀକୁ ସମାଲୋଚନା କରିଛନ୍ତି । ଯେତେବେଳେ କି ତାମିଲନାଡୁରେ ଘଟିଥିବା ଘଟଣା ସହିତ ବିରାଟ କୋହଲିଙ୍କର କୌଣସି ସମ୍ପର୍କ ନାହିଁ । ସୂଚନାଯୋଗ୍ୟ, ବିରାଟ କୋହଲି ତାଙ୍କ ବିସ୍ଫୋରକ ବ୍ୟାଟିଂରେ ପାରଦର୍ଶୀ ଅଟନ୍ତି । ସେ ଭାରତୀୟ ଦଳ ପାଇଁ ତିନୋଟି ଫର୍ମାଟରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି । ସେ ଟିମ୍ ଇଣ୍ଡିଆ ପାଇଁ ତିନି ନମ୍ବରରେ ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ଅଟନ୍ତି । ଯେତେବେଳେ ସେ ତାଙ୍କ ଫର୍ମରେ ଥାଆନ୍ତି, ସେ ଯେକୌଣସି ବୋଲିଂ ଆକ୍ରମଣକୁ ସାମ୍ନା କରିପାରନ୍ତି । ବିରାଟ କୋହଲି ଭାରତ ପାଇଁ ୧୦୨ ଟେଷ୍ଟ, ୨୫୪ଟି ଏକ ଦିବସୀୟ ଏବଂ ୧୦୫ଟି ଟି-20 ମ୍ୟାଚ ଖେଳିଛନ୍ତି ।