Odisha News: ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆରମ୍ଭ ହୋଇଛି ରେଳ ପ୍ରକଳ୍ପ ପୁନଃନିର୍ମାଣ କାର୍ଯ୍ୟ
Advertisement
Article Detail0/zeeodisha/odisha2129164

Odisha News: ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆରମ୍ଭ ହୋଇଛି ରେଳ ପ୍ରକଳ୍ପ ପୁନଃନିର୍ମାଣ କାର୍ଯ୍ୟ

Odisha News: ସମୁଦାୟ ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 554 ରେଳଷ୍ଟେସନ ଏବଂ 1500 ROB / RUBs ପ୍ରକଳ୍ପ ଗୁଡିକର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପକାଇଛନ୍ତି। ଅମୃତ ଭାରତ ଯୋଜନା ଅଧୀନରେ ସମୁଦାୟ ୩୨୬୮ କୋଟିବ୍ୟୟରେ ଓଡିଶାର ୫୭ଟି ଷ୍ଟେସନର ପୁନନିର୍ମାଣ କରାଯାଉଛି।

Odisha News: ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆରମ୍ଭ ହୋଇଛି ରେଳ ପ୍ରକଳ୍ପ ପୁନଃନିର୍ମାଣ କାର୍ଯ୍ୟ

Odisha News: ସମୁଦାୟ ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 554 ରେଳଷ୍ଟେସନ ଏବଂ 1500 ROB / RUBs ପ୍ରକଳ୍ପ ଗୁଡିକର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପକାଇଛନ୍ତି। ଅମୃତ ଭାରତ ଯୋଜନା ଅଧୀନରେ ସମୁଦାୟ ୩୨୬୮ କୋଟିବ୍ୟୟରେ ଓଡିଶାର ୫୭ଟି ଷ୍ଟେସନର ପୁନନିର୍ମାଣ କରାଯାଉଛି।ପ୍ରଥମପର୍ଯ୍ୟାୟରେ, ଗତବର୍ଷ ଠାରୁ କିଛି ପ୍ରମୁଖ ଷ୍ଟେସନ ଗୁଡିକରେ କାର୍ଯ୍ୟ ଆରମ୍ଭ ହୋଇସାରିଛି।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶାରେ ୯୦୦କୋଟି ବ୍ୟୟ ଅଟକଳରେ ଆହୁରି ୨୧ ଟି ଷ୍ଟେସନର ଭିତ୍ତିପ୍ରସ୍ତର ପକାଇବାକୁ ଯାଉଛନ୍ତି, ଯେଉଁଥିରେ ତାଲଚର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ, ଝାରସୁଗୁଡାରୋଡ, ସମ୍ବଲପୁର ସହର, ଟିଟଲାଗଡ, କେସିଙ୍ଗା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ବିମଲାଗଡ, ଜାରୋଲି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟୀ, ଭଦ୍ରକ, ବେଲପାହାଡ଼, ବ୍ରଜରାଜନଗରଏବଂ ରାୟଗଡା ଷ୍ଟେସନ ଆଦି ରହିଛି।ମୋଟା ମୋଟି ଭାବେ, ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୧ ଟି ଷ୍ଟେସନ ଏବଂ ୫୨ ଟି ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡର ପାସର ବିକାଶପାଇଁ ୨,୩୨୦ କୋଟି ଟଙ୍କା ଖର୍ଚ୍ଚହେବ।

ଉତ୍ତମ ଷ୍ଟେସନ ଆକ୍ସେସିବିଲିଟି, ଫୁଟଓଭରବ୍ରିଜ, ୱେଟିଂହଲ, ଶୌଚାଳୟ ସୁବିଧା, ଲିଫ୍ଟ ଏବଂ ଏସ୍କାଲେଟର ଏବଂ ପରିଷ୍କାର ପରିଚ୍ଛନ୍ନତା, ମାଗଣା ୱାଇ-ଫାଇ, ‘ୱାନ ଷ୍ଟେସନ ୱାନ ପ୍ରଡକ୍ଟ’ ଭଳି ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ପାଇଁ କିଓସ୍କ, ଯାତ୍ରୀ ସୂଚନା ପ୍ରଣାଳୀ ଏବଂ ବ୍ୟବସାୟ ସଭା ପାଇଁ ସ୍ଥାନ, ଭିନ୍ନକ୍ଷମଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ ସମାଧାନ ଏବଂ ଫୁଡପ୍ଲାଜା, ଉଭୟ ପାର୍ଶ୍ୱରେ ଥିବା ଆଖପାଖ ସହର ଅଞ୍ଚଳ ସହିତ ଷ୍ଟେସନ ଗୁଡିକର ଏକୀକରଣ, ମଲ୍ଟିମୋଡାଲ୍ସଂ ଯୋଗୀକରଣର ପ୍ରୋତ୍ସାହନ, ଏବଂ ଦୀର୍ଘ ସମୟ ଧରି ଷ୍ଟେସନ ଗୁଡ଼ିକୁ ଜୀବନ୍ତ ସହର କେନ୍ଦ୍ରରେ ପରିଣତ କରିବା ନେଇ ଯୋଜନା କରିଛନ୍ତି ସରକାର।