Crime News: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଗୁଣ୍ଡାରାଜ, ଜଣେ ଆହତ
Advertisement

Crime News: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଗୁଣ୍ଡାରାଜ, ଜଣେ ଆହତ

Crime News: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ୩ ନିଶାସକ୍ତ ଯୁବକ ଘଟାଇଛନ୍ତି ତୁମୁଳ କାଣ୍ଡ । ଖଣ୍ଡା ଦେଖାଇ ଜଣେ ଦୋକାନୀଙ୍କୁ ଧମକାଇବା ସହ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ଦୋକାନୀଙ୍କୁ ବାକି ମାଗି ଜିନିଷ ନେବାକୁ ଚେଷ୍ଟା କରିବାରେ ବିଫଳ ହେବାରୁ ଷ୍ଟେଶନ ନିକଟରେ ଗଣ୍ଡଗୋଳ କରିଥିଲେ ନିଶସକ୍ତ ଯୁବକମାନେ । ଖଣ୍ଡାରେ ଦୋକାନୀଙ୍କୁ ଆହତ କରିଥିବା ନେଇ ଦୋକାନୀ ଟେକଚନ ପୁଞ୍ଜି ଜିଆରପି ନିକଟରେ ଅଭିଯୋଗ କରିଛନ୍ତି ।

Crime News: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଗୁଣ୍ଡାରାଜ, ଜଣେ ଆହତ

ବଲାଙ୍ଗୀର: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ୩ ନିଶାସକ୍ତ ଯୁବକ ଘଟାଇଛନ୍ତି ତୁମୁଳ କାଣ୍ଡ । ଖଣ୍ଡା ଦେଖାଇ ଜଣେ ଦୋକାନୀଙ୍କୁ ଧମକାଇବା ସହ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ଦୋକାନୀଙ୍କୁ ବାକି ମାଗି ଜିନିଷ ନେବାକୁ ଚେଷ୍ଟା କରିବାରେ ବିଫଳ ହେବାରୁ ଷ୍ଟେଶନ ନିକଟରେ ଗଣ୍ଡଗୋଳ କରିଥିଲେ ନିଶସକ୍ତ ଯୁବକମାନେ । ଖଣ୍ଡାରେ ଦୋକାନୀଙ୍କୁ ଆହତ କରିଥିବା ନେଇ ଦୋକାନୀ ଟେକଚନ ପୁଞ୍ଜି ଜିଆରପି ନିକଟରେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ଦୋକାନୀ ଟେକଚନ ପୁଞ୍ଜିଙ୍କ ଘର କଣ୍ଟାବାଞ୍ଜି ଆଶ୍ରମପଡ଼ାରେ ହୋଇଥିବା ସମୟରେ ସେ ଅନେକ ବର୍ଷ ହେବ ଷ୍ଟେସନ ନିକଟରେ ଦୋକାନ କରି ବ୍ୟବସାୟ କରୁଥିଲେ । ରବିବାର ରାତି ପ୍ରାୟ ୩ଟା ସମୟରେ ନିଶାସକ୍ତ ଯୁବକମାନେ ଟେକଚନଙ୍କ ଦୋକାନ ସାମ୍ନାରେ ପହଞ୍ଚି ଯୁକିତର୍କ ଆରମ୍ଭ କରିଥିଲେ । ଟେକଚନଙ୍କୁ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ । ପରେ ଖବର ପାଇ କଣ୍ଟାବାଞ୍ଜି ଏବଂ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୋକାନୀ ଟେକଚନ ଥାନାରେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ରେଳ ଷ୍ଟେଶନରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Also Read- Guru Gochar 2024: ୧୬ ଦିନ ପରେ ବୃହସ୍ପତି ଚଳନ, ୪ଟି ରାଶି ବ୍ୟକ୍ତିଙ୍କ ଇଚ୍ଛା ହେବ ପୂରା

Also Read- Ollywood News: ଲୋକାର୍ପିତ ହେଲା ଓଡ଼ିଆ ଚଳଚ୍ଚିତ୍ର "ନିର୍ଣ୍ଣୟ"ର ଅଡିଓ, ୨୬ ଏପ୍ରିଲରେ ଶୁଭମୁକ୍ତି