Guru Gochar 2024: ୧୬ ଦିନ ପରେ ବୃହସ୍ପତି ଚଳନ, ୪ଟି ରାଶି ବ୍ୟକ୍ତିଙ୍କ ଇଚ୍ଛା ହେବ ପୂରା
Advertisement
Article Detail0/zeeodisha/odisha2204198

Guru Gochar 2024: ୧୬ ଦିନ ପରେ ବୃହସ୍ପତି ଚଳନ, ୪ଟି ରାଶି ବ୍ୟକ୍ତିଙ୍କ ଇଚ୍ଛା ହେବ ପୂରା

Guru Gochar 2024: ଦେବଗୁରୁ ବୃହସ୍ପତି ଧନ, ଜ୍ଞାନ ଏବଂ ବିବାହ ସମ୍ପର୍କିତ ଜିନିଷ ସହ ଜଡିତ ଥାଆନ୍ତି । ପ୍ରାୟ ଏକ ବର୍ଷ ପରେ ବ୍ରହସ୍ପତି ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଚଳନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷ ଖୁବ ଉପକୃତ ହେବେ । ଏଥିସହ କିଛି ରାଶିର ବ୍ୟକ୍ତିଙ୍କୁ ନକରାତ୍ମକ ଫଳ ମଧ୍ୟ ମିଳିପାରେ । ଆଜି ଆପଣଙ୍କୁ ଜଣାଇବୁ ଦେବଗୁରୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ କେଉଁ ରାଶି ଗୁଡିକ ଉପକୃତ ହେବେ ।

Guru Gochar 2024: ୧୬ ଦିନ ପରେ ବୃହସ୍ପତି ଚଳନ, ୪ଟି ରାଶି ବ୍ୟକ୍ତିଙ୍କ ଇଚ୍ଛା ହେବ ପୂରା

Guru Gochar 2024: ଦେବତା ମାନଙ୍କର ଗୁରୁ ହେଉଛନ୍ତି ବୃହସ୍ପତି । ଜ୍ୟୋତିଷଶାସ୍ତ୍ର ହିସାବରେ ବୃହସ୍ପତିଙ୍କୁ ଜ୍ଞାନ, ଭାଗ୍ୟ, ଧନ, ସମ୍ପତ୍ତି, ବିବାହ, ସନ୍ତାନ, ଅପାରଗତା, ଧାର୍ମିକ କାର୍ଯ୍ୟ, ଦାନ ଇତ୍ୟାଦିର କାରକ ଭାବରେ ବିବେଚନା କରାଯାଇଥାଏ । ବୃହସ୍ପତି ୨୦୨୪ ମଇ ୧ ତାରିଖରେ ବୃଷ ରାଶିରେ ଚଳନ କରିବାକୁ ଯାଉଛନ୍ତି । ସୌର ପ୍ରଣାଳୀର ବୃହତ୍ତମ ଗ୍ରହ ଧନୁ ରାଶି ଏବଂ ମୀନ ରାଶିର ଆରାଧ୍ୟ ଭାବେ ବୃହସ୍ପତିଙ୍କୁ ବିବେଚନା କରାଯାଇଥାଏ । ବୃହସ୍ପତି ବୃଷ ରାଶିରେ ଚଲନ କରିବା ମାତ୍ରେ ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ଭାଗ୍ୟର ଦ୍ୱାର ଖୋଲିବ । କିଛି ବ୍ୟକ୍ତିଙ୍କ ଭାଗ୍ୟରେ ଧନର ବର୍ଷା ହେବ । କେବଳ ସେତିକି ନୁହେଁ ବିବାହିତ ଜୀବନ ମଧ୍ୟ ଖୁସିରେ କଟିବ । ପ୍ରେମ ସମ୍ପର୍କ ଦୃଢ ହେବ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନେ ଏହିସବୁ ଶୁଭଫଳ ପାଇବେ ।

ମେଷ ରାଶି
ବୃହସ୍ପତିଙ୍କର ବିଶେଷ ଆଶୀର୍ବାଦ ଆପଣଙ୍କ ଜୀବନରେ ରହିବ । କେବଳ ବ୍ୟକ୍ତିଗତ ନୁହେଁ ବୃତ୍ତିଗତ ଜୀବନରେ ମଧ୍ୟ ଆପଣ ଲାଭବାନ ହେବେ । ଜୀବନରେ ଅନେକ ପରିବର୍ତ୍ତନ ଆସିବା ସହିତ ଆପଣଙ୍କ ଇଚ୍ଛା ପୂରଣ ହେବ । ପ୍ରେମ ସମ୍ପର୍କ ଅଧିକ ମଜବୁତ ହେବ । ପରିବାରରେ ସୁଖ ସମୃଦ୍ଧି ଭରିଯିବ ।

ସିଂହ ରାଶି
ବୃହସ୍ପତିଙ୍କର ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭମୟ ସାବ୍ୟସ୍ତ ହେବ । ଉଭୟ ଚାକିରି ଏବଂ ବ୍ୟବସାୟରେ ବହୁତ ଲାଭ ହେବ । ବ୍ୟବସାୟ କାର୍ଯ୍ୟରେ ବିଦେଶ ଯିବାର ଇଚ୍ଛା ପୂରଣ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।

ବୃଷ ରାଶି
ବୃହସ୍ପତିଙ୍କ ପ୍ରଭାବରୁ ଆର୍ଥିକ ସ୍ତରରେ ଆପଣ ଲାଭବାନ ହେବେ । ନୂତନ ଯାନ କିମ୍ବା ସମ୍ପତ୍ତି କିଣିବାର ସମ୍ଭାବନା ଅଛି । ବିଦେଶ ଯିବାକୁ ଯୋଜନା କରିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ହେବ । ପୂର୍ବରୁ ଋଣଗ୍ରସ୍ତ ଥିଲେ ତାହାକୁ ପରିଶୋଧ କରିବେ । ଏହି ସମୟ ବିନିଯୋଗ ପାଇଁ ଅତ୍ୟନ୍ତ ଶୁଭ ହୋଇପାରେ ।

ଧନୁ ରାଶି
ବୃହସ୍ପତିଙ୍କ ଚଳନ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ହେବ । ନୂଆ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ସହ ରୋଗରୁ ମୁକ୍ତି ମିଳିପାରେ । କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି

Also Read- ଚଇତି ପର୍ବ ପାଇଁ ଉଠୁଛି ପଡୁଛି ଘଟଗାଁ ଦାଣ୍ଡ, ମାଆ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ