ମାଆ ଚର୍ଚ୍ଚିକାଙ୍କ ଦେହରେ ଶଙ୍ଖ ଚିହ୍ନର ଶାଢୀ, ପିନ୍ଧାଇଲା କିଏ ?
Advertisement
Article Detail0/zeeodisha/odisha2233465

ମାଆ ଚର୍ଚ୍ଚିକାଙ୍କ ଦେହରେ ଶଙ୍ଖ ଚିହ୍ନର ଶାଢୀ, ପିନ୍ଧାଇଲା କିଏ ?

କେହି ଜଣେ ବ୍ୟକ୍ତି ଶଙ୍ଖ ଚିହ୍ନ ଥିବା ଶାଢୀ ଧରି ପୂଜକଙ୍କୁ ଦେଇଥିଲେ ଆଉ କହିଥିଲେ ଯେ, ମାଆଙ୍କୁ ପିନ୍ଧାଇ ଦେବା ପାଇଁ । ପୂଜକ ଜଣକ ମଧ୍ୟ ଜାଣିନପାରି ତାହାକୁ ମାଆଙ୍କ ନିକଟରେ ଲାଗି କରିଥିଲେ । ତେବେ ଘଟଣାଟି ଅନ୍ୟ ପୂଜକଙ୍କ ନଜରରେ ଆସିବାରୁ ଏବେ ସତ ସାମ୍ନାକୁ ଆସିଛି । 

ମାଆ ଚର୍ଚ୍ଚିକାଙ୍କ ଦେହରେ ଶଙ୍ଖ ଚିହ୍ନର ଶାଢୀ, ପିନ୍ଧାଇଲା କିଏ ?

କଟକ: ବାଙ୍କିର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକା ପିନ୍ଧିଛନ୍ତି ଶଙ୍ଖ ଚିହ୍ନର ଶାଢୀ । ବିଶ୍ୱାସ ନହେଲେ ବି କଥାଟି ସତ । କେହି ଜଣେ ବ୍ୟକ୍ତି ଶଙ୍ଖ ଚିହ୍ନ ଥିବା ଶାଢୀ ଧରି ପୂଜକଙ୍କୁ ଦେଇଥିଲେ ଆଉ କହିଥିଲେ ଯେ, ମାଆଙ୍କୁ ପିନ୍ଧାଇ ଦେବା ପାଇଁ । ପୂଜକ ଜଣକ ମଧ୍ୟ ଜାଣିନପାରି ତାହାକୁ ମାଆଙ୍କ ନିକଟରେ ଲାଗି କରିଥିଲେ । ତେବେ ଘଟଣାଟି ଅନ୍ୟ ପୂଜକଙ୍କ ନଜରରେ ଆସିବାରୁ ଏବେ ସତ ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଭୋର ସମୟରେ ମାଆ ଚର୍ଚ୍ଚିକାଙ୍କ ମାଜଣା ନୀତି ସମୟରେ ମାଆଙ୍କ ଶାଢୀ ପରିବର୍ତ୍ତନ କରାଯାଇଥାଏ । ଆଜି ମାଆଙ୍କ ସ୍ନାନ ନିତୀ ଏବଂ ବସ୍ତ୍ର ପରିଧାନ କରିଥିଲେ ଜଣେ ୯୫ ବର୍ଷିୟ ବୃଦ୍ଧ ସେବାୟତ । ସେହି ସମୟରେ ଜଣେ ବ୍ୟକ୍ତି ପୂଜକଙ୍କୁ ଏହି ଶାଢୀ ପ୍ରଦାନ କରି ମାଆଙ୍କୁ ପିନ୍ଧାଇଦେବାକୁ କହିଥିଲେ । ପୂଜକ ଜଣଙ୍କ କିଛି ନଭାବି ଶାଢୀଟିକୁ ମାଆଙ୍କ ନିକଟରେ ଅର୍ପଣ କରିଥିଲେ । ତେବେ ପରେ ଅନ୍ୟ ପୂଜକମାନେ ମାଆଙ୍କ ପୂଜା କରିବାକୁ ଆସି ଦେଖିଥିଲେ ମାଆ ପରିଧାନ କରିଛନ୍ତି ରାଜନୈତିକ ଦଳୀୟ ଚିହ୍ନଥିବା ଶାଢୀ । ଜାଣିବା ପରେ ଅନ୍ୟ ପୂଜକମାନେ ଏହାର ସତ୍ୟାସତ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ତେବେ ବୃଦ୍ଧ ପୂଜକ କହିଥିଲେ ଯେ, ଜଣେ ଭକ୍ତ ଏହି ଶାଢୀଟିକୁ ମାଆଙ୍କୁ ପିନ୍ଧାଇଦେବାକୁ କହିଥିଲେ । ତେବେ ଯେହେତୁ ଶାଢୀରେ ଶଙ୍ଖ ଚିହ୍ନ ରହିଛି ତେଣୁ ଏହାକୁ ବିଜେଡି ଦଳର କେହି ନେତା କିମ୍ୱା କର୍ମୀ ମାଆଙ୍କୁ ଦାନ କରିଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

ଅନ୍ୟପଟେ ଏପରି ଘଟଣାକୁ ନେଇ ଉଭୟ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି । ଜଣେ ପୂଜକ କହିଛନ୍ତି ଯେ, ଏହା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମାଆ ଚର୍ଚ୍ଚିକାଙ୍କ ସ୍ଥାନ ଏକ ଶକ୍ତିପୀଠ ତେଣୁ ଏଠାରେ ରାଜନୈତିକ ଢଙ୍ଗରେ ମାଆଙ୍କୁ ଶାଢୀ ପରିଧାନ କରାଇବା ଏକ ଲଜ୍ୟାଜନକ ବିଷୟ । ଏପରି ହେଲେ ଅନ୍ୟ ଦଳର ନେତା କର୍ମୀ ମଧ୍ୟ ସେମାନଙ୍କର ଦଳୀୟ ଚିହ୍ନ ହିସାବରେ ଶାଢୀ ଅର୍ପଣ କରିବେ । ତେଣୁ କିଏ ଶାଢୀ ଦେଇଛନ୍ତି ସେ ସମ୍ପର୍କରେ ଖୋଳତାଡ କରିବା ଆବଶ୍ୟକ ।

ବିଜେପି ପକ୍ଷରୁ ଏହି ଘଟଣାକୁ ଅତ୍ୟନ୍ତ ନିନ୍ଦା କରାଯାଇଥିବା ଜଣାପଡିଛି । ଏହି ଘଟଣା ସମ୍ପର୍କରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଜେପି ନେତା ସନ୍ତୋଷ କୁମାର ରଣା କହିଛନ୍ତି ।

Also Read- ଅର୍ଥ ବିଭାଗକୁ ବଦଳି ହେଲେ ସୁଜାତା ଆର କାର୍ତ୍ତିକେୟନ

Also Read- Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୭ଟି ରାଶିର ଭାଗ୍ୟ ଉଜ୍ୱଳ