Lingaraj Temple: ତୁଟୁନି ସେବାୟତଙ୍କ କଳି, ଆଜି ବି ଉପାସରେ ଶ୍ରୀଲିଙ୍ଗରାଜ
Advertisement
Article Detail0/zeeodisha/odisha1930953

Lingaraj Temple: ତୁଟୁନି ସେବାୟତଙ୍କ କଳି, ଆଜି ବି ଉପାସରେ ଶ୍ରୀଲିଙ୍ଗରାଜ

Lord Lingaraj: ସେବାୟତଙ୍କ ମଧ୍ଯରେ ବିବାଦ (Dispute between Nijogs) ଯୋଗୁଁ ଆଜି ବି ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ (Lord Lingaraj)। ଗତକାଲି ପରି ଆଜି ବନ୍ଦ ରହିଛି ଶ୍ରୀଲିଙ୍ଗରାଜ ନୀତିକାନ୍ତି (Lord Lingaraj Rituals) ।

ସୌ(ସୋସିଆଲ ମିଡିଆ)

Lord Lingaraj Rituals suspended: ସେବାୟତଙ୍କ ମଧ୍ଯରେ ବିବାଦ (Dispute between Nijogs) ଯୋଗୁଁ ଆଜି ବି ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ (Lord Lingaraj)। ଗତକାଲି ପରି ଆଜି ବନ୍ଦ ରହିଛି ଶ୍ରୀଲିଙ୍ଗରାଜ ନୀତିକାନ୍ତି (Lord Lingaraj Rituals) ।

ସୂଚନା ଅନୁଯାୟୀ, ସାମନ୍ତରାପୁର ଗଙ୍ଗୁଆ ନାଳ ନିକଟରେ ପ୍ରଭୁ ଲିଙ୍ଗରାଜଙ୍କ ଦୁଇ ଏକର ଜମି ଉପରେ ବଡୁ ନିଯୋଗ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ପୂଜାପଣ୍ଡା (Puja Panda) ଓ ବ୍ରାହ୍ମଣ ନିଯୋଗ (Brahman nijog) । ୨୦୧୮ ରୁ ୧୯ ମସିହାରେ ବଡୁ ନିଯୋଗ (Badu Nijoga) ସେଠାରେ ପ୍ରାୟ ୧୮ଟି ଦୋକାନ ଘର ନିର୍ମାଣ କରୁଥିବା ବେଳେ ଦେବୋତ୍ତର କମିଶନର ଓ ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଦିଆଯିବା ପରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ପହଁଞ୍ଚିଥିଲା ବଡୁ ନିଯୋଗ । ତେବେ ହାଇକୋର୍ଟଙ୍କ (High Court )ନିର୍ଦ୍ଦେଶ ପରେ ପୁନଃବାର ଏହି ନିର୍ମାଣ କାର୍ଯ୍ୟ ଚାଲିଥିବା କହିଛି ବଡୁ ନିଯୋଗ । ତେବେ ଏହାକୁ ବିରୋଧ କରିବା ସହ ଏହା ପଛରେ ବଡ଼ ଚକ୍ରାନ୍ତ ଥିବା କହି ନୀତିକାନ୍ତି ବନ୍ଦ ରଖିଛନ୍ତି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ । ଫଳରେ ଗତକାଲିଠାରୁ ଉପାସରେ ରହିଛନ୍ତି ପ୍ରଭୁ ଲିଙ୍ଗରାଜ ।  ବୁଧବାର ମଙ୍ଗଳ ଆଳତୀ ପରଠାରୁ ଠାକୁରଙ୍କର ନୀତିକାନ୍ତି ହୋଇନଥିଲା କି ଭୋଗ ମଧ୍ୟ ଲାଗିନଥିଲା । ତେବେ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ (Lord Lingaraj) ଖାତକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ବାରା ଅଧା ନିର୍ମାଣଧୀନ ଦୋକାନ ଘର ସମୂର୍ଣ୍ଣ କରିବା ନେଇ କେମିତି ଅନୁମତି ମିଳିଲା ବୋଲି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ପ୍ରଶ୍ନ ଉଠାଇଛନ୍ତି । ତେବେ ଗୋଟେ ପଟେ ସେବାୟତଙ୍କ ମନମାନୀ ଚାଲିଥିବା ବେଳେ ଅନ୍ୟପଟେ ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ । ସେବାୟତଙ୍କ ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜ ଉପାସରେ ରହିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ ।

Also Read-Odisha News: ଆଜି ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିବେ ସରକାର

Also Read-Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର