Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1930834

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର...

ସୌ(ସୋସିଆଲ ମିଡିଆ)

Top 10 Headlines: 1.ଇଣ୍ଟରନେଟରେ କ୍ଷତିକାରକ ବିଷୟକୁ କ୍ଷମା ନାହିଁ: ବିଭ୍ରାନ୍ତକାରୀ ତଥ୍ୟ, ଶିଶୁ ଯୌନଉତ୍ପୀଡ଼କ ବିଷୟ, ବିଭ୍ରାନ୍ତ କରୁଥିବା ଆଲ୍‍ଗୋରିଦିମ୍‍ ପ୍ରଭୃତିକୁ ପ୍ରୋତ୍ସାହନ ଦେଉଥିବା (ବି) କଣ୍ଟେଣ୍ଟକୁ ଏଣିକି ତ୍ରାହି ନାହିଁ। ଗୁଗଲ, ଫେସ୍‍ବୁକ, ଟ୍ୱିଟର, ଇନ୍‍ଷ୍ଟାଗ୍ରାମ, ୟୁଟ୍ୟୁବ୍‍ ଭଳି ସୋସିଆଲ୍‍ ମିଡିଆ ଏଣିକି ଆହୁରି ସତର୍କ ହେବାକୁ ପଡ଼ିବ। କାରଣ ସୂଚନା ପ୍ରଯୁକ୍ତି ଆଇନ ଅନୁସାରେ ଥିବା ନିର୍ଦ୍ଦେଶାବଳୀକୁ ସରକାର ଲାଗୁ କରିବା ପାଇଁ ଚିନ୍ତା କରୁଥିବା ବିଭାଗୀୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି। ଏହି ଭଳି କଣ୍ଟେଣ୍ଟକୁ ଲାଇକ୍‍ ବି ମହଙ୍ଗା ପଡ଼ିବା ସହ ଆଇପିସି ଧାରା ଅନୁଯାୟୀ ଦଣ୍ଡ ମଧ୍ଯ ଭୋଗିବାକୁ ପଡ଼ିପାରେ।

2.ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଆଜି ଶୁଣାଣି: ତୃଣମୂଳ କଂଗ୍ରେସ ସାଂସଦ ମହୂଆ ମୈତ୍ରଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ପ୍ରଥମ ଶୁଣାଣି ଆଜି ହେବ। ସଂସଦୀୟ ଏଥିକ୍ସ କମିଟି ଏ ବାବଦରେ ଅଭିଯୋଗକର୍ତ୍ତା ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଆଇନଜୀବୀ ଜୟଅନନ୍ତ ଦେହଦ୍ରାଇଙ୍କ ପକ୍ଷ ଶୁଣିବେ। ସାଂସଦ ମହୂଆ ମୈତ୍ର ଭାରତରେ ଥିବା ବେଳେ ତାଙ୍କ ସଂସଦୀୟ ଆକାଉଣ୍ଟକୁ ବିଦେଶରେ ଖୋଲାଯାଇ ସେଥିରୁ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ସଂସଦରେ ପ୍ରଶ୍ନ ପଚାରିବା ଲାଗି ସେ ହାଓ୍ୱଲାରେ ଅର୍ଥ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି।

3.ମାର୍ଚ୍ଚ ସୁଦ୍ଧା ପ୍ରତି ଗାଁରେ ମୋବାଇଲ୍ଟାଓ୍ୱାର: ବାରମ୍ବାର ତାଗିଦ ସତ୍ତ୍ୱେ ଦେଶର ଗ୍ରାମାଞ୍ଚଳରେ ମୋବାଇଲ୍‍ ସଂଯୋଗ ନ ହୋଇପାରିବା ବିଷୟକୁ ନେଇ ଉଦ୍‍ବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୨୦୨୪ ସୁଦ୍ଧା ଏ ସମସ୍ୟାର ସମାଧାନ କରିବା ନେଇ ସେ ପ୍ରତିଟି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।  ସେ କହିଛନ୍ତି, ଲୋକେ ମୋବାଇଲ୍‍ ଟାଓ୍ୱାର୍‍ ସ୍ଥାପନାକୁ ସମର୍ଥନ କରୁଛନ୍ତି କିନ୍ତୁ ଏହା ହୋଇପାରି ନାହିଁ।

4.ବିମାନଯାତ୍ରୀଙ୍କୁ ଠକୁଛନ୍ତି ସେବା ପ୍ରଦାନକାରୀ: ବିମାନସେବା ପ୍ରଦାନ କରୁଥିବା ଏୟାରଲାଇନ୍ସ ଓ ଟିକେଟ୍‍ ଆଗ୍ରିଗେଟରମାନେ ଯାତ୍ରୀଙ୍କୁ ବିଭ୍ରାନ୍ତ ସୂଚନା ଦେଉଛନ୍ତି। ଏହାଦ୍ୱାରା ଯାତ୍ରୀ ଠକାମୀର ଶିକାର ହେଉଛନ୍ତି। ‘ବାଧ୍ୟତାମୂଳକ ମାଗଣା ଓ୍ୱେବ ଚେକ୍‍ ଇନ୍‍’ ନାଁରେ ସବୁ ସିଟ୍‍କୁ ପେଡ୍‍ ବୋଲି କହିବା ଓ ଟିକଟ କିଣିଥିବା ଯାତ୍ରୀଙ୍କୁ ବିମାନ ଯାତ୍ରା କରାଇ ନଦେବା ଭଳି ଅଭିଯୋଗକୁ ନେଇ ଶକ୍ତ ହୋଇଛନ୍ତି ଖାଉଟି ବ୍ୟାପାର ମନ୍ତ୍ରଣାଳୟ। ଏହା ଖାଉଟି ସୁରକ୍ଷା ଆଇନର ବିରୁଦ୍ଧାଚରଣ କରୁଛି ବୋଲି ବିଭାଗ କହିଛି।

5.ରାଜନୀତିକ ଦଳ ଦେବେ ମନ୍ତବ୍ୟ: ଏକ ଦେଶ- ଏକ ନିର୍ବାଚନ ସମ୍ପର୍କରେ ଦେଶର ପଞ୍ଜୀକୃତ ରାଜନୀତିକ ଦଳମାନଙ୍କୁ ମତାମତ ମଗାଯିବ। ଗୋଟିଏ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ସମ୍ପର୍କରେ ସେମାନଙ୍କ ମନ୍ତବ୍ୟକୁ ରେକର୍ଡ କରାଯିବ। ତିନି ମାସ ଭିତରେ ଏହି ମତାମତ ରଖିବାକୁ କୁହାଯିବ ବୋଲି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ସୂଚନା ମିଳିଛି। ଗତକାଲି କମିଟି ବିଧି ଆୟୋଗଙ୍କ ମତାମତ ରେକର୍ଡ କରିଛନ୍ତି।

6.ଆମେରିକାରେ ଗୁଳିକାଣ୍ଡ, ୨୨ ମୃତ: ଯୁକ୍ତରାଷ୍ଟ୍ର ଆମେରିକାର ମାଇନେ ଲିଓ୍ୱିଷ୍ଟନ୍‍ ସହରର ଏକ ବାର୍‍ ଓ ଓ୍ୱାଲ୍‍ମାର୍ଟ କେନ୍ଦ୍ରରେ ଗୁଳିକାଣ୍ଡ ଘଟିଛି। ଏହାଦ୍ୱାରା ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ୬୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି। ଘଟଣାକୁ ଆଖି ଆଗରେ ରଖି ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।

7.ସତ୍ୟପାଲ୍ଙ୍କ ଇଣ୍ଟରଭ୍ୟୁ ନେଲେ ରାହୁଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସାକ୍ଷାତକାର ନେଇଛନ୍ତି। ଏହାକୁ ସେ ନିଜ ୟୁଟ୍ୟୁବ୍‍ ଚ୍ୟାନେଲ୍‍ ରେ ପ୍ରସାରଣ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ପୁଲୱାମା ଆକ୍ରମଣ, ଆଦାନୀ ପ୍ରସଙ୍ଗ, ମଣିପୁର ହିଂସା, ଜାତିଗତ ଜନଗଣନା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।

8.ଇଣ୍ଡିଆ ବଦଳରେ ଭାରତ: ଏନ୍‍ସିଇଆରଟି ଦ୍ୱାରା ପ୍ରକାଶିତ ପାଠ୍ୟପୁସ୍ତକରେ ଏଣିକି ଦେଶର ନାଁ ‘ଇଣ୍ଡିଆ’ ବଦଳରେ ଭାରତ ବ୍ୟବହାର କରାଯିବ। ଏନେଇ କ୍ଷମତାପନ୍ନ କମିଟି ପ୍ରସ୍ତାବ ଦେଇଛନ୍ତି। ପିଲାମାନଙ୍କୁ ପ୍ରାଚୀନ ଇତିହାସ ବଦଳରେ ଶାସ୍ତ୍ରୀୟ ଇତିହାସ ପଢ଼ାଯିବ ବୋଲି କହିଛନ୍ତି ଏନ୍‍ସିଇଆର୍‍ଟି କମିଟି।

9- ମହଙ୍ଗା ହେଲା ପିଆଜ: ଏବେ ପିଆଜ କାଟିଲେ ନୁହେଁ ବରଂ କିଣିଲେ ଆଖିରେ ପାଣି ଆସୁଛି । ପୁଣି ବଜାରରେ ବଢିଛି ପିଆଜ ଦର । କିଲୋ ପିଛା ଏବେ ଦର ୫୦ ଟଙ୍କାରେ ପହଁଞ୍ଚିଛି । ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି ।

10-  ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା: ଆଜି ରାଜ୍ୟ ସରକାରଙ୍କ ଆଲୋଚନା କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ (Bus owners association) । ସଂଘର ବିଭିନ୍ନ ଦାବି ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ (Tukuni Sahu) ଅଧ୍ୟକ୍ଷତାରେ ଖାରବେଳ ଭବନରେ (Kharvel Bhawan Bhubaneswar) ବସିବ ବୈଠକ । ଏଥିରେ ନଗର ଉନ୍ନୟନ୍ ସଚିବ, ପରିବହନ କମିଶନର, କ୍ରୁଟ ସିଏମଡ଼ି (CMD), ବସ୍ ମାଲିକ ସଂଘର କର୍ମକର୍ତ୍ତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।