Mahashivratri 2024: ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗରଯାତ୍ରା ନେଇ ସମନ୍ବୟ ବୈଠକ
Advertisement
Article Detail0/zeeodisha/odisha2138511

Mahashivratri 2024: ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗରଯାତ୍ରା ନେଇ ସମନ୍ବୟ ବୈଠକ

Mahashivratri 2024:  ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରିକୁ ଶୃଙ୍ଖଳିତ କରିବା ପାଇଁ ଶନିବାର ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ସର୍କିଟ ହାଉସଠାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବର୍ଷ ଶିବରାତ୍ରି ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । 

Mahashivratri 2024: ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗରଯାତ୍ରା ନେଇ ସମନ୍ବୟ ବୈଠକ

Mahashivratri 2024: ଆସନ୍ତା ମାର୍ଚ୍ଚ ୮ ତାରିଖରେ ପବିତ୍ର ମହାଶିବରାତ୍ରି । ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରିକୁ ଶୃଙ୍ଖଳିତ କରିବା ପାଇଁ ଶନିବାର ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ସର୍କିଟ ହାଉସଠାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବର୍ଷ ଶିବରାତ୍ରି ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ, ୮ ତାରିଖ ଭୋର ୩ଟାରେ ମନ୍ଦିର ଖୋଲାଯିବା ସହ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସ୍ଥିର କରାଯାଇଛି  । ଏନେଇ ସମସ୍ତ ପାଳିଆ ଓ ସେବାୟତଙ୍କ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହାସହ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

ସେପଟେ ସେଦିନ ଶ୍ରଦ୍ଧାଳୁ୍ଙ୍କ ସଂଖ୍ୟା ଅଧିକ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିର ରଖି ଭକ୍ତଙ୍କ ସୁବିଧା ପାଇଁ ବିଳମ୍ବିତ ରାତି ଯାଏଁ ଚାଲିବ 'ମୋ ବସ' ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବା ପରେ ଯଯମାନ ଦେଇଥିବା ଅମୁଣିଆ ଘିଅକୁ ଆଉ ଦୀପରେ ନ ଢାଳିବା ଉପରେ କଟକଣା ଜାରି କରାଯାଇଛି । ନିର୍ଦ୍ଦିଷ୍ଟ ସମର୍ଥା ସେବାୟତମାନେ ମନ୍ଦିର ଚୂଡ଼ାକୁ ଉଠିବେ । ସେହିପରି କେହି ଚୂଡ଼ାରେ ସେଲ୍ଫି ନେଇପାରିବେ ନାହିଁ । ଉତ୍ତରଦ୍ବାର ନିକଟରେ ଆମ୍ବୁଲାନ୍ସ ସହ ଫ୍ୟାନ ରହିବା ନେଇ ବୈଠକରେ ସ୍ଥିର କରାଯାଇଛି । ମନ୍ଦିର ବେଢା ପରିଷ୍କାର ପରିଚ୍ଛନ୍ନତା ସହ ପାଦୁକା ନାଳ ସଫା, ଆଲୋକୀକରଣ, ବ୍ୟାରିକେଡ଼, ଟ୍ରାଫିକ୍ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ସୂଚନା କେନ୍ଦ୍ର, ସ୍ବାସ୍ଥ୍ୟା ଓ ପରିମଳ ବ୍ୟବସ୍ଥା ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି । ତଦନୁଯାୟୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।  

Also Read- GI Tag: ପୂରଣ ହେଲା ଦୀର୍ଘ ଦିନର ଦାବି, କଟକ ରୂପା ତାରକସୀକୁ ମିିଳିଲା ଜିଆଇ ମାନ୍ୟତା

ଅପରପକ୍ଷରେ ଜାଗରଯାତ୍ରା ସମୟରେ ବିଭିନ୍ନ ସେବା ପ୍ରଦାନ ପାଇଁ  ନିୟୋଜିତ ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ନେଇ ଆସନ୍ତା ରବିବାର ଏକ ସ୍ବତନ୍ତ୍ର ବୈଠକ କରାଯିବ । ସେମାନଙ୍କ ମତାମତକୁ ବିଚାରକୁ ନିଆଯାଇ ପ୍ରଶାସନ ପକ୍ଷରୁ ସହଯୋଗ ଯୋଗଇ ଦିଆଯିବ । ତେବେ ମନ୍ଦିର ଭିତରେ ସେବା କରୁଥିବା ସେଚ୍ଛାସେବୀ ବ୍ୟତୀତ ବାହାରେ ସେବା କରୁଥିବା ଲୋକଙ୍କୁ ଭିତରକୁ ଯିବା ନେଇ ଅନୁମତି ମିଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।