Cabinet Meeting: ଆଜି କ୍ୟାବିନେଟ୍‍ ବୈଠକ, ସ୍ୱାଭାବିକ ଅଧିବେଶନ ପାଇଁ ଖୋଲିପାରେ ବାଟ
Advertisement

Cabinet Meeting: ଆଜି କ୍ୟାବିନେଟ୍‍ ବୈଠକ, ସ୍ୱାଭାବିକ ଅଧିବେଶନ ପାଇଁ ଖୋଲିପାରେ ବାଟ

Cabinet Meeting: ବିଧାନସଭା ଶୀତକାଳିନ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ । ଗୃହରେ ଶକ୍ତି,ଶିଳ୍ପ, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ, ବୟନଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି ।  ଦୁଇଦିନ ପରେ ରାଜ୍ୟ ସରକାରଙ୍କ କ୍ୟାବିନେଟର ଏହି ନିଷ୍ପତ୍ତି ସାରା ରାଜ୍ୟର ଆଦିବାସୀ ସମ୍ପ୍ରଦାୟକୁ ନିରୁତ୍ସାହିତ କରିଥିଲା। 

 

Cabinet Meeting: ଆଜି କ୍ୟାବିନେଟ୍‍ ବୈଠକ, ସ୍ୱାଭାବିକ ଅଧିବେଶନ ପାଇଁ ଖୋଲିପାରେ ବାଟ

Cabinet Meeting: ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ବୈଠକ ଡକାଯାଇଛି। ପୂର୍ବାହ୍ଣରେ ଏହି ବୈଠକ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଇଛି। ଏହା ଗଲା ଦୁଇଦିନ ଧରି ବିଧାନସଭାରେ ଚାଲିଥିବା ଅଚଳାବାସ୍ଥାକୁ ଦୂର କରିପାରେ ବୋଲି ବି ସମ୍ଭାବନା ସୃଷ୍ଟି ହୋଇଛି। ନବୀନଙ୍କ ନେତୃତ୍ୱରେ ପଞ୍ଚମ ପାଳିର ସରକାରରେ ଏହା ହେଉଛି ୬୭ତମ ବୈଠକ। ପୂର୍ବରୁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଏକ ପ୍ରସ୍ତାବ ପାରିତ କରିଥିଲେ। 

ସେଥିରେ ଆଦିବାସୀଙ୍କ ମାଲିକାନାରେ ଥିବା ଜମିକୁ ସେମାନେ ଉଚ୍ଚଶିକ୍ଷା, ଚାଷ କିମ୍ବା ବ୍ୟବସାୟ, ଘର ନିର୍ମାଣ ଲାଗି ବିକ୍ରି ବା ବନ୍ଧକ ରଖିବାକୁ ଅନୁମତି ପ୍ରଦାନ କରିଥିଲେ।  ଏହି ନିଷ୍ପତ୍ତି ବିଧାନସଭାରେ (Odisha Assembly) ବିଧେୟକ ଆକାରରେ ଉପସ୍ଥାପନ କରାଯାଇ ଆଇନରେ ପରିଣତ ହୋଇଥାଆନ୍ତା। ଶୀତ ଅଧିବେଶନରେ ତାହା ହେବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଥିଲା। କିନ୍ତୁ ଦୁଇଦିନ ପରେ ରାଜ୍ୟ ସରକାରଙ୍କ କ୍ୟାବିନେଟର ଏହି ନିଷ୍ପତ୍ତି ସାରା ରାଜ୍ୟର ଆଦିବାସୀ ସମ୍ପ୍ରଦାୟକୁ ନିରୁତ୍ସାହିତ କରିଥିଲା। ସରକାର ଶିଳ୍ପ ଓ ଶିଳ୍ପପତିଙ୍କୁ ଜମି ଦେବା ଲାଗି ଏପରି ନିଷ୍ପତ୍ତି ନେଇଛନ୍ତି ଯାହା ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଚର୍ଚ୍ଚା ହୋଇଥିଲା। 

ଉଭୟ ବିରୋଧୀଦଳ କଂଗ୍ରେସ (Congress) ଏବଂ ବିଜେପି (Odisha BJP) ସରକାରଙ୍କୁ ସମାଲୋଚନା କରିଥିଲେ। ଫଳରେ ରାଜସ୍ୱମନ୍ତ୍ରୀ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ପ୍ରକାଶ କରିଥିଲେ। କିନ୍ତୁ ଏହି ନିଷ୍ପତ୍ତିକୁ କ୍ୟାବିନେଟରେ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରିଥିଲା। ନହେଲେ ଏଥିଲାଗି ବିଧାନସଭାରେ ଆଲୋଚନା କରିବାକୁ ଜିଦ୍‍ ଧରି ଏକ ପ୍ରସ୍ତାବ ଆଣିବାକୁ ବାଚସ୍ପତିଙ୍କ ଅନୁମୋଦନ ମାଗିଥିଲା। କିନ୍ତୁ ବାଚସ୍ପତି ଏଥିଲାଗି ଅନୁମତି ନଦେବାରୁ ଗୃହ କାର୍ଯ୍ୟ ଦୁଇଦିନ ଧରି ଅଚଳ ହୋଇଛି। 

ଏହି ଅଅଚଳାବସ୍ଥା ଦୂର କରିବା ଲାଗି ଆଜି ରାଜ୍ୟର କ୍ୟାବିନେଟ୍‍ (State Cabinet) ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବ ବୋଲି ଆଶା କରାଯାଉଛି। ଏହା ସହ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ କ୍ୟାବିନେଟ ଆଲୋଚନା ପରିସରଭୁକ୍ତ ହେବାର ସମ୍ଭାବନା ରହିଛି।

Also Read: Top 10 News Headlines: ସକାଳର 10 ବଡ଼ ଖବର

Also Read: Salki River Basin Project: ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ୩୨୪ କୋଟି ଟଙ୍କା ମଞ୍ଜୁର