Sambalpur News: ସମ୍ବଲପୁରରେ କୃଷି ମେଳା ଉଦଘାଟିତ
Advertisement

Sambalpur News: ସମ୍ବଲପୁରରେ କୃଷି ମେଳା ଉଦଘାଟିତ

ଏହି ମେଲାର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାକୁ ଜାଣିବା ଏବଂ ଲାଭ ଉଠାଇବା ତଥା ଏହାକୁ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଅଳ୍ପ ସମୟ ମଧ୍ୟରେ ବହୁ ଉତ୍ପାଦନ କରିବା ।ଏହି ମେଳାଟି ଆସନ୍ତା ୩୦ ତରିଖ ପର୍ଯ୍ୟନ୍ତ ଚାଲୁ ରହିବ।

Sambalpur News: ସମ୍ବଲପୁରରେ କୃଷି ମେଳା ଉଦଘାଟିତ

Sambalpur News (ଅଜୟ କୁମାର ନାଥ): ସମ୍ବଲପୁର: ସମ୍ବଲପୁରରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ଜାରି ରହିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ଦ୍ୱାରା ସମ୍ବଲପୁରରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ୨୦୨୩-୨୦୨୪ ଗତକାଲି ଡିସେମ୍ବର ୨୬ରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ସ୍ଥାନୀୟ ମନ୍ଦଲିଆ ପଡିଆଠାରେ ଚାଲିବ। ଏହି ମହୋତ୍ସବକୁ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରଦୀପ କୁମାର ସାହୁ,ରାଜ୍ୟ ଆବାହକ, ପଶ୍ଚିମ ଓଡିଶା କୃଷକ ସଂଗଠନ ଅଶୋକ ପ୍ରଧାନ, ସଭାପତି ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ଉମେଶ ଚନ୍ଦ୍ର ମିଶ୍ର, ଅଧୀକ୍ଷକ ଯନ୍ତ୍ରୀ କୃଷି ପୃଥ୍ୱୀରାଜ ମହାନ୍ତି ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। 

କାର୍ଯ୍ୟକ୍ରମରେ ଆର.ଡି.ସି ସୁରେଶ ଚନ୍ଦ୍ର ଦଲେଇ କହିଥିଲେ ଯେ ଆମର ବିକାଶ ପାଇଁ କୃଷକଙ୍କ ବିକାଶ ଗୁରୁତ୍ୱପୂର୍ଣ୍ଣ। ସେ କୃଷକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏହି କୃଷି ମେଳାର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାକୁ ଜାଣିବା ଏବଂ ତାର ଉପଯୁକ୍ତ ଲାଭ ଉଠାଇବା ତଥା ଏହାକୁ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଅଳ୍ପ ସମୟ ମଧ୍ୟରେ ବହୁ ଉତ୍ପାଦନ କରିବା। ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ କହିଥିଲେ ଯେ ଚାଉଳର ଉତ୍ପାଦନ ହେତୁ ସମ୍ବଲପୁରକୁ ଓଡିଶାର ଭାତ ହାଣ୍ଡି (rice bowl of Odisha ) ବୋଲି କୁହାଯାଏ। ଆଧୁନିକ ବୈଜ୍ଞାନିକ ଶୈଳୀର ବ୍ୟବହାର ଯନ୍ତ୍ରପାତି କୃଷକମାନଙ୍କୁ ଉନ୍ନତ ଉତ୍ପାଦନ ପାଇଁ ସାହାଯ୍ୟ କରିପାରେ। ଏପରିକି ସମ୍ବଲପୁରରେ ଚାଉଳର ଏକ କେନ୍ଦ୍ରୀୟ ଚାଉଳ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ସେ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।

ବିହନ ବୁଣିବା ରୋଇବାଠୁ ନେଇକି ଅମଳ କରିବା ଓ ସାଇତି ରଖିବା ପାଇଁ ଯାହା ଯନ୍ତ୍ରପାତି ଦରକାର ମେଳାରେ ପ୍ରଦର୍ଶିତ ହଉଛି। ଯନ୍ତ୍ରପାତି କମ୍ପାନୀର ଲୋକମାନେ ମଧ୍ୟ ସେଠାରେ ପ୍ରଦର୍ଶନ ପାଇଁ ଉପସ୍ଥିତ ରହିଛନ୍ତି। ସ୍ପଟ୍ ବୁକିଂର ବ୍ୟବସ୍ଥା ମଧ୍ୟ କରାଯାଇଛି। ସମୁଦାୟ ୭୦ଟି ଷ୍ଟଲ୍ ରହିଛି। ଏହି ମେଳାରେ ବିଭିନ୍ନ ଉନ୍ନତମାନର କୃଷି ଯନ୍ତ୍ରପାତି ଗୁଡିକର ପ୍ରଦର୍ଶନ ଓ ରିହାତି ମୂଲ୍ୟରେ ବିକ୍ରୟ ବ୍ୟବସ୍ଥା କରାଯଇଛି। ଏହି ଅବସରରେ ଜିଲ୍ଲାର ପ୍ରତ୍ୟକ ବ୍ଲକରୁ ବିଭିନ୍ନ ବିଭାଗର ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ଧନକଉଡା ବ୍ଲକର ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷି କ୍ଷେତ୍ରରେ ବୁର୍ଲାରୁ ବୁଦ୍ଧୁ ମୁଣ୍ଡା, କୁଦ ଗୁଣ୍ଡରପୁରରୁ ଉଦ୍ୟାନ କୃଷିବିତ ନିଲିମା ତରିଆ, ଏସଏମସିରୁ, ଏଆରଡି ପାଇଁ କଳ୍ପନା ରୋହିଦାସ, ମତ୍ସ୍ୟଚାଷ ପାଇଁ କାଲାମାଟିର ଡୋଲୋମଣି ଆମାତ, WSHG ପାଇଁ ତଲାବରର ଉମା ସିବଲ ପୁରସ୍କୃତ ହୋଇଥିଲେ। ଗୋବିନ୍ଦା ସେଠଙ୍କୁ ଶ୍ରେଷ୍ଠ କୃଷ୍ଣ ସାଥି ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ମେଳା ଉଭୟ କୃଷକ ଏବଂ କୃଷି ବୈଜ୍ଞାନିକଙ୍କ ପାଇଁ ଏକ ଉତ୍ତମ ସୁଯୋଗ କାରଣ ସେମାନେ ପରସ୍ପର ସହ ଯୋଗାଯୋଗ କରିବା ଏବଂ ପରସ୍ପରଠାରୁ ଶିଖିବା ପାଇଁ ଏକ ପ୍ଲାଟଫର୍ମ ପାଇବେ। ପ୍ରତ୍ୟେକ ଦିନ ଅପରାହ୍ନ ୩ ରୁ ୫ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ କହିଛନ୍ତି ଯେ ଚାଉଳର ଉତ୍ପାଦନ ହେତୁ ସମ୍ବଲପୁରକୁ ଓଡିଶାର ଚାଉଳ ହାଣ୍ଡି ବୋଲି କୁହାଯାଏ। ଆଧୁନିକ ବୈଜ୍ଞାନିକ ଶୈଳୀର ବ୍ୟବହାର ଯନ୍ତ୍ରପାତି କୃଷକମାନଙ୍କୁ ଉନ୍ନତ ଉତ୍ପାଦନ ପାଇଁ ସାହାଯ୍ୟ କରିପାରେ। ଏପରିକି ସମ୍ବଲପୁରରେ ଚାଉଳର ଏକ କେନ୍ଦ୍ରୀୟ ଚାଉଳ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ସେ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।

ଆର.ଡି.ସି ସୁରେଶ ଚନ୍ଦ୍ର ଦଲେଇ କହିଛନ୍ତି ଯେ ଆମର ବିକାଶ ପାଇଁ କୃଷକଙ୍କ ବିକାଶ ଗୁରୁତ୍ୱପୂର୍ଣ୍ଣ। ସେ କୃଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଏହି ମେଲାର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାକୁ ଜାଣିବା ଏବଂ ଲାଭ ଉଠାଇବା ତଥା ଏହାକୁ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଅଳ୍ପ ସମୟ ମଧ୍ୟରେ ବହୁ ଉତ୍ପାଦନ କରିବା ।ଏହି ମେଳାଟି ଆସନ୍ତା ୩୦ ତରିଖ ପର୍ଯ୍ୟନ୍ତ ଚାଲୁ ରହିବ।