Koraput News: ୩୫ ଟି ବିଦ୍ୟାଳୟ ଓ ୧୫ ମହାବିଦ୍ୟାଳୟ ବନ୍ଦ
Advertisement

Koraput News: ୩୫ ଟି ବିଦ୍ୟାଳୟ ଓ ୧୫ ମହାବିଦ୍ୟାଳୟ ବନ୍ଦ

କୋରାପୁଟ (ନିରଜ ଶତପଥୀ): ନିର୍ବାଚନ ପାଖେଇ ଆସୁଥିବାବେଳେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ହେବା ପରେ ଏବେ ୬୬୨ ବର୍ଗ କଲେଜ ଓ ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ଠାରୁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଫଳର

Koraput News: ୩୫ ଟି ବିଦ୍ୟାଳୟ ଓ ୧୫ ମହାବିଦ୍ୟାଳୟ ବନ୍ଦ

Koraput News: କୋରାପୁଟ (ନିରଜ ଶତପଥୀ): ନିର୍ବାଚନ ପାଖେଇ ଆସୁଥିବାବେଳେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ହେବା ପରେ ଏବେ ୬୬୨ ବର୍ଗ କଲେଜ ଓ ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ଠାରୁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଫଳରେ କୋରାପୁଟ ଜିଲ୍ଲାରେ ଥିବା ୬୬୨ ବର୍ଗ ର ୧୨ ଟି ଯୁକ୍ତ ଦୁଇ ଏବଂ ୩ ଟି ଯୁକ୍ତ ୩ କଲେଜ ରେ ତାଲା ଝୁଲୁଛି। ମାସ ଲିଭ୍ ରେ ୨୫ ଓ ୨୬ ତାରିଖ ଦୁଇ ଦିନ ପାଇଁ ଅଧ୍ୟାପକ ମାନେ ଯାଇଥିବାରୁ କଲେଜ ଗୁଡିକ ବନ୍ଦ ରହିଛି। ଫଳରେ ପ୍ରାୟ ୧୫ ହଜାର ଛାତ୍ର ଛାତ୍ରୀ ପାଠ ପଢାରୁ ବଞ୍ଚିତ ହୋଇଛନ୍ତି। ତେବେ ଦାବି ପୂରଣ ନ ହେଲେ ଆଗକୁ ଯଦି ଆନ୍ଦୋଳନ ଜାରି ରହେ ତେବେ ୨୭ ତାରିଖ ପର ଠାରୁ କଲେଜ ଖୋଲିବା ନେଇ ସନ୍ଦେହ ଦେଖା ଦେଇଛି।

ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ୩୫ ଟି ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟ ଗୁଡିକରେ ୭/୮ ହଜାର ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆଜି ଠାରୁ ଏହି ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ରେ ସାମିଲ ହୋଇଥିବା ଯୋଗୁଁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି। ଫଳରେ ଛାତ୍ର ଛାତ୍ରୀଙ୍କ ପାଠ ପଢା ପ୍ରଭାବିତ ହୋଇଛି। ଆନ୍ଦୋଳନ କେତେ ଦିନ ଚାଲିବ ତାର ସ୍ପଷ୍ଟତା ନ ଥିଲେ ମଧ୍ୟ ପିଲାଙ୍କ ପାଠ ପଢା ଯେ ପ୍ରଭାବିତ ହେବ ଏଥିରେ ସନ୍ଦେହ ନାହିଁ। କେବଳ ଯେ ଶିକ୍ଷା ବିଭାଗରେ ଏଭଳି ଅବସ୍ଥା ତା ନୁହେଁ। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଗତ ୨୨ ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇ ଥିବାରୁ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ରେ ତାଲା ଝୁଲୁଛି। କୋମଳ ମୋତି ଶିଶୁ ମାନଙ୍କ ର ପୁଷ୍ଟିକର ଆହର ବନ୍ଦ ରହିଛି। ସେହିପରି ସରପଞ୍ଚ, ସମିତି ସଭ୍ୟ/ଶଭ୍ୟା, ଆଶା କର୍ମୀ ସମସ୍ତେ ସେମାନଙ୍କର ହକ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବାରୁ ସବୁ କିଛି ଯେପରି ଠପ୍ ହୋଇ ଯାଇଛି। ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟାବସ୍ଥା ରେ ଅସ୍ଥିରତା ସୃଷ୍ଟି ହୋଇଥିବା ଯୋଗୁଁ ସାଧାରଣ ଲୋକେ ନାନାଦି ଅସୁବିଧାର ସମ୍ମଖୀନ ହେଉଛନ୍ତି।

Also Read: ପ୍ରକାଶ ପାଇଲା CTET ପରୀକ୍ଷା ଫଳ, ଏଠାରେ କରନ୍ତୁ ଚେକ୍

Also Read: Rourkela News: କେବେ ଖୋଲିବ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ରହସ୍ୟ?

Also Read: ରତ୍ନଭଣ୍ଡାର ଖୋଲାଯିବ ନା ନାହିଁ- ହାଇକୋର୍ଟ କଲେ ଶୁଣାଣି, ରାୟ ସଂରକ୍ଷିତ