ରତ୍ନଭଣ୍ଡାର ଖୋଲାଯିବ ନା ନାହିଁ- ହାଇକୋର୍ଟ କଲେ ଶୁଣାଣି, ରାୟ ସଂରକ୍ଷିତ
Advertisement
Article Detail0/zeeodisha/odisha1888429

ରତ୍ନଭଣ୍ଡାର ଖୋଲାଯିବ ନା ନାହିଁ- ହାଇକୋର୍ଟ କଲେ ଶୁଣାଣି, ରାୟ ସଂରକ୍ଷିତ

ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ସ୍ଥିତି ଓ ମରାମତି ସମ୍ପର୍କିତ ଆବଶ୍ୟକତା ସମ୍ପର୍କରେ ନିଜର ପକ୍ଷ ରଖିଥିଲେ।  ଉଭୟ ପକ୍ଷଙ୍କ ଶୁଣିବା ପରେ ଏବେ ଏହି ରିଟ୍ ଆବେଦନର ଶୁଣାଣି ଶେଷ ହୋଇଛି। ଏହାପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଏନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଏବଂ ଏହାର ସୁରକ୍ଷା ଲାଗି ମରାମତି ଉଦ୍ଦେଶ୍ୟରେ ସରକାରଙ୍କୁ ଏହା ଖୋଲିବା ଲାଗି ଆଦେଶ ଦେବାକୁ ହୋଇଥିବା ଆବେଦନର ଶୁଣାଣି ଶେଷ ହୋଇଛି। ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ମାମଲାର ଶୁଣାଣି ହୋଇଥିଲା। ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏଥିଲାଗି ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ଏ ନେଇ କୌଣସି ରାୟ ପ୍ରକାଶ ପାଇ ନାହିଁ। ହାଇକୋର୍ଟ ଏହାକୁ ସଂରକ୍ଷିତ ରଖିଛନ୍ତି।  

ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ସ୍ଥିତି ଓ ମରାମତି ସମ୍ପର୍କିତ ଆବଶ୍ୟକତା ସମ୍ପର୍କରେ ନିଜର ପକ୍ଷ ରଖିଥିଲେ।  ଉଭୟ ପକ୍ଷଙ୍କ ଶୁଣିବା ପରେ ଏବେ ଏହି ରିଟ୍ ଆବେଦନର ଶୁଣାଣି ଶେଷ ହୋଇଛି। ଏହାପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଏନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଳଙ୍କାର ସଂରକ୍ଷିତ କରି ରଖାଯାଇଛି।  ବିଭିନ୍ନ ବେଶ ସମୟରେ କେବଳ ବାହାର ରତ୍ନ ଭଣ୍ଡାର ଖୋଲାଯାଇ ଆବଶ୍ୟକ ଗହଣା ଓ ଅଳଙ୍କାର ଅଣାଯାଇଥାଏ। କିନ୍ତୁ ଭିତର ରତ୍ନ ଭଣ୍ଡାର ଖୋଲିବାରବଶ୍ୟକତା ପଡ଼ି ନଥାଏ। ତେବେ ଏହାର ସ୍ଥିତି ଖରାପ ହୋଇଥିବାରୁ ମରାମତି ପାଇଁ ଅନେକ ଥର ଏଏସ୍‍ଆଇ ଏବଂ ସେବାୟତମାନେ ଦାବି କରିଥିଲେ। ଯେଉଁଥିପ୍ରତି ଧ୍ୟାନ ଦେଇ ପ୍ରଶାସନ ପକ୍ଷରୁ ଏହି ରତ୍ନ ଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇ ନଥିଲା। ୨୦୧୮ ମସିହା ଏପ୍ରିଲ୍ ମାସରେ ଜିଲ୍ଲାପାଳ ଏନେଇ ଗଣମାଧ୍ୟମରେ ରିପୋର୍ଟ ରଖିଥିଲେ। ରତ୍ନ ଭଣ୍ଡାରର ଚାବି ହଜି ଯାଇଥିବା ସେ କହିଥିଲେ। 

ଜିଲ୍ଲାପାଳଙ୍କ ଏହି ବୟାନ ପରେ ରାଜନୀତି ଜୋର ଧରିଥିଲା। ବିଭିନ୍ନ ସ୍ତରରେ ରାଜ୍ୟ ସରକାରଙ୍କୁ ଏଥିଲାଗି ଦାୟୀ କରାଯାଇଛି। ଗତ ଅଗଷ୍ଟ ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାରକୁ ରଥଯାତ୍ରା ସମୟରେ ଖୋଲିବା ଲାଗି ଅନୁମୋଦନ କରିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ପ୍ରତି ତିନି ବର୍ଷରେ ଥରା ରତ୍ନଭଣ୍ଡାର ଅଡିଟ୍‍ ହେବା କଥା। କିନ୍ତୁ ୧୯୭୮ରୁ ଏହି କାର୍ଯ୍ୟ ହୋଇପାରି ନାହିଁ ।

Trending news