Odisha Congress: ନବୀନ ନିବାସ ଘେରାଉ କଲା ପ୍ରଦେଶ ଛାତ୍ର କଂଗ୍ରେସ, ସରକାର ୨୪ବର୍ଷ ଧରି ପ୍ରତାରଣା କରିଥିବା ଅଭିଯୋଗ
Advertisement
Article Detail0/zeeodisha/odisha2155556

Odisha Congress: ନବୀନ ନିବାସ ଘେରାଉ କଲା ପ୍ରଦେଶ ଛାତ୍ର କଂଗ୍ରେସ, ସରକାର ୨୪ବର୍ଷ ଧରି ପ୍ରତାରଣା କରିଥିବା ଅଭିଯୋଗ

Odisha Congress: ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ “ଛାତ୍ର ଆଣିବେ ପରିବର୍ତ୍ତନ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସର କର୍ମକର୍ତାମାନେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ରାଜମହଲ ଛକ ନିକଟରୁ ବାହାରି ଶିଶୁଭବନ ଛକ ଦେଇ ନବୀନ ନିବାସ ଯାଉଥିବା ବେଳେ ଶିଶୁ ଭବନ ଛକଠାରେ ପୋଲିସ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କୁ ଭ୍ୟାନ ଯୋଗେ ଉଠାଇ ନେଇଥିଲେ । 

Odisha Congress: ନବୀନ ନିବାସ ଘେରାଉ କଲା ପ୍ରଦେଶ ଛାତ୍ର କଂଗ୍ରେସ, ସରକାର ୨୪ବର୍ଷ ଧରି ପ୍ରତାରଣା କରିଥିବା ଅଭିଯୋଗ

Odisha Congress: ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ “ଛାତ୍ର ଆଣିବେ ପରିବର୍ତ୍ତନ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସର କର୍ମକର୍ତାମାନେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ରାଜମହଲ ଛକ ନିକଟରୁ ବାହାରି ଶିଶୁଭବନ ଛକ ଦେଇ ନବୀନ ନିବାସ ଯାଉଥିବା ବେଳେ ଶିଶୁ ଭବନ ଛକଠାରେ ପୋଲିସ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କୁ ଭ୍ୟାନ ଯୋଗେ ଉଠାଇ ନେଇଥିଲେ । ସେଠାରେ ପୋଲିସ ଓ ଛାତ୍ର କଂଗ୍ରେସର କର୍ମକର୍ତାଙ୍କ ମଧ୍ୟରେ ପ୍ରବଳ ଧ୍ୱସ୍ତାଧ୍ୱସ୍ତି ହୋଇଥିଲା ଏବଂ ଟମାଟୋ ମାଡ଼ ମଧ୍ୟ କରାଯାଇଥିଲା ।

ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଛନ୍ତି ଯେ ନବୀନ ସରକାର ତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ବର୍ଷକୁ ୨ଲକ୍ଷ ହିସାବରେ ଯେଉଁ ୪୮ଲକ୍ଷ ଚାକିରି ଦେବାର ଭରସା ଦେଇଥିଲେ ସେ ଚାକିରି ଗଲା କୁଆଡ଼େ? ତାର ଉତର ଏ ରାଜ୍ୟର ଯୁବ ଓ ଛାତ୍ର ସମାଜକୁ ଦିଅନ୍ତୁ । ବିରୋଧି ଦଳକୁ ଦୁର୍ବଳ କରିବାପାଇଁ ଏବଂ ବିରୋଧି ଦଳର ଛାତ୍ର ନେତୃତ୍ୱ ସୃଷ୍ଟ କରିନଦେବା ପାଇଁ ୨୦୧୮ ପରଠାରୁ ଓଡ଼ିଶାରେ ଅଗଣତାନ୍ତ୍ରିକ ଭାବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି । ନବୀନ ସରକାରରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ୧୨ଟି ପ୍ରମୁଖ ସରକାରୀ ୟୁନିର୍ଭସିଟିରେ ୫୭ ପ୍ରତିଶତ ଶିକ୍ଷକ ନାହାନ୍ତି, ଯାହାର ସଂଖ୍ୟା ୧ ହଜାର । ୫୧ ଟି ସରକାରୀ ଡିଗ୍ରୀ କଲେଜରେ ୪୫ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ବିଶେଷ କରି ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରଭୃତି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ୭୦ ପ୍ରତିଶତ ଅଧ୍ୟାପକ ନାହାନ୍ତି । କଟକର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ଠିକା ଅଧ୍ୟାପକ ଚଳାଇଛନ୍ତି । ଜାଲ ସାର୍ଟିଫିକେଟରେ ନାମ ଲେଖା ଚାଲିଛି । ସେହି ରାକେଟରେ ବିଜୁ ଜନତା ଦଳର କର୍ମକର୍ତାମାନେ ସଂପୃକ୍ତ । କଲେଜ ଓ ୟୁନିର୍ଭସିଟିରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା ଓ ସମର୍ଥକମାନେ ଆତଙ୍କରାଜ ଚଳାଇଛନ୍ତି । ଅନ୍ୟ ଦଳର ଛାତ୍ର ସଂଗଠନକୁ ମରଣାତ୍ନକ ଆକ୍ରମଣ କରୁଛନ୍ତି । କ୍ୟାମ୍ପସ ଭିତରେ ମହିଳା ଅସୁରକ୍ଷିତ।

ରାଗିଂ କ୍ଷେତ୍ରରେ ଦେଶର ୫ଟି ଶୀର୍ଷ ସ୍ଥାନରେ ଥିବା ରାଜ୍ୟ ମଧ୍ୟରୁ ଓଡ଼ିଶାର ସ୍ଥାନ ଚତୁର୍ଥ । ବିଜେବି କଲଜେର ରୂଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ରାଗିଂ ଯୋଗୁଁ ହୋଇଥିବା ବେଳେ ଏହି ଘଟଣାକୁ ସରକାର ଚପାଇ ଦେଇଛନ୍ତି । ଏହା କେବଳ ଗୋଟିଏ ଘଟଣା ନୁହେଁ ଏହା ଓଡ଼ିଶାର ଅଧିଙ୍କାଶ ସରକାରୀ ଓ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନର ଘଟଣା । କିନ୍ତୁ ଯେଉଁ ଆଂଟି ର‌୍ୟାଗିଂ କମିଟି ଗଠନ କରାଯାଇଛି ଏହା କେବଳ ନାମକୁ ମାତ୍ର । ଉଚ୍ଚଶିକ୍ଷାନୁଷ୍ଠାନର ଭିତିଭୂମିର ବିକାଶ ନାମରେ ଯେଉଁ କାର୍ଯ୍ୟ ହେଉଛି ସେଥିରେ ସଂପୂର୍ଣ୍ଣ ଦୁର୍ନୀତି ପରିଲକ୍ଷିତ ହେଉଛି । କେଉଁଠି ଶିକ୍ଷାନୁଷ୍ଠାନର ଖେଳପଡ଼ିଆର ନବନର୍ମିତ ଗ୍ୟାଲେରି ଭୁଷୁଡ଼ି ପଡ଼ୁଛିତ କେଉଁଠି କାନ୍ଥ ଭୂଷୁଡ଼ି ପଡ଼ୁଛି । କମନ ରୋମ, ଟୟଲେଟ, ପାନୀୟଜଳ, ବିଜୁଳି ବ୍ୟବସ୍ଥା ଆଦିର ଘୋର ଅଭାବ । ଏପରିକି ରମାଦେବୀ ବିଶ୍ୱବିଦ୍ୟାଳୟର ପାନୀୟ ଜଳ ନଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଶିକ୍ଷାନୁଷ୍ଠାନରେ ମୋଦୀ ଓ ନବୀନଙ୍କର ଫଟୋ ଲଗାଇବା ପ୍ରତିଯୋଗିତା ଚାଲିଛି ।

ଶିକ୍ଷାନୁଷ୍ଠାନର ମୌଳିକ ସମସ୍ୟାକୁ ପୂରଣ ନକରି ସମନ୍ୱିତ ଯୁବ ବିକାଶ ଏବଂ ନୂଆ-ଓ ଭଳି ଯେଉଁ ଯୋଜନା କରାଯାଇଛି ତାହା କେବଳ ଏ ରାଜ୍ୟର ଉପେକ୍ଷିତ ଛାତ୍ର ସମାଜକୁ ଭୂଆଁ ବୁଲାଇବାପାଇଁ ଉଦ୍ଦିଷ୍ଟ । ଖେଳ,କୁଦ, ନାଚ,ଗୀତ ଓ ଭୋଜିଭାତରେ ଶିକ୍ଷାନୁଷ୍ଠାନ କମ୍ପୁଛି । ଶୈକ୍ଷୀକ ବାତାବରଣ ନଷ୍ଟ ହେଉଛି । ଗୁଣାତ୍ମକ ଶିକ୍ଷା ଦିଆଯାଉ ନାହିଁ । କେବଳ ନିର୍ବାଚନ ବେଳେ ଭୋଟ ହାତେଇବା ପାଇଁ ଏହା ଏକ ନାଟକାବାଜୀ । ଏ ସରକାର ୧୫ କୋଟି ଟଙ୍କାର ଛାତ୍ରବୃତି ଲୁଟ କରିଥିବାର ସିଏଜି ରିପୋର୍ଟ ଦେଇଛନ୍ତି । ଯେଉଁ ଛାତ୍ରବୃତି ଘୋଷଣା କରାଯାଇଛି ତାହା ୨୪ ବର୍ଷ ଭିତରେ କାହିଁକି ଘୋଷଣା କରାଗଲା ନାହିଁ? ନିର୍ବାଚନ ମାସକୁ ପୂର୍ବରୁ ଏହା ଘୋଷଣା କରାଗଲା କାହିଁକି? ୨୦୧୯ ନିର୍ବାଚନ ପୂର୍ବରୁ ଯେଉଁ ବିଜୁ ଯୁବବାହିନୀ ଗଠନ କରିଥିଲେ ତାହା ଏବେ ବନ୍ଦ ହୋଇଯାଇଛି । କେବଳ ନିର୍ବାଚନ ଥିବାରୁ ଛାତ୍ରମାନଙ୍କୁ ପ୍ରଲୋଭିତ କରାଯାଉଛି । ଆଜି ରାଜ୍ୟରେ ୨ଲକ୍ଷ ୨୬ ହଜାର ସରକାରୀ ପଦବୀ ଖାଲି ପଡ଼ିଛି । ୧୦ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ଚାହିଁ ବସିଛନ୍ତି । ଓଡ଼ିଆ ଯୁବକ ଯୁବତୀ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି । ଓଡ଼ିଶାର ଖଣିଜ ସମ୍ପଦକୁ ବ୍ୟବହାର କରି ଯେଉଁ ଶିଳ୍ପ ପ୍ରତିଷ୍ଠା ହୋଇଛି ସେଥିରେ ଓଡ଼ିଆ ଯୁବକ ଯୁବତୀମାନଙ୍କର ନିଯୁକ୍ତି ନାହିଁ । ଏଠି ତାମିଲ ଶାସନ ଯୋଗୁଁ ସବୁ କ୍ଷେତ୍ରରେ ଓଡ଼ିଆ ଯୁବକ ଯୁବତୀ ଉପେକ୍ଷିତ ହେଉଛନ୍ତି ।