ଯାଜପୁରରେ ବୁଲୁଥିଲା କଶ୍ମୀର ସନ୍ଦିଗ୍ଧ ଆତଙ୍କୀ, ମାଡି ବସିଲା STF
Advertisement
Article Detail0/zeeodisha/odisha2013905

ଯାଜପୁରରେ ବୁଲୁଥିଲା କଶ୍ମୀର ସନ୍ଦିଗ୍ଧ ଆତଙ୍କୀ, ମାଡି ବସିଲା STF

ଧର୍ମଶାଳାରୁ ଜଣେ ଆତଙ୍କୀ ଯୁବକକୁ ଗିରଫ କରିବାରେ ସକ୍ଷମ ହୋଇଛି କ୍ରାଇମବ୍ରାଞ୍ଚ ଏସଟିଏଫ (STF) ଟିମ୍ । ଗିରଫ ହୋଇଥିବା ଯୁବକର ନାଁ ସଇଦ ଇଶାନ ବୁଖାରୀ ବୋଲି ଜଣାପଡିଛି । ସେ ଓଡ଼଼ିଶାରେ ୫ବର୍ଷରୁ ଅଧିକ ସମୟ ହେବ ରହୁଥିଲା ବୋଲି ଜଣାପଡିଛି । ଦେଶର ବିଭିନ୍ନ ସ୍ଥାନରେ ଥିବା ଅନେକ ସହର ତଥା ଗ୍ରାମାଞ୍ଚଳର ଯୁବତୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରେମ

ଯାଜପୁରରେ ବୁଲୁଥିଲା କଶ୍ମୀର ସନ୍ଦିଗ୍ଧ ଆତଙ୍କୀ, ମାଡି ବସିଲା STF

ଯାଜପୁର: ଧର୍ମଶାଳାରୁ ଜଣେ ଆତଙ୍କୀ ଯୁବକକୁ ଗିରଫ କରିବାରେ ସକ୍ଷମ ହୋଇଛି କ୍ରାଇମବ୍ରାଞ୍ଚ ଏସଟିଏଫ (STF) ଟିମ୍ । ଗିରଫ ହୋଇଥିବା ଯୁବକର ନାଁ ସଇଦ ଇଶାନ ବୁଖାରୀ ବୋଲି ଜଣାପଡିଛି । ସେ ଓଡ଼଼ିଶାରେ ୫ବର୍ଷରୁ ଅଧିକ ସମୟ ହେବ ରହୁଥିଲା ବୋଲି ଜଣାପଡିଛି ।

ଦେଶର ବିଭିନ୍ନ ସ୍ଥାନରେ ଥିବା ଅନେକ ସହର ତଥା ଗ୍ରାମାଞ୍ଚଳର ଯୁବତୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରେମ ଜାଲରେ ଫସେଇବା ଇଶାନର ନିତି ଦିନିଆ କାମ ଥିଲା । ଅନେକ ଯୁବତୀଙ୍କୁ ସେ ପ୍ରେମ ଜାଲରେ ପକାଇବା ପରେ ବିବାହ ମଧ୍ୟ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସଇଦ ଇଶାନର ୭ରୁ ଅଧିକ ପତ୍ନୀ ଅଛନ୍ତି ବୋଲି କୁହାଯାଉଛି ।

ସନ୍ଦିଗ୍ଧ ଯୁବକକୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ଏନେଇ ସୂଚନା ଦିଆଯାଇଛି । ସୂଚନା ମୁତାବକ, ବଡ଼ ବଡ଼ ଅଫିସରଙ୍କ ଖାସ୍ ଲୋକ କହି ସେ ଅନେକ ଜଣଙ୍କ ଠାରୁ ଠକେଇ କରିଥିବାର ଅଭିଯୋଗ ଆସିଛି । ଯୁବକର ଆତଙ୍କୀ ଲିଙ୍କ୍ ନେଇ ଖୋଳତାଡ ହେବ ଏବଂ କାଶ୍ମୀର ପୋଲିସ ଯୋଗାଯୋଗ କରାଯାଉଛି । କେବଳ ସେତିକି ନୁହେଁ, ଉକ୍ତ ଯୁବକଙ୍କ ନିକଟରୁ ଅନେକ ଜାଲ୍ ଡକ୍ୟୁମେଣ୍ଟ ଜବତ କରାଯାଇଛି । ରାଜ୍ୟ ବାହାରକୁ ତାର ଜାଲିଆତିର ଚେର ଲମ୍ୱିଥିବା ସୂଚନା ମିଳିଛି । ସେ କେରଳ ଏବଂ ପାକିସ୍ତନୀ ଆତଙ୍କୀ ସହ ଯୋଗାଯୋଗରେ ଥିବା ନେଇ ସନ୍ଦେହ କରାଯାଉଛି ।

Also Read- RRB Group D Eligibility: ୩୮ ବର୍ଷ ବୟସରେ ପାଇପାରିବେ ରେଲୱେ ଚାକିରି, ଜାଣନ୍ତୁ ଏହି ବିବରଣୀ

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର