Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2013844

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top News Headlines : ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines

1- ଗାଜାରେ ଏୟାର ଷ୍ଟ୍ରାଇକ୍: ଇସ୍ରାଏଲ ପକ୍ଷରୁ ଗାଜାରେ ହୋଇଛି ଏୟାର ଷ୍ଟ୍ରାଇକ୍ । ଫଳରେ ୧୧ ଜଣରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ ଏୟାର ଷ୍ଟ୍ରାଇକ୍ ପୂର୍ବରୁ ଇସ୍ରାଏଲ ଆକ୍ରମଣ ମଧ୍ୟ କରିଥିବା ନେଇ ଖବର ପ୍ରକାଶିତ ହୋଇଛି ।

2- ସାଂସଦଙ୍କୁ ପଚରାଉଚରା କରିବ ପୋଲିସ: ଲୋକସଭା ସୁରକ୍ଷା ଏବଂ ହଟ୍ଟଗୋଳ ବିବାଦ ଥମିବାରେ ନାଁ ନେଉନି । ଅନେକ ସମୟରେ ଗୃହ ମୁଲତବି ହେଉଥିବା ଦେଖିବାକୁ ମିଳୁଛି । ତେବେ କିଛି ସାଂସଦ ପ୍ରତାପ ସିହ୍ନାଙ୍କୁ ପୋଲିସ ପକ୍ଷରୁ ପଚରା ଉଚରା କରାଯିବା ନେଇ ସୂଚନା ମିଳିଛି । ସେ ଭିଜିଟର୍ସ ପାସ୍ ଦେଇଥିବା ନେଇ ଚର୍ଚ୍ଚା ହେଉଛି ।

3- ବିଜୟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି: ପାକିସ୍ତାନୀ ସୈନିକଙ୍କ ଆତ୍ମ ସମର୍ପଣ ପରେ ଆଜିର ଦିନରେ ଆମ ଦେଶ ଉଡାଇଥିଲା ବିଜୟ ବାନା । ତେଣୁ ପ୍ରତିବର୍ଷ ଡିସେମ୍ୱର ୧୬ ତାରିଖକୁ ଭାରତ ବିଜୟ ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବୀର ଯବାନ ଏବଂ ତାଙ୍କର ଇତିହାସକୁ ଦେଶ ସର୍ବଦା ମନେରଖିଛି ।

4- ସଂସଦ ସୁରକ୍ଷା ବ୍ୟବସ୍ଥା ନେଇ ବର୍ଷିଲେ ରାହୁଲ: କିଛି ଦିନ ହେବ ସଂସଦର ସୁରକ୍ଷା ବ୍ୟବସ୍ଥା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସମୟରେ ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ସୁରକ୍ଷା ଭଙ୍ଗର ମୁଖ୍ୟ କାରଣ ହେଉଛି ଦେଶରେ ବେକାରୀ ସମସ୍ୟା । ଅନ୍ୟପଟେ ସଂସଦରେ ପ୍ରବେଶ କରି ହଟ୍ଟଗୋଳ କରିଥିବା ଦୁଇ ଯୁବକ ମଧ୍ୟ ସମାନ କାରଣ କହିଥିଲେ ।

5- ଟାଟା ଚେୟାରମ୍ୟାନଙ୍କୁ ହତ୍ୟା ଧମକ: ପ୍ରତିଷ୍ଠିତ ବ୍ୟବସାୟୀ ତଥା ଟାଟା ଗ୍ରୁପ ଚେୟାରମ୍ୟାନ ରତନ ଟାଟାଙ୍କୁ କେହି ଦୁର୍ବୃତ୍ତ ହତ୍ୟା ଧମକ ଦେଇଛି । ମୁମ୍ୱାଇ ପୋଲିସକୁ ଏ ସମ୍ପର୍କରେ ଫୋନ୍ କଲ ଆସିଥିବା ନେଇ ସୂଚନା ମିଳିଛି ।  ଧମକ ଆସିବା ପରେ ରତନ ଟାଟାଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରିଦିଆଯାଇଛି ।

6- ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତାବକୁ ଅନୁମୋଦନ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମ ପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକର ନିର୍ମାଣ ଦାୟିତ୍ୱ ଗ୍ରାମ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି।

7- ଜଗା ଦର୍ଶନ ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଭି.କେ ପାଣ୍ତିଆନ୍: ଶନିବାର ପୁରୀ ଗସ୍ତ କରିଛନ୍ତି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ତିଆନ୍ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହାସହ ଶ୍ରୀମନ୍ଦିର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ନିର୍ମାଣ ହେଉଥିବା ଏସି ଟନେଲ କାର୍ଯ୍ୟର ମଧ୍ଯ ସମୀକ୍ଷା କରିଥିଲେ ।

8- ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ମୃତ:  ଅଧାରେ ରହିଲା ଦେବ ଦର୍ଶନ। କ୍ଷଣିକ ମଧ୍ୟରେ ଓଲଟ ପାଲଟ ହୋଇଗଲା ସବୁ କିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ବସ୍- ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ତିର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେରଳ ମଲ୍ଲପୁରମ ଠାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଯାତ୍ରୀମାନେ କର୍ଣ୍ଣାଟକର ବୋଲି ଜଣାପଡିଛି । 

9- ଜୁନ୍ ୩୦ ସୁଦ୍ଧା ଗାଡ଼ିରେ VLTD ବାଧ୍ଯତାମୂଳକ:  ୨୦୨୪ ଜାନୁୟାରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD) । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୩୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ି ଗୁଡ଼ିକରେ ଆସନ୍ତା ବର୍ଷ ଜୁନ୍ ୩୦ ସୁଦ୍ଧା ଭିଏଲଟିଡ଼ି ଲଗାଇବାରୁ ନିର୍ଦ୍ଦେଶ ଦିଆଯାଇଛି ।

10- ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା :  ରାଜ୍ୟରେ ଏବେ ଧିରେ ଧିରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଜି .ଉଜୟଗିରି ଶୁକ୍ରବାର ରାଜ୍ୟର ସବୁଠୁ ଥଣ୍ତା ସହର ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା  ୭.୫ ଡିଗ୍ରୀ ରେକର୍ଡ କରାଯାଇଛି। ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ୨୩ ସହରର ତାପମାତ୍ରା  ୧୫ ଡିଗ୍ରୀ  ତଳେ ରହିଛି ।  ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ  ୧୭ ତାରିଖରୁ ରାଜ୍ୟରେ ଥଣ୍ତା କମିଯିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। 

Also Read- RRB Group D Eligibility: ୩୮ ବର୍ଷ ବୟସରେ ପାଇପାରିବେ ରେଲୱେ ଚାକିରି, ଜାଣନ୍ତୁ ଏହି ବିବରଣୀ