Weather News: ୩ଟି ସହରର ତାପମାତ୍ରା ୩୬ ଡିଗ୍ରୀ ପରେ, ଆସନ୍ତାକାଲି ଏହି ସ୍ଥାନରେ ବର୍ଷା ସମ୍ଭାବନା...
Advertisement
Article Detail0/zeeodisha/odisha2123654

Weather News: ୩ଟି ସହରର ତାପମାତ୍ରା ୩୬ ଡିଗ୍ରୀ ପରେ, ଆସନ୍ତାକାଲି ଏହି ସ୍ଥାନରେ ବର୍ଷା ସମ୍ଭାବନା...

Weather News: ଆଜି ସମୁଦାୟ ୧୮ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ରେକର୍ଡ ହୋଇଛି । ୩ଟି ସ୍ଥାନରେ ପାରଦ ୩୬ ଡିଗ୍ରୀ ସେଲସିୟସ୍ ପାର୍ କରିଛି । ସେହି ସ୍ଥାନ ମଧ୍ୟରେ ରହିଛି ସୋନପୁର, ଭୁବନେଶ୍ୱର ଏବଂ ତାଳଚେର । ସୋନପୁରରେ ସର୍ବାଧିକ ୩୬.୩ ଡିଗ୍ରୀ, ଭୁବନେଶ୍ୱର ଏବଂ ତାଳଚେରରେ ୩୬.୨ ଡିଗ୍ରୀ ରେକର୍ଡ ହୋଇଛି ।

Weather News: ୩ଟି ସହରର ତାପମାତ୍ରା ୩୬ ଡିଗ୍ରୀ ପରେ, ଆସନ୍ତାକାଲି ଏହି ସ୍ଥାନରେ ବର୍ଷା ସମ୍ଭାବନା...

Weather News: ଧିରେ ଧିରେ ରାଜ୍ୟରେ ବଢୁଛି ପାରଦ । ଆଜି ସମୁଦାୟ ୧୮ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ରେକର୍ଡ ହୋଇଛି । ୩ଟି ସ୍ଥାନରେ ପାରଦ ୩୬ ଡିଗ୍ରୀ ସେଲସିୟସ୍ ପାର୍ କରିଛି । ସେହି ସ୍ଥାନ ମଧ୍ୟରେ ରହିଛି ସୋନପୁର, ଭୁବନେଶ୍ୱର ଏବଂ ତାଳଚେର । ସୋନପୁରରେ ସର୍ବାଧିକ ୩୬.୩ ଡିଗ୍ରୀ, ଭୁବନେଶ୍ୱର ଏବଂ ତାଳଚେରରେ ୩୬.୨ ଡିଗ୍ରୀ ରେକର୍ଡ ହୋଇଛି ।

ସେହିପରି, ଟିଟିଲାଗଡ ଏବଂ ବୋଦ୍ଧରେ ୩୬ ଡିଗ୍ରୀ, ଝାରସୁଗୁଡାରେ ୩୫.୭ ଡିଗ୍ରୀ, ଭଦ୍ରକ ଏବଂ ଢେଙ୍କାନାଳରେ ୩୫.୬ ଡିଗ୍ରୀ, ଭବାନୀପାଟଣା, ନୟାଗଡ ଏବଂ ବଲାଙ୍ଗିରରେ ୩୫.୫ ଡିଗ୍ରୀ, କଟକ ଏବଂ ମାଲକାନାଗିରିରେ ୩୫.୪ ଡିଗ୍ରୀ, ଅନୁଗୋଳରେ ୩୫.୩ ଡିଗ୍ରୀ, ବାଲେଶ୍ୱର ଏବଂ ଯାଜପୁରରେ ୩୫.୨ ଡିଗ୍ରୀ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୨୩ ଫେବୃଆରୀ ଦିନ ସକାଳେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ହଲକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କାଲି ସକାଳ ପରଠୁ ୨୪ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ ଏବଂ ରାୟଗଡ଼ା । ଏହି ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨୯ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି ।

Also Read- ଆନ୍ତର୍ଜାତୀୟ ପଦକ ବିଜେତା ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

Also Read- Crime News: ୩ ଭାଙ୍ଗ ବେପାରୀଙ୍କୁ ଧରିଲା ଅବକାରୀ ବିଭାଗ