Crime News: ୩ ଭାଙ୍ଗ ବେପାରୀଙ୍କୁ ଧରିଲା ଅବକାରୀ ବିଭାଗ
Advertisement

Crime News: ୩ ଭାଙ୍ଗ ବେପାରୀଙ୍କୁ ଧରିଲା ଅବକାରୀ ବିଭାଗ

Crime News: ଆଗକୁ ହୋଲି ଆସୁଥିବାରୁ ହୋଲିରେ ଭାଙ୍ଗ ବିକ୍ରୀ କରିବା ପାଇଁ ବିହାରରୁ ଭୁବନେଶ୍ୱରକୁ ଭାଙ୍ଗ ଚାଲାଣ ହେଉଥିଲା । ଭାଙ୍ଗ ଚୋରାଚାଲାଣ ସମ୍ପର୍କରେ ଖବର ପାଇ ଅବକାରୀ ବିଭାଗ ରେଡ୍ କରିଥିଲା ।

Crime News: ୩ ଭାଙ୍ଗ ବେପାରୀଙ୍କୁ ଧରିଲା ଅବକାରୀ ବିଭାଗ

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହେଲେ ୩ ଜଣ ଭାଙ୍ଗ ବେପାରୀ । ଆଗକୁ ହୋଲି ଆସୁଥିବାରୁ ହୋଲିରେ ଭାଙ୍ଗ ବିକ୍ରୀ କରିବା ପାଇଁ ବିହାରରୁ ଭୁବନେଶ୍ୱରକୁ ଭାଙ୍ଗ ଚାଲାଣ ହେଉଥିଲା । ଭାଙ୍ଗ ଚୋରାଚାଲାଣ ସମ୍ପର୍କରେ ଖବର ପାଇ ଅବକାରୀ ବିଭାଗ ରେଡ୍ କରିଥିଲା ।

ସୂଚନା ମୁତାବକ, ବାଲିପାଟଣା ମହୁଖଣ୍ଡା ଗାଁରେ ଚଢଉ ସମୟରେ ୫୨୦ କେଜି ଭାଙ୍ଗ ଜବତ କରିଛି ଅବକାରୀ ବିଭାଗ । ଏଥି ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତମାନେ କେବେଠାରୁ ଏପରି କାର୍ଯ୍ୟରେ ଲିପ୍ତ ରହିଛନ୍ତି ଏବଂ ଆଉ କେଉଁ ସ୍ଥାନକୁ ଭାଙ୍ଗ ଚୋରା ଚାଲାଣ କରନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି । ଆଗକୁ ମଧ୍ୟ ଏପରି ଚଢାଉ ଜାରି ରହିବ ଏବଂ ଯଦି କୌଣସି ବ୍ୟକ୍ତି ଏପରି ଚୋରା ନିଶାଦ୍ରବ୍ୟ କାରବାରରେ ନିଜକୁ ନିୟୋଜିତ କରିଥାନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି ।

Also Read- ବିନା ବିବାହରେ ନେଇ ପାରିବେ କି Maternity leave? ଜାଣନ୍ତୁ କ'ଣ ରହିଛି ନିୟମ

Also Read- Crime News: ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ, ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ୨ ଲକ୍ଷ