Odisha Accident: ହିଞ୍ଜିଳିରେ ଭୟଙ୍କର ଦୁର୍ଘଟଣା, ୨ ମୃତ, ୧୫ ମେଡିକାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha2191267

Odisha Accident: ହିଞ୍ଜିଳିରେ ଭୟଙ୍କର ଦୁର୍ଘଟଣା, ୨ ମୃତ, ୧୫ ମେଡିକାଲରେ ଭର୍ତ୍ତି

Odisha Accident: ଶନିବାର ସକାଳୁ ସକାଳୁ ଦୁର୍ଘଟଣାରେ ୨ ପ୍ରାଣହାନୀ। ଗଞ୍ଜାମ ହିଞ୍ଜିଳିରେ ଭୟଙ୍କର ଦୁର୍ଘଟଣା ନେଇଗଲା ୨ ଦଣ୍ଡୁଆଙ୍କ ଜୀବନ।ଏକ ପିକଅପ୍ ଭ୍ୟାନ ଓଲଟି ଦୁଇ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ଅଛି । 

Odisha Accident: ହିଞ୍ଜିଳିରେ ଭୟଙ୍କର ଦୁର୍ଘଟଣା, ୨ ମୃତ, ୧୫ ମେଡିକାଲରେ ଭର୍ତ୍ତି

Odisha Accident: ଶନିବାର ସକାଳୁ ସକାଳୁ ଦୁର୍ଘଟଣାରେ ୨ ପ୍ରାଣହାନୀ। ଗଞ୍ଜାମ ହିଞ୍ଜିଳିରେ ଭୟଙ୍କର ଦୁର୍ଘଟଣା ନେଇଗଲା ୨ ଦଣ୍ଡୁଆଙ୍କ ଜୀବନ।ଏକ ପିକଅପ୍ ଭ୍ୟାନ ଓଲଟି ଦୁଇ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ଅଛି । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ(Berhampur Medical) ରେ ଭର୍ତ୍ତି କରାଯାଇଛି ।

ତେବେ ସୂଚନା ଅନୁସାରେ ଉକ୍ତ ପିକଅପରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୨୨ ଜଣ ଦଣ୍ଡୁଆ ଯାଉଥିବା ବେଳେ ଏହି ଅଘଟଣଟି ଘଟିଛି।ଦୁଇଟି ପିକଅପ୍ ଭ୍ୟାନରେ ଦଣ୍ଡୁଆମାନେ ବ୍ରହ୍ମପୁରରୁ କ୍ଷେତ୍ର ବ୍ରହ୍ମପୁର ଯାଉଥିବା ବେଳେ ହିଞ୍ଜିଳୀ ଥାନା ଅନ୍ତର୍ଗତ ସାରୁ ନିକଟରେ ଦୁର୍ଘଟଣା ଘଟିଥିଲା । ଗୋଟିଏ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡି ଏହି ଦୁର୍ଘଟଣା ଘଟିଛି।