Odisha News: INS ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚ୍ ପାସିଂ ଆଉଟ୍ ପ୍ୟାରେଡ
Advertisement
Article Detail0/zeeodisha/odisha2158792

Odisha News: INS ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚ୍ ପାସିଂ ଆଉଟ୍ ପ୍ୟାରେଡ

Odisha News: ଆଇଏନ୍ଏସ୍ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚର ପାସିଂ ଆଉଟ୍ ପ୍ୟାରେଡ୍ (POP) ଅନୁଷ୍ଠିତ ହୋଇଯାଇଛି। ଏହି ପିଓପି ସହିତ ଚିଲିକାରେ କଠୋର ପ୍ରଶିକ୍ଷଣ ନେଇଥିବା ୩୯୪୬ ମହିଳା ଅଗ୍ନିବୀରଙ୍କ ସମେତ ମୋଟ ୨ ହଜାର ୬୩୦ ଅଗ୍ନିବୀରଙ୍କ ପ୍ରଶିକ୍ଷଣର ସଫଳ ସମାପନ ହୋଇଛି।

Odisha News: INS ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚ୍ ପାସିଂ ଆଉଟ୍ ପ୍ୟାରେଡ

Odisha News: ଆଇଏନ୍ଏସ୍ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚର ପାସିଂ ଆଉଟ୍ ପ୍ୟାରେଡ୍ (POP) ଅନୁଷ୍ଠିତ ହୋଇଯାଇଛି। ଏହି ପିଓପି ସହିତ ଚିଲିକାରେ କଠୋର ପ୍ରଶିକ୍ଷଣ ନେଇଥିବା ୩୯୪୬ ମହିଳା ଅଗ୍ନିବୀରଙ୍କ ସମେତ ମୋଟ ୨ ହଜାର ୬୩୦ ଅଗ୍ନିବୀରଙ୍କ ପ୍ରଶିକ୍ଷଣର ସଫଳ ସମାପନ ହୋଇଛି। ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂର୍ଯ୍ୟାସ୍ତ ପରେ ପିଓପିର ସମୀକ୍ଷା କରିଥିଲେ। ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ ଭି ଶ୍ରୀନିବାସ ମଧ୍ୟ ଏହି ପାସିଙ୍ଗ ଆଉଟ୍ ପ୍ୟାରେଡରେ ଉପସ୍ଥିତ ଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ପାସ ଆଉଟ୍ ଅଗ୍ନିବୀର ପାଠ୍ୟକ୍ରମର ଗର୍ବିତ ପରିବାର ସଦସ୍ୟମାନେ ଉପସ୍ଥିତ ରହି ଅଗ୍ନିବୀରଙ୍କୁ ଉତ୍ସାହିତ କରିଥିଲେ । ଏହାବ୍ୟତୀତ ସମାରୋହରେ ବିଭିନ୍ନ ଉଚ୍ଚ ପଦସ୍ଥ ଭେଟେରାନ୍ ଓ କ୍ରୀଡ଼ାବିତ୍ ଉପସ୍ଥିତ ରହି ଅଗ୍ନିବୀରମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରେରଣା ପ୍ରଦାନ କରିଥିଲେ। ଶେଷରେ ଆଇଏନଏସର ବାର୍ଷିକ ପତ୍ରିକା ''ଅଙ୍କୁର'' ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା।