ରଂଗତୂଳୀରେ ସାମାଜିକ ସଂଘର୍ଷର ଦୋମୁହାଁ ଚରିତ୍ର
Advertisement
Article Detail0/zeeodisha/odisha2234671

ରଂଗତୂଳୀରେ ସାମାଜିକ ସଂଘର୍ଷର ଦୋମୁହାଁ ଚରିତ୍ର

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଚିତ୍ରକଳା ପ୍ରଦର୍ଶନୀ

ରଂଗତୂଳୀରେ ସାମାଜିକ ସଂଘର୍ଷର ଦୋମୁହାଁ ଚରିତ୍ର

କଟକ: ଆଧୁନିକ ଯୁବପିଢ଼ିର ଚିନ୍ତା ଓ ଚେତନା କେଉଁସବୁ ଜିନିଷକୁ ପ୍ରାଧାନ୍ୟ ଦିଏ, ସେସବୁକୁ ନିଜ ନିଜ ରଂଗତୂଳୀରେ ପ୍ରଦର୍ଶିତ କରିବାରେ ସଫଳ ହୋଇଛନ୍ତି କଟକ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଳା, ଯୋଗାଯୋଗ ଏବଂ ଇଣ୍ଡିକ୍ ଷ୍ଟଡ଼ିଜ୍ ବିଭାଗର ଦୁଇ ଶେଷବର୍ଷ ଛାତ୍ରୀ ସାଗରିକା ସରକାର ଓ ପ୍ରିୟମ୍ବଦା ଛେତ୍ରୀ । ଫାଇନ୍ ଆର୍ଟ କ୍ଲବ୍ ସହଯୋଗରେ ଆୟୋଜିତ ଏହି ଦୁଇଦିନିଆ ଚିତ୍ରକଳା ପ୍ରଦର୍ଶନୀ ଶୁକ୍ରବାର ଉଦଯାପିତ ହୋଇଛି ।
ସାଗରିକା ସରକାରଙ୍କ କଳାକୃତିରେ ଦେଖିବାକୁ ମିଳିଥିଲା ସମକାଳୀନ ମାନବ ଜୀବନ ସାମ୍ନା କରୁଥିବା ବିଭିନ୍ନ ଚାପକୁ । ଏହାର ବିପରୀତ ପ୍ରିୟମ୍ବଦା ଛେତ୍ରୀଙ୍କ କାନଭାସରେ ସ୍ଥାନ ପାଇଥିଲା ବିଭିନ୍ନ ସାମାଜିକ ଅପହରଣ, ତାହା ଜମି ହେଉ ଅବା ହେଉ ନାରୀର ଶରୀର । ବର୍ତ୍ତମାନ ବ୍ୟକ୍ତିତ୍ୱର ଦ୍ରୁତ ସାମାଜିକ ସ୍ଖଳନ ଏଥିରେ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା ।

ଏଥିରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବିଏଫଏ ପକ୍ଷରୁ ଚିତ୍ରକଳା ବିଭାଗର ସହକାରୀ ପ୍ରାଧ୍ୟାପକ ତାରକନାଥ ଦାସ ଯୋଗଦେଇ କହିଥିଲେ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ପାରମ୍ପରିକ ଚିତ୍ରକଳାରେ ଧ୍ୟାନ କେନ୍ଦ୍ରିତ ନ କରି ଆଧୁନିକ ଓ ସମକାଳୀନ କଳାକୁ ମଧ୍ୟ ନିଜ କଳାକୃତି ଭିତରେ ସ୍ଥାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ, ଏହା କେବଳ କଳାକୃତିର ପ୍ରଦର୍ଶନୀ ନୁହେଁ, ସାମାଜିକ ଅସ୍ତିତ୍ୱର ଜଟିଳତାକୁ ମଧ୍ୟ ପ୍ରଦର୍ଶିତ କରିବାରେସଫଳ ହୋଇଛି । ଏହି ପ୍ରଦର୍ଶନୀକୁ ବୁଲି ଦେଖିଥିବା ଦର୍ଶକମାନେ ଏହାକୁ ନେଇ ଖୁବ୍ ସକାରାତ୍ମକ ମନ୍ତବ୍ୟ ଦେଇଥିଲେ । ଏହା ଜରିଆରେ ସମକାଳୀନ କଳା ସମ୍ପର୍କରେ କଟକ-ଭୁବନେଶ୍ୱର ଦ୍ୱୈତ ନଗରୀରେ ସଚେତନତା ସୃଷ୍ଟି କରିବା ଥିଲା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଲଳିତ କଳା ବିଭାଗର ଲକ୍ଷ୍ୟ ବୋଲି ଆୟୋଜକମାନେ ସ୍ପଷ୍ଟ କରିଥିଲେ ।

Also Read- Love Story: ପ୍ରେମ ଭାଙ୍ଗିଲା ଧର୍ମର କାନ୍ଥ, ହିନ୍ଦୁ ଯୁବକଙ୍କୁ ବାହାହେଲେ ମୁସଲିମ ଝିଅ

Also Read- BSNLର ଜବରଦସ୍ତ ପ୍ଲାନ୍, ମାତ୍ର ୩ଟଙ୍କା ଖର୍ଚ୍ଚରେ ଅନେକ ଲାଭ