Top 10 News Today: ୨୯ ତାରିଖରେ ପୁଣି ଆସିବେ ମୋଦି, ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2258944

Top 10 News Today: ୨୯ ତାରିଖରେ ପୁଣି ଆସିବେ ମୋଦି, ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:ଏପର୍ଯ୍ୟନ୍ତ ଘଟିଥିବା ଛୋଟ ବଡ଼ ଖବର ଜାଣନ୍ତୁ ଚୁଟକୀରେ

Top 10 News Today: ୨୯ ତାରିଖରେ ପୁଣି ଆସିବେ ମୋଦି, ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

01-  ମେ ୨୯ ତାରିଖ ଦିନ ପୁଣି ଓଡ଼ିଶାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବିଜୟପାଲସିଂ ତୋମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜନସଭାରେ ପ୍ରଚାର କରିବେ ମୋଦି । ଅନ୍ୟପଟେ ଆସନ୍ତା ୨୫ ତାରିଖ ଦିନ ପୁଣି ଓଡ଼ିଶା ଅଭିମୁଖେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବାରିପଦା, ଚାନ୍ଦବାଲି, କୋରେଇ ଏବଂ ନିମାପଡ଼ାରେ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

02- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ । ଅଭିଯୁକ୍ତ ନାମ ଅଙ୍କିତ ଗୋଏଲ୍‌ ଏବଂ ତା ଘର ବରେଲି ଅଞ୍ଚଳରେ । ସିସିଟିଭି ଭିଜୁଆଲକୁ ଆଧାର କରି ତାକୁ ଠାବ କରାଯାଇଥିବା ସୂଚନା ମିଳିଛି ।ବ୍ୟକ୍ତିଜଣକ ଉଚ୍ଚ ଶିକ୍ଷିତ ଏବଂ ଏକ ବ୍ୟାଙ୍କରେ ଚାକିରି କରନ୍ତି । ସେ କୌଣସି ରାଜନୈତିକ ଦଳର ନୁହଁନ୍ତି । ତେବେ ଅଭିଯୁକ୍ତ ଅଙ୍କିତ କାହିଁକି ଏପରି କାର୍ଯ୍ୟକଲେ ସେନେଇ ପୋଲିସ ପଚରାଉଚରା କରୁଛି । ତାଙ୍କର ମାନସିକ ସ୍ୱାସ୍ଥ୍ୟ ଠିକ୍ ଅଛି କି ନାହିଁ ତାହା ମିଡିକାଲ୍ ଟେଷ୍ଟ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

03- ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ ହୋଇଛି । ଏହାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଅଦାଲତରୁ ଏପରି ରାୟ ମିଳିବା ପରେ ହେମନ୍ତ ସୋରେନ୍‌ଙ୍କ ଓକିଲ ନିଜ ଆବେଦନକୁ ପ୍ରତ୍ୟାହର କରିଦେଇଥିବା ଜଣାପଡିଛି । ଜଷ୍ଟିସ୍‌ ଦୀପଙ୍କୀ ଦତ୍ତା ଏବଂ ଜଷ୍ଟିସ ସତୀଶ ଚନ୍ଦ୍ରଙ୍କ ଖଣ୍ଡପୀଠ ଶୁଣାଣି ସମୟରେ ତଥ୍ୟ ଲୁଚାଇବା କଥାକୁ ନେଇ ସୋରେନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । 

04- ମଇ ୨୬ ତାରିଖ ଦିନ ଅପରାହ୍ନ ସମୟରେ ପ୍ରକାଶ ପାଇବ ଦ୍ବାଦଶ ଶ୍ରେଣୀ ରେଜଲ୍ଟ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଆସିବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । www.orissaresults.nic.inରେ ପ୍ରକାଶ ପାଇବ ରେଜଲ୍ଟ

05- ଆଜି ଓଡ଼ିଶା ଗସ୍ତରେ ଆସି ଅଭିନେତା ତଥା ବିଜେପି ନେତା ଅରୁଣ ଗୋଭିଲ୍ କେନ୍ଦୁଝର ଚମ୍ପୁଆରେ ପହଞ୍ଚିଛନ୍ତି। ସେ ସଭାରେ କହିଛନ୍ତି ଯେ, ଲୋକଙ୍କ ଉତ୍ସାହ ଦେଖି ଲାଗୁଛି ଯେପରି ଏଠାରେ ସରକାର ବଦଳିବାର ସମୟ ଆସିଯାଇଛି । 'ପ୍ରଧାନମନ୍ତ୍ରୀ ମୋଦି ତଥା ବିଜେପି କାରଣରୁ ରାମ ମନ୍ଦିର ହୋଇପାରିଛି । ତେଣୁ ବିଜେପି ସରକାର ଆଣିବା ପାଇଁ ଲୋକଙ୍କୁ କହିଛନ୍ତି ଅରୁଣ । କେନ୍ଦ୍ର ସରକାରଙ୍କ ଯୋଜନାରେ ଲୋକଙ୍କୁ କେଉଁ ଲାଭ ମିଳୁଛି ସେ ସମ୍ପର୍କରେ ମଧ୍ୟ ସଭାରେ କହିଛନ୍ତି ।

06- ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ନିଶାଣରେ ନେଇଛନ୍ତି ନବୀନ। ସେ ଜଗନ୍ନାଥ ଓ ଲିଙ୍ଗରାଜ ପ୍ରକଳ୍ପରେ ବାଧା ଆଣିବାକୁ ଚାହିଁଥିଲେ। ଏଣୁ ଆପଣମାନେ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାବେଳି ପଡ଼ିଆରେ ସେ ଏକ ବିଶାଳ ଜନ ସଭାକୁ ଉଦବୋଧନ ଦେଇ ଭୁବନେଶ୍ୱର ସାଂସଦଙ୍କ ନାଁ ନନେଇ କହିଛନ୍ତି ସେ, ଯେଉଁ ରିପୋର୍ଟ କାର୍ଡ ଦେଇଛନ୍ତି ତାହା ସରପଞ୍ଚଙ୍କ ରିପୋର୍ଟ କାର୍ଡଠୁ ବି ହୀନ। ୧୦ଜଣ ସରପଞ୍ଚ ତାଙ୍କଠୁ ଭଲ କାମ କରିଛନ୍ତି ବୋଲି ସେ କହିଛନ୍ତି। 

07- ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ ହତ୍ୟା କରାଯାଇଛି। କୋଲକାତା ପୋଲିସ ଆଜିମଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ ଅବସ୍ଥାରେ ଉଦ୍ଧାର କରିଛି। ସେ ଗତ ଆଠ ଦିନ ଧରି ନିଖୋଜ ଥିଲେ। ବାଂଲାଦେଶର ଜେନାଡା-୪ ନିର୍ବାଚନମଣ୍ଡଳୀର ସାଂସଦ ଥିବା ଅନୱାରୁଲ ଆଜିମ ଚିକିତ୍ସା ପାଇଁ ପଶ୍ଚିମବଙ୍ଗକୁ ଆସିଥିଲେ। ସୂଚନା ଅନୁଯାୟୀ, ଅଜିମ ବାଂଲାଦେଶ ଆୱାମୀ ଲିଗର ସଦସ୍ୟ ଥିଲେ। ସେ ତିନିଥର ସାଂସଦ ଥିଲେ। ଅଜିମ ଖୁଲନା ବିଭାଗର ମଧୁଗୁଞ୍ଜର ବାସିନ୍ଦା ଥିଲେ।

08- ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ଦିନର ସମ୍ପର୍କ ଏହି ଦଳ ସହ ରହିଥିଲା। ବିଜୁ ପଟ୍ଟନାୟକଙ୍କ ସମୟରୁତାଙ୍କ ବାପା ପର୍ଶୁରାମ ପାଣିଗ୍ରାହୀଙ୍କ ସମ୍ପର୍କ ରହିଆସିଥିଲା। କିନ୍ତୁ ଦଳ ତାଙ୍କୁ ଧ୍ୟାନ ନଦେବାରୁ ଏବେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। 

09- ବର୍ଷା ଋତୁରେ କେତେବେଳେ ବି ହୀରାକୁଦର ନଦୀ ବନ୍ଧ ଖୋଲିପାରେ। ଏଥିଲାଗି ସଧାରଣ ଜନତାଙ୍କୁ ସତର୍କ କରିଛନ୍ତି ବନ୍ଧ କର୍ତ୍ତୃପକ୍ଷ। ବୁଧବାର ଦିନ ଏଥିନେଇ ଏକ ବିଜ୍ଞପ୍ତି ଜାରି କରାଯାଇ ଗଣମାଧ୍ୟମ ଜରିଆରେ ପ୍ରଚାର କରାଯାଇଛି। ଏବେ ବର୍ଷାଋତୁ ଆସିବାକୁ ଥିବାରୁ ମହାନଦୀ ଶଯ୍ୟାରେ ଯିବା ଆସିବା ତଥା ଅବାଧ ବ୍ୟବହାରରୁ କ୍ଷାନ୍ତ ରହିବାକୁ ଜନସାଧାରଣଙ୍କୁ କୁହାଯାଇଛି।

10- ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, 'ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ'। ୨୩ରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଯିବା ମନା ହୋଇଛି। ସେହିପରି, ୨୪ରୁ ଉତ୍ତର ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା ହୋଇଛି। ଦକ୍ଷିଣ, ଉତ୍ତର ଓଡ଼ିଶାରେ କାଳବୈଶାଖୀ ଲାଗି ରହିବ । ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ ରହିବ ତାତି, ଆଭ୍ୟନ୍ତରଣ ଓଡ଼ିଶାରେ ପାରା ୪୦ ଟପିବ। 

Also Read- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣା, ଗିରଫ ହେଲା ଅଭିଯୁକ୍ତ