ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣା, ଗିରଫ ହେଲା ଅଭିଯୁକ୍ତ
Advertisement
Article Detail0/zeeodisha/odisha2258681

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣା, ଗିରଫ ହେଲା ଅଭିଯୁକ୍ତ

ଧମକ ଦେଇଥିବା ଅଭିଯୁକ୍ତ ନାମ ଅଙ୍କିତ ଗୋଏଲ୍‌ ଏବଂ ତା ଘର ବରେଲି ଅଞ୍ଚଳରେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । 

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣା, ଗିରଫ ହେଲା ଅଭିଯୁକ୍ତ

ନୂଆଦିଲ୍ଲୀ: ୩ ଦିନ ତଳେ ଏକ ମେଟ୍ରୋ ଷ୍ଟେସନ ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ବାର୍ତ୍ତାରେ ଏହା ଉଲ୍ଲେଖ ଥିଲା ଯେ, କେଜ୍ରିୱାଲଙ୍କୁ ହତ୍ୟା କରାଯିବ । ତେବେ ଏପରି ବାର୍ତ୍ତା ମିଳିବାପରେ ଚର୍ଚ୍ଚା ଜୋର ଧରିଥିଲା । କିଏ ଏହି ମେସେଜ୍ କେଜ୍ରିୱାଲଙ୍କୁ ଦେଲା ସେନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଅଭିଯୁକ୍ତ ଜଣକ ଧରାପଡିଛି । ସିସିଟିଭି ଭିଜୁଆଲକୁ ଆଧାର କରି ତାକୁ ଠାବ କରାଯାଇଥିବା ସୂଚନା ମିଳିଛି ।

କୁହାଯାଉଛି ଯେ, ଧମକ ଦେଇଥିବା ଅଭିଯୁକ୍ତ ନାମ ଅଙ୍କିତ ଗୋଏଲ୍‌ ଏବଂ ତା ଘର ବରେଲି ଅଞ୍ଚଳରେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ବ୍ୟକ୍ତିଜଣକ ଉଚ୍ଚ ଶିକ୍ଷିତ ଏବଂ ଏକ ବ୍ୟାଙ୍କରେ ଚାକିରି କରନ୍ତି । ସେ କୌଣସି ରାଜନୈତିକ ଦଳର ନୁହଁନ୍ତି । ତେବେ ଅଭିଯୁକ୍ତ ଅଙ୍କିତ କାହିଁକି ଏପରି କାର୍ଯ୍ୟକଲେ ସେନେଇ ପୋଲିସ ପଚରାଉଚରା କରୁଛି । ତାଙ୍କର ମାନସିକ ସ୍ୱାସ୍ଥ୍ୟ ଠିକ୍ ଅଛି କି ନାହିଁ ତାହା ମିଡିକାଲ୍ ଟେଷ୍ଟ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଏଥିସହ ଅଭିଯୁକ୍ତର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାରେ ମଧ୍ୟ କେଜ୍ରିୱାଲଙ୍କ ସମ୍ପର୍କରେ ପୋଷ୍ଟ କରାଯାଇଛି ।

 

ଆପଣଙ୍କୁ କହିରଖୁଛୁ ଯେ, ମେ ୧୯ ତାରିଖ ଦିନ ପଟେଲ ନାଗର ଏବଂ ରାଜୀବ ଚୌକ୍‌ ମେଟ୍ରୋ ଷ୍ଟେସନର କିଛି ସ୍ଥାନରେ କେଜ୍ରିୱାଲଙ୍କ ବିରୋଧରେ ଏପରି ଧମକପୂର୍ଣ୍ଣ ଲେଖା ନଜରକୁ ଆସିଥିଲା । ଏହାପରେ ଆମ ଆଦମୀ ପାର୍ଟି ଏହାକୁ ନେଇ ବିଜେପି ଉପରେ ବର୍ଷିଥିଲା । ପରେ ଏ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆପ ପକ୍ଷରୁ ପୋଷ୍ଟ କରାଯାଇଥିଲା । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ପ୍ରକ୍ରିୟା ଚାଲୁ ରଖିଛି ।

Also Read- Kedarnath Yatra: ବାବା କେଦାରନାଥଙ୍କ ଗର୍ଭଗୃହ ଦର୍ଶନ ଆରମ୍ଭ, ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Also Read- ବିଜେଡିରୁ ଇସ୍ତଫା ଦେଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ