Top 10 News Today: ବିଜେଡିକୁ ଲାଗିଲା ଆଉ ଏକ ଝଟ୍‌କା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2194901

Top 10 News Today: ବିଜେଡିକୁ ଲାଗିଲା ଆଉ ଏକ ଝଟ୍‌କା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ବିଜେଡିକୁ ଲାଗିଲା ଆଉ ଏକ ଝଟ୍‌କା, ଦଳ ଛାଡିଲେ ଛାଡ଼ିଲେ ପ୍ରଭାସ ସିଂ ଏବଂ ନାରାୟଣ ଲୁହା ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର ।

Top 10 News Today: ବିଜେଡିକୁ ଲାଗିଲା ଆଉ ଏକ ଝଟ୍‌କା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

01- ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପର ଅନେକ ବରିଷ୍ଠ ନେତା ଏବେ ଜେଲରେ ଥିବା ବେଳେ ପୁଣି ଜଣେ ନେତାଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆପ୍ ନେତା ଦୁ‌ର୍ଗେଶ ପାଠକଙ୍କୁ ଆଜି ଇଡି ସମନ ପଠାଇଥିବା ଜଣାପଡ଼ିଛି। “ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କଠାରୁ ଆରମ୍ଭ କରି ଏବେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଅନ୍ୟ ଚାରିଜଣ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ସେମାନେ ହେଲେ ରାଘବ ଚଢ଼ା, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ମୁଁ।” ସାମ୍ବାଦିକ ସମ୍ମିଳନୀ କରି ଆପ୍ ନେତ୍ରୀ ଅତିଶି ମାର୍ଲେନା ଏଭଳି କହିବାର କିଛି ଦିନ ପରେ ଆଜି ଇଡି ଦୁର୍ଗେଶ ପାଠକଙ୍କୁ ସମନ ପଠାଇଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

02- ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସେ  ନବୀନନିବାସ ଆସି ନିଜର ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ଚଳିତ ନିର୍ବାଚନରେ ବରଗଡ଼ ଲୋକସଭା ପ୍ରାର୍ଥୀ ହେବା ଲାଗି ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଦଳ ତାଙ୍କ ବଦଳରେ ପରିଣୀତା ମିଶ୍ରଙ୍କୁ ବରଗଡ଼ ଲୋକସଭା ଟିକେଟ ଦେଇଥିଲା। ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରଭାସ ସିଂ। ପ୍ରଭାସ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ବିଜେଡି ସାଂସଦ ଥିଲେ।

03- ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ ବଡ ଝଟକା । ବିଆରଏସ ନେତା କେ.କବିତାଙ୍କ ଜାମିନ ଆବେଦନକୁ ଖାରଜ କଲେ ରାଉଜ୍ ଆଭେନ୍ୟୁ କୋର୍ଟ । ଗତ ମାସରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଭରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ.କବିତା । ଏପ୍ରିଲ ୨ରେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ସେ ବର୍ତ୍ତମାନ ଏପ୍ରିଲ ୧୫ପର୍ଯ୍ୟନ୍ତ ଜେଲରେ ରହିବାକୁ ଯାଉଛନ୍ତି।

04- ମୋଜାମ୍ବିକରେ ସମୂଦ୍ରରେ ଜାହାଜ ବୁଡ଼ି ଯିବାରୁ ୯୧ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଜାହାଜ ପ୍ରାୟ ୧୩୦ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଜାହାଜଟି ନାମ୍ପୁଲାରେ ଥିବା ଏକ ଦ୍ୱୀପକୁ ଯାଉଥିଲା । ଏହି ସମୟରେ ହିଁ ଜାହାଜଟି ବୁଡ଼ି ଯାଇଥିଲା । ଗତ ରବିବାର ଦିନ ଏହି ଘଟଣାଟି ଘଟିଥିଲା । ଜାହାଜରେ ଅଧିକ ଲୋକ ଥିଲେ । ଫଳରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୯୧ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଜଣାପଡ଼ିଛି । କଲେରା ବ୍ୟାପୁଥିବାରୁ ଅନେକ ଦେଶ ଛାଡ଼ି ଚାଲିଯାଉଥିଲେ । ସରକାରୀ ତଥ୍ୟ ଅନୁଯାୟୀ ଗତ ଅକ୍ଟୋବରରୁ ଦକ୍ଷିଣ ଆଫ୍ରିକୀୟ ଦେଶମାନଙ୍କରେ ପ୍ରାୟ ୧୫,୦୦୦ ଜଣ ଜଳ ଜନିତ ରୋଗରେ ପୀଡିତ ହୋଇଥିବା ବେଳେ, ପ୍ରାୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି ।

05- ଆଜିଠୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛତିଶଗଡ ଏବଂ ମହାରାଷ୍ଟ୍ରରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀମାନଙ୍କ ପ‌ାଇଁ ସେ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ବସ୍ତର ଏବଂ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ରାଲି କରିବା ସହ ସମର୍ଥକଙ୍କୁ ସମ୍ବୋଧିତ କରିବେ। ଛତିଶଗଡରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧.୩୦ରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ବିଜେପି ପ୍ରାର୍ଥୀ ମହେଶ କଶ୍ୟପଙ୍କୁ ସମର୍ଥନ କରିବା ପାଇଁ ସେ ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାନପୁରୀର ଆମାବାଲ ଗ୍ରାମରେ ଆୟୋଜିତ ଜନ ସମାବେଶରେ ଯୋଗ ଦେଇଛନ୍ତି ।

06- ମାଲକାନଗିରି ନିକଟ ଛତିଶଗଡ଼ର ସୁକ୍‍ମା ଅଞ୍ଚଳରୁ ୬ ଜଣ ନକ୍ସଲପନ୍ଥୀ ଗିରଫ ହୋଇଛନ୍ତି। ଜିଲ୍ଲା ପୋଲିସ ଏବଂ ସିଆରପିଏଫ୍‍ର କୋବ୍ରା ବାହିନୀର ମିଳିତ ସର୍ଚ୍ଚ ଅପରେସନ୍‍ ବଳେ ଏହି କୁଖ୍ୟାତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଏହାସହ ୧୯ଟି ବିଜିଏଲ୍‍ ବୋମା ଏବଂ ବିପୁଳ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି।

07-ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମଛଦା ନିକଟରେ ବନ୍ଧୁକ ଫୁଟାଇ ଜନୈକ ଦୋକାନୀଙ୍କ ଠାରୁ ଗହଣା ଲୁଟ  । ହାଟ ସାରି ବାଇକରେ ଘରକୁ ଯାଉଥିବା ସମୟରେ ମଛଦା ଗ୍ରାମ ନିକଟରେ ୬ଜଣ ଦୃର୍ବୁତ୍ତ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ସେ ନ ଅଟକିବାରୁ ତାଙ୍କୁ ଦୃର୍ବୁତ୍ତ ମାନେ ପଛରୁ ଗୁଳି ମାରିଥିଲେ। ଫଳରେ ସେ ଭୟରେ ପଡ଼ିଯିବା ସହ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲୁଟେରା ମାନେ ତାଙ୍କ ବାଇକ୍ ଡିକି ଭାଙ୍ଗି ଗହଣା ବ୍ୟାଗ ଧରି ଚମ୍ପଟ ମାରିବାରେ ସଫଳ ହୋଇ ଥିଲେ। ଏନେଇ ଲୁଟ୍ ର ଶିକାର ହୋଇ ଥିବା କାନ୍ନା ଥାନା କୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ କିଛି ଦିନ ଧରି ବସ୍ତା ଅଞ୍ଚଳରେ ଲୁଟ ତରାଜ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ୮ଲକ୍ଷ ଟଙ୍କା ର ଗହଣା ଚୋରୀ ହୋଇଛି ବୋଲି ଜଣାପଡିଛି !

08- ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ଆଜି ପ୍ରଚାର ଆରମ୍ଭ କରିଛନ୍ତି । ରମାକାନ୍ତ ଭୋଇଙ୍କ ସହିତ ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ଡାକ୍ତର ରାଜଶ୍ରୀ ମଲ୍ଲିକ ବିରିଡି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଂଚିବା ପରେ ଦଳୀୟ କର୍ମୀ ଓ ନେତୃବୃନ୍ଦ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ । ପରେ ଉଭୟ ପ୍ରାର୍ଥୀ ଧ୍ୟାନକୁଦ ପୀଠରେ ମହାପ୍ରଭୁ ଜଗନ୍ନାଥ ଓ କଇଜଙ୍ଗା ସ୍ଥିତ ମା କନକଦୁର୍ଗାଙ୍କ ଦର୍ଶନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ଏହି ନିର୍ବାଚନୀ ଶୋଭାଯାତ୍ରା କଇଜଙ୍ଗା ଠାରୁ ଆରମ୍ଭ ହୋଇ ହାଜିପୁର, ବିରିଡି, ରଘୁନାଥପୁର, ଜଇପୁର ଦେଇ ଗୋରେଖନାଥ ପୀଠ ରେ ପହଁଚି ଦର୍ଶନ କରିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ନିକଟରେ ପହଞ୍ଚି ଥିଲା । ପରେ ମାଙ୍କ ଦର୍ଶନ କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିବ ସହିତ ସାଧାରଣ ନିର୍ବଚନରେ ବିଜୁ ଜନତା ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ ।

09- ବିଜେଡିକୁ ଲାଗିଲା ଆଉ ଏକ ଝଟ୍‌କା । ସୁବର୍ଣ୍ଣପୁର ବୀରମହାରାଜପୁରର ଯୁବ ବିଜେଡି ସଭାପତି ନାରାୟଣ ଲୁହା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏଥିସହ ତାଙ୍କ ପତ୍ନୀ ତଥା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ସମର୍ଥକ ତଥା କର୍ମୀମାନେ ମଧ୍ୟ ସାମୁହିକ ଭାବେ ଦଳ ଛାଡିଥିବା ସୂଚନା ମିଳିଛି । ବୀରମହାରାଜପୁରରୁ ପଦ୍ମନାଭ ବେହେରାଙ୍କୁ ପ୍ରାର୍ଥୀ କରିବା ପରେ ଟିକେଟ୍ ଆଶାୟୀ ନାରାୟଣ ଲୁହା ଏପରି ପଦକ୍ଷପ ନେଇଛନ୍ତି ବୋଲି କୁହାଯାଉଛି ।

10- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପାଣଇପାଗ ବିଭାଗ। ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳରେ ସୃଷ୍ଟ ନିମ୍ନଚାପରେଖା ଓ ଗୁରୁଚାପ ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ଜନିତ ବର୍ଷା ଓ କୁଆ ପଥର ବର୍ଷାର ସମ୍ଭାବନା ରହିଛି।  ୮ ତାରିଖ ଦିନ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ସୋମବାର ଦିନ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରିକୁ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରବିବାର ଏବଂ ସୋମବାର ବର୍ଷା ହେବ ବୋଲି ଆକଳନ କରାଯାଇଛି ।

Also Read- Sahara Refund: ସାହାରା ଉପୋଭକ୍ତାଙ୍କୁ ଠକିଦେବେ କି ସରକାର? ଆସିଲା ନୂଆ ତଥ୍ୟ..

Also Read- Surya Gochar 2024: ସୂର୍ଯ୍ୟ ପରାଗର ୫ ଦିନ ପରେ ଫିଟିବ ୩ ରାଶିର ଭାଗ୍ୟ