Top 10 news headlines ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2077130

Top 10 news headlines ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 news headlines ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

1.ଆସନ୍ତା କାଲି ଭାରତ ଏହାର ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବ। ଦିଲ୍ଲୀଠାରେ ଆୟୋଜିତ ପରେଡ୍‍ ସମାବେଶରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍‍ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଆଜିଠାରୁ ଦୁଇଦିନିଆ ଭାରତର ଗସ୍ତରେ ଶ୍ରୀ ମାକ୍ରନ ଭାରତ ଆସିବେ। ଜୟପୁରଠାରେ ତାଙ୍କୁ ସ୍ୱାଗତ କରିବା ଲାଗି ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। 

2.ଓଡ଼ିଶାର  ପ୍ରମୁଖ  ଶକ୍ତି  ପୀଠ ତଥା  ପଶ୍ଚିମ ଓଡିଶାର  ଅଧିଷ୍ଠାତ୍ରୀ  ଦେବୀ  ମା’ ସମଲେଶ୍ବରୀଙ୍କ  ପୀଠର ରୂପାନ୍ତରଣ ପାଇଁ  କରାଯାଇଥିବା  ସମଲେଇ  ପ୍ରକଳ୍ପର  ଲୋକାର୍ପଣ  ଉତ୍ସବ ଲାଗି ଜାନୁୟାରୀ ୨୭ ଶନିବାରକୁ  ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।ଏଥିରେ ରାଜ୍ୟର ସମସ୍ତ ସ୍କୁଲ୍‍, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସରକାରଙ୍କ ଏହି ଘୋଷଣା ଦ୍ୱାରା ଏ ସପ୍ତାହରେ ଲଗାତାର ୩ ଦିନ ଛୁଟି ମିଳିବା ନିଶ୍ଚିତ ହୋଇଛି।

3.ଆସନ୍ତା ଅକ୍ଟୋବରରୁ ମୟୂରଭଞ୍ଜର ଶିମିଳିପାରେ କଳାବାଘ ସଫାରୀ ଦର୍ଶକଙ୍କ ଲାଗି ଉନ୍ମୁକ୍ତ ହେବ।  ବିଶ୍ୱର ପ୍ରଥମ କଳାବାଘ ସଫାରୀ ଭାବେ ଏହା ପର୍ଯ୍ୟଟକଙ୍କୁ ଆକର୍ଷଣ କରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲରେ ସେ ଏହି ସୂଚନା ଦେଇଛନ୍ତି। ବାରିପଦା ନିକଟଣେ ୨୦୦ ହେକ୍ଟର ଜମିରେ ଏହି ସଫାରୀ ନିର୍ମାଣ ହେବ। 

4.ନିର୍ବାଚନ ମୁହାଁ ଓଡ଼ିଶାରେ ସରକାରୀ ଅଧିକାରୀଙ୍କ ସ୍ତରରେ ବଦଳି ଜାରି ରହିଛ। ଆଇଏଏସ୍‍, ଓଏଏସ୍‍ ପରେ ଏବେ ଓପିଏସ୍‍ ସ୍ତରରେ ଏକ ବ୍ୟାପକ ଅଦଳ ବଦଳକୁ ଆଜି ଗୃହ ବିଭାଗ ମଞ୍ଜୁରୀ ଦେଇଛି। ଏହି ଅନୁସାରେ ୧୮ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ପଦବୀ ବଦଳି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହିକ୍ରମରେ ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ଆଇପିଏସ୍‍ ଅଧିକାରୀ ସଞ୍ଜୀବ ପଣ୍ଡା ଦାୟିତ୍ୱ ଗ୍ରହଣ କରିବେ। 

5.ଆଜି ରାଜ୍ୟର ରୂପାନ୍ତରିତ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି ଆରମ୍ଭ ହେବ। ଏଥିନେଇ ମୁଖ୍ୟମନ୍ତ୍ରୀ ପ୍ରଚାର ପ୍ରସାର ଅଭିଯାନର ଶୁଭାରମ୍ଭ କରିବେ। ନିର୍ବାଚନ ଆସନ୍ନ ଥିବାରୁ ଏହି ଅଭିଯାନ ଜନମତକୁ ସରକାରଙ୍କ ଆଡ଼କୁ ଆକର୍ଷିତ କରିବା ଲାଗି ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 

6.ଓଡ଼ିଶା ପ୍ରଶାସନିକ ସେବା ପାଇଁ ମୁଖ୍ୟ ପରୀକ୍ଷା ଫେବୃୟାରୀ ୨୫ରୁ ଆରମ୍ଭ ହେବ। ମାର୍ଚ୍ଚ ୩ ତାରିଖ ଯାଏ ଚାଲିବାକୁ ଥିବା ଏହି ପରୀକ୍ଷାର ଦୁଇଟି ସିଟିଂ ରହିବ ବୋଲି ଓପିଏସ୍‍ସି ପକ୍ଷରୁ କୁହାଯାଇଛି। ପ୍ରଥମ ଦିନ ଓଡ଼ିଆ ଏବଂ ଇରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତି ପରୀକ୍ଷାର ଅବଧି ୩ ଘଣ୍ଟା ରହିଛି କିନ୍ତୁ ଦିବ୍ୟାଙ୍ଗଙ୍କ ଲାଗି ପ୍ରତି ସିଟିଂରେ ଆଉ ଏକ ଘଣ୍ଟା ଅଧିକ ସମୟ ପ୍ରଦାନ କରାଯିବ। 

7.ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସାଙ୍ଗକୁ କୋହଲା ପାଗ ଜାରି ରହିଛି। ଏହାଦ୍ୱାରା ତାପମାତ୍ରା ହ୍ରାସ ପାଇଛି। ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ ଏହିଭଳି ପାଗ ଆସନ୍ତାକାଲି ବି ଜାରି ରହିବ। 

8.କଂଗ୍ରେସ ନେତୃତ୍ୱରେ ନୂଆକରି ଗଠନ କରାଯାଇଥିବା ‘ଇଣ୍ଡିଆ’ ମେଣ୍ଟରେ ଫାଟ ଜୋରଦାର ହୋଇଛି। ତୃଣମୂଳ କଂଗ୍ରେସ ଏବଂ ଆମ୍‍ ଆଦମୀ ପାର୍ଟି ଏହି ମେଣ୍ଟ ଅନୁସାରେ ଆସନ ବୁଝାମଣା ନକରିବାକୁ ସ୍ପଷ୍ଟ ଶୁଣାଇଛନ୍ତି। ଏପରିକି ଦୁଇ ଦଳ ଏକୁଟିଆ ନିର୍ବାଚନ ଲଢ଼ିବେ ବୋଲି କୁହାଯାଇଛି। ଆପ୍‍ ଏବେ ଦିଲ୍ଲୀ ଓ ପଞ୍ଜାବରେ ଶାସନ କରୁଥିବା ବେଳେ ମମତାଙ୍କ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ନିଜର ଆଧିପତ୍ୟ ବଜାୟ ରଖିଛି। 

9.ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସାରା ରାଜ୍ୟର ଲୋକଙ୍କୁ ବୁଲାଇବା ଲାଗି ଅଭିଯାନ ଆରମ୍ଭ ହୋଇଛି। ୨୯ ତାରିଖରୁ ଜିଲ୍ଲାଓ୍ୱାରୀ ଲୋକେ ଏହି ପରିକ୍ରମା ପ୍ରକଳ୍ପରେ ଯୋଗ ଦେବେ। ଲକ୍ଷ୍ମୀ ବସ୍‍ ଯୋଜନାରେ ସେମାନେ ପୁରୀ ଆସିବେ। ପୁରୀରେ ସେମାନଙ୍କୁ ପ୍ରଶାସନ ସହାୟତାରେ ଶ୍ରୀମନ୍ଦିରର ରୂପାନ୍ତରଣ ପ୍ରକଳ୍ପକୁ ପରିଦର୍ଶନ କରିବେ। ପୂର୍ବରୁ ଅର୍ପଣ ରଥ ଜରିଆରେ ଲୋକଙ୍କଠାରୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ ଆକାରରେ ସଂଗୃହୀତ ଦ୍ରବ୍ୟକୁ ଶ୍ରୀମନ୍ଦିରକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। 

10.କଂଗ୍ରେସ ନେତା ତଥା ଭାରତ ଯୋଡ଼ୋ ଅଭିଯାନର ନେତୃତ୍ୱ ନେିଥିବା ରାହୁଲ ଗାନ୍ଧିଙ୍କୁ ପୁଣିଥରେ ସମାଲୋଚନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଗୌହାଟି ଉପକଣ୍ଠରେ ରାହୁଲ୍‍ଙ୍କ ଶୋଭାଯାତ୍ରାରେ ପୁଲିସ-କଂଗ୍ରେସ କର୍ମୀଙ୍କ ଭିତରେ ଗଣ୍ଡଗୋଳ ଘଟଣାକୁ ନେଇ ହିମନ୍ତ ଏହି ପ୍ରତିକ୍ରିୟା ରଖିଛନ୍ତି। ରାହୁଲଙ୍କ ବିରୁଦ୍ଧରେ ଗହଳିକୁ ମତାଇବା ନେଇ ମମଲା ଥାନାରେ ରୁଜୁ ହୋଇଛି। ନିର୍ବାଚନ ଶେଷ ହେଲେ ତାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।