Top News Headlines: ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2121935

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 22st February 2024: ଉତ୍ତରାଖଣ୍ଡର ତେହେରୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ଷେପରେ ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର...

 

ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Today in Odia | 21st February 2024 | 1. 4 Fake divyang beggars arrested in Odisha: ବୁଧବାର ଦିନ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳରେ ରାସ୍ତାରେ ନିଜକୁ ଭିନ୍ନକ୍ଷମ ରୂପରେ ସଜାଇ ଭିକ ମାଗିବା ଅଭିଯୋଗରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ସୁଲତାନପୁରର ଅଜୟ କୁମାର, ଯଶୋବନ୍ତ କୁମାର, ଅନୀଲ କୁମାର ଓ ମେରୋ କୁମାର ବୋଲି ଜଣାପଡିଛି। ସେହି ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

2. Barabati Stadium: ଓଡ଼ିଶା ସରକାର ଏକ ପ୍ରମୁଖ ପଦକ୍ଷେପ ନେଇ କଟକ ସ୍ଥିତ ଆଇକନିକ ବାରବାଟୀ ଷ୍ଟାଡିୟମକୁ (Cuttack Barabati Stadium) ନବୀକରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନୂତନ ପ୍ରସ୍ତାବିତ ବିକାଶ ଯୋଜନାର ଷ୍ଟାଡିୟମକୁ ଭାଙ୍ଗି ସମ୍ପୁର୍ଣ୍ଣ ନୂଆ ଭାବରେ ତିଆରି କରିବାର ଯୋଜନା ରହିଛି। କହିରଖୁଛୁ ଯେ ବାରବାଟୀ ଷ୍ଟାଡିୟମ ୧୯୫୨ ମସିହାରେ ନିର୍ମିତ ହୋଇଥିଲା। 

3. Gopalpur MLA Pradeep Panigrahi Joins BJP: ବିଜେପିରେ ଯୋଗଦେଲେ ଗୋପାଳପୁରର ଚର୍ଚ୍ଚିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଆଞ୍ଚଳକିତାବୋଧକୁ ଯିବାର ସମୟ ଆସିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହା ସହିତ ସେ ଶାସକ ବିଜେଡ଼ି ଉପରେ ବର୍ଷିଥିଲେ।

4. India’s Longest Transportation Tunnel Inaugration: ଦେଶର ଦୀର୍ଘତମ ରେଳ ଟନେଲ ଖୋଲିଛି। ଟ୍ରେନର ଯିବା ଆସିବା ମଧ୍ୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଉଦମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (USBRL) ରେ ଦେଶର ଦୀର୍ଘତମ ପରିବହନ ଟନେଲର ଉଦଘାଟନ କରିଛନ୍ତି। ଏହା ସମେତ କାଶ୍ମୀର ଉପତ୍ୟକାର ପ୍ରଥମ ବୈଦ୍ୟୁତିକ ଟ୍ରେନରୁ ସେ ସବୁଜ ପତାକା ଦେଖାଇଥିଲେ।

5. CBI summons BRS leader K Kavitha: ବର୍ତ୍ତମାନ ଦିଲ୍ଲୀର ମଦ ଦୁର୍ନୀତି ମାମଲାକୁ ନେଇ ଇଡି ସହିତ ସିବିଆଇ ମଧ୍ୟ ସକ୍ରିୟ ହୋଇଛି। ମଦ ଦୁର୍ନୀତି ମାମଲାରେ ସିବିଆଇ ବିଆରଏସ ନେତା କେ କବିତାଙ୍କୁ ସମନ କରିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ସିବିଆଇ କେ.କବିତାଙ୍କୁ ପଚରାଉଚରା କରିବା ପାଇଁ  ଆସନ୍ତା ସପ୍ତାହରେ ଡକାଯାଇଛି। 

6. Uttarakhand Tehri Accident: ଉତ୍ତରାଖଣ୍ଡର ତେହେରୀରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଉତ୍ତରକାଶୀ ଜିଲ୍ଲାର ମୋରି ଅଞ୍ଚଳରୁ ଦେହରାଡୁନ୍ ଅଭିମୁଖେ ଯାଉଥିବା ଏକ କାର ତେହେରୀର ନୌନବାଗ ଯମୁନା ବ୍ରିଜ ନିକଟରେ ଏକ ଖାଲରେ ଖସିପଡିଛି। ଏହି ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ନୌନବାଗ ତହସିଲଦାର ରାଜେନ୍ଦ୍ର ପ୍ରସାଦ ମାମଙ୍ଗାଇ ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

7. Lok Sabha Elections 2024: ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ବଣ୍ଟା ଶେଷରେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି। ଏହା ଅଧୀନରେ କଂଗ୍ରେସ ଉତ୍ତରପ୍ରଦେଶର ୧୭ଟି ଆସନ ଏବଂ ସମାଜବାଦୀ ପାର୍ଟି ଏବଂ ଅନ୍ୟ ସହଯୋଗୀମାନେ ୟୁପିରେ ୬୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।

8. Farmers Protest Updates: ଆସନ୍ତାକାଲି ଏବଂ ଏହା ପରଦିନ କୃଷକମାନେ ଦିଲ୍ଲୀ ଯିବେ ନାହିଁ ବୋଲି କୃଷକ ନେତା ସୌରଭ ସିଂ ପାଣ୍ଡେର୍ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସରକାର ଆମର ଦାବିକୁ ଗ୍ରହଣ କରୁନାହାଁନ୍ତି। ଆସନ୍ତାକାଲି ସନ୍ଧ୍ୟା ପରେ ସମସ୍ତ ନେତାଙ୍କ ସହ କଥା ହେବା ପରେ ଆମେ ସମ୍ପୂର୍ଣ୍ଣ ପରିସ୍ଥିତି ସ୍ପଷ୍ଟ କରିବୁ। ଆମେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ କରିଛୁ।

9. BharatGPT: ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କ (Mukesh Ambani) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମଧ୍ୟ ଭାରତରେ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ଆର୍ଥାତ୍ ଭାରତ ଜିପିଟି ଲଞ୍ଚ କରିବାକୁ ଯାଉଛନ୍ତି। କମ୍ପାନୀ ଆସନ୍ତା ମାସରେ ଅର୍ଥାତ ମାର୍ଚ୍ଚରେ ଭାରତର ସର୍ବୋଚ୍ଚ ଇଞ୍ଜିନିୟରିଂ ବିଦ୍ୟାଳୟଗୁଡ଼ିକର ସହଯୋଗରେ ଏହାର ପ୍ରଥମ ଚାଟ୍ ଜିପିଟି ଷ୍ଟାଇଲ୍ ସେବା ଆରମ୍ଭ କରିବାକୁ ଯାଉଛି। କମ୍ପାନୀ ଏହାକୁ BharatGPT ନାମରେ ପରିଚିତ କରାଇବ। କୁହାଯାଉଛି ଯେ ଏହି ଏଇ ମଡେଲର ନାମ ହନୁମାନ ହେବ।

10. ICC Test Rankings: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଯଶସ୍ୱୀ ଜୈସୱାଲ ଏକ ବଡ଼ ଲମ୍ଫ ଦେଇଛନ୍ତି। ଇଂଲଣ୍ଡ ବିପକ୍ଷରେ କ୍ରମାଗତ ଦୁଇଟି ଦ୍ୱି-ଶତକ ହାସଲ କରିଥିବା ଜୈସୱାଲ ଆଇସିସି ର଼୍ୟାଙ୍କିଙ୍ଗରେ ୧୪ଟି ସ୍ଥାନ ଉପରକୁ ଉଠିଛନ୍ତି। ଯାହା ପରେ ସେ ୧୫ ତମ ମାନ୍ୟତାପ୍ରାପ୍ତ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ସହିତ ତିନି ଜଣ ଭାରତୀୟ ଖେଳାଳି ODI ର଼୍ୟାଙ୍କିଙ୍ଗରେ ଟପ୍-୫ ରେ ପ୍ରବେଶ କରିଛନ୍ତି। ଯେଉଁଥିରେ ଶୁବମାନ ଗିଲ, ବିରାଟ କୋହଲି ଏବଂ ରୋହିତ ଶର୍ମା ଅଛନ୍ତି।